ଓଡିଶା

odisha

ETV Bharat / business

ଭାରତ ଅର୍ଥନୀତିରେ ଇମ୍ପ୍ରେସ ଆମେରିକା, ପୁଣି ଯୋଡିବ ସମ୍ପର୍କ

ଆମେରିକା ଖୋଲୁଛି ଭାରତ ସହ ବନ୍ଦ କରିଥିବା ବାଣିଜ୍ୟିକ କବାଟ । ଜେନେରାଇଲଜ୍ଡ ସିଷ୍ଟମ ଅଫ ପ୍ରେଫେରନ୍ସ(ଜିଏସପି)କୁ ନେଇ ବିଚାର କରୁଛନ୍ତି ଟ୍ରମ୍ପ ସରକାର ।

By

Published : Mar 16, 2019, 5:41 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପୁଣି ଭାରତ ଆଡକୁ ଢଳୁଛି ଆମେରିକା । ଖୋଲୁଛି ଭାରତ ସହ ବନ୍ଦ କରିଥିବା ବାଣିଜ୍ୟିକ କବାଟ । ଜେନେରାଇଲଜ୍ଡ ସିଷ୍ଟମ ଅଫ ପ୍ରେଫେରନ୍ସ(ଜିଏସପି)କୁ ନେଇ ବିଚାର କରୁଛନ୍ତି ଟ୍ରମ୍ପ ସରକାର ।

ଭାରତ ଭଳି ଏକ ବୃହତ୍ତମ ରପ୍ତାନୀ ବଜାର ଓ ମହତ୍ବପୂର୍ଣ୍ଣ ଅର୍ଥନୀତିର ଭାଗୀଦାର ହୋଇଥିବାରୁ ଆମେରିକା ଗର୍ବିତ ବୋଲି ବିଦେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଯଦି ଆମେରିକା ସହ ଚାଲିଥିବା ବେପାର ତିକ୍ତତାକୁ ସମାଧାନ କରିବାକୁ ଭାରତ ପ୍ରସ୍ତୁତ, ତେବେ ଏ ନେଇ ଦସ୍ତାବିଜ ଖୋଲୁ ବୋଲି କହିଛି ଆମେରିକା ।

ଗତ ବର୍ଷ ନଭେମ୍ବରରେ ଟ୍ରମ୍ପ ପ୍ରଶାସନ ପାଖାପାଖି 50ଟି ଭାରତୀୟ ପ୍ରଡକ୍ଟ ଉପରେ ଆମଦାନୀ ଶୁଳ୍କ ହଟାଇଦେଇଥିଲେ । ଏଥିରେ ଅଧିକ ହସ୍ତଶିଳ୍ପ, ଘରକରଣା ଜିନିଷ ଓ କୃଷିଜାତ ଦ୍ରବ୍ୟ ଅଧିକ ରହିଛି ।

ପ୍ରକାଶ ଥାଉ ଯେ, ଭାରତର କର ଆଦାୟ ଉପରେ କ୍ଷୁବ୍ଧ ହୋଇ ଆମେରିକା ଆପଣାଇଥିଲା ‘ଯେସାକୁ ତେସା ନୀତି’। ଭାରତକୁ କର ମୁକ୍ତ ତାଲିକା( ଜିଏସପି)ରୁ ବାଦ ଦେବାକୁ ଦେଇଥିଲା ଧମକ । ଆଉ ଏଥିପାଇଁ ଟ୍ରମ୍ପ ସଂସଦରେ ଲିଖିତ ଚିଠି ମଧ୍ୟ ଦେଇଥିଲେ । ହେଲେ ଭାରତ ଭଳି ଏକ ବିଶାଳ ବଜାର ସହ ବାଣିଜ୍ୟ କାରବାର ଛିନ୍ନ କରିବା ଦ୍ବାରା ଆମେରିକାକୁ ଏକ ବଡ ବିଜନେସ ଭାଗିଦାରୀକୁ ହାତଛଡା କରିବ ବୋଲି ଜାଣିପାରିଛି । ଏଣୁ ପୁଣିଥରେ ଭାରତ ସହ ବାଣିଜ୍ୟିକ ସମ୍ପର୍କକୁ ବଢାଇବାକୁ ଆରମ୍ଭ କରୁଛି ପ୍ରୟାସ । ଏଥିରେ ଭାରତର ପ୍ରଫିଟ ଅଧିକ ରହିବ ବୋଲି ଆଶା ରହିଛି ।

For All Latest Updates

ABOUT THE AUTHOR

...view details