ଓଡିଶା

odisha

ETV Bharat / business

ଦୋକାନ ଖୋଲିବାକୁ ରାଜ୍ୟ ସରକାରଙ୍କ ଅନୁମତିକୁ ଅପେକ୍ଷା କର: ସିଏଆଇଟି - ଦୋକାନୀଙ୍କୁ ସିଏଆଇଟିର ପରାମର୍ଶ

ରାଜ୍ୟ ସରକାର ଯେଉଁ ଆଦେଶ ଦେବେ ତାହା ଅନୁଯାୟୀ ଉକ୍ତ ରାଜ୍ୟର ବେପାରୀ ଦୋକାନ ଖୋଲିବା ନିଷ୍ପତ୍ତି ନିଅନ୍ତୁ ବୋଲି ସିଏଆଇଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ।

dont hurry await state directions to open shops cait to traders
ଦୋକାନ ଖୋଲିବାକୁ ରାଜ୍ୟ ସରକାରଙ୍କ ଅନୁମତିକୁ ଅପେକ୍ଷା କର

By

Published : Apr 25, 2020, 5:32 PM IST

ନୂଆଦିଲ୍ଲୀ: ଦେକାନ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ଆଦେଶକୁ ଦୋକାନୀମାନେ ଅପେକ୍ଷା କରନ୍ତୁ । ଶନିବାର କ୍ଷୁଦ୍ର ବେପାରୀଙ୍କ ବଡ ସଙ୍ଗଠନ କନ୍‌ଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଏ ନେଇ ଅପିଲ କରିଛି ।

କୋରୋନା ହଟସ୍ପଟ ଓ କଣ୍ଟେନମେଣ୍ଟ ଜୋନକୁ ବାଦ ଦେଇ ଅନ୍ୟ ସବୁ ସ୍ଥାନରେ ସମସ୍ତ ସର୍ତ୍ତ ପାଳନ ସହ ଦୋକାନ ଖୋଲିବାକୁ ଗୃହ ମନ୍ତ୍ରାଣଳୟ ଅନୁମତି ଦେଇଛି । ଏହା ପରେ କ୍ଷୁଦ୍ର ବେପାରୀ ମଧ୍ୟ ଦୋକାନ ଖୋଲିବାକୁ ବ୍ୟଗ୍ର ହୋଇପଡିଛନ୍ତି । ଏପେଟେ ଏବେ ରାଜ୍ୟ ସରକାରଙ୍କ ନିର୍ଣ୍ଣୟ ନେଇନାହାନ୍ତି । ଏଣୁ ରାଜ୍ୟ ସରକାରଙ୍କ ଯେଉଁ ଆଦେଶ ଦେବେ ତାହା ଅନୁଯାୟୀ ଉକ୍ତ ରାଜ୍ୟର ବେପାରୀ ଦୋକାନ ଖୋଲିବା ନିଷ୍ପତ୍ତି ନିଅନ୍ତୁ ବୋଲି ସିଏଆଇଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ।

ଖଣ୍ଡେଲୱାଲ କହିଛନ୍ତି ଯେ, ବର୍ତ୍ତମାନ ଗୃହ ମନ୍ତ୍ରାଣଳୟ ପକ୍ଷରୁ ବିଭିନ୍ନ ସର୍ତ୍ତ ସହ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ଏହା ଅନୁଯାୟୀ ସୁରକ୍ଷା ନିର୍ଦ୍ଦେଶକୁ ଦୋକାନୀ ମାନିବେ । ଏଥିସହ ସାମାଜିକ ଦୂରତ୍ବ ନିୟମକୁ ପାଳନ କରିବେ । ଦୋକାନରେ 50 ପ୍ରତିଶତରୁ ଅଧିକ କର୍ମଚାରୀଙ୍କ ଉପସ୍ଥିତି ଗ୍ରହଣନୀୟ ନୁହେଁ । ପ୍ରକାଶ ଯେ, ଏବେ ସୁଦ୍ଧା ଇ-କମର୍ସ ଓ ସପିଙ୍ଗ ମଲ ଖୋଲିବାକୁ ଅନୁମତି ମିଳି ନାହିଁ ।

ABOUT THE AUTHOR

...view details