ନୂଆଦିଲ୍ଲୀ: ଅଗଷ୍ଟ 31 ସୁଦ୍ଧା ଯେଉଁ ସବୁ ଲୋନ ଆକାଉଣ୍ଟ ଡିଫଲ୍ଟ (ଋଣ ଖିଲାପ )ଘୋଷିତ ହୋଇନାହିଁ । ତାହାକୁ ଆଗାମୀ ଆଦେଶୀ ଯାଏଁ ଏନପିଏ (non-performing assets) ଘୋଷଣା କରାଯିବ ନାହିଁ । ଗୁରୁବାର ସୁପ୍ରିମକୋର୍ଟ ଏନେଇ ଆଦେଶ ଦେଇଛନ୍ତି । ଏଥିଲାଗି ଆରବିଆଇ, ଅର୍ଥ ମନ୍ତ୍ରଣାଳୟ ଏବଂ ବ୍ୟାଙ୍କଗୁଡିକର ଦାଖଲକୁ ରେକର୍ଡରେ ନେଇ ସେପ୍ଟେମ୍ବର 10 ସକାଳ 10:30 ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖାଯାଇଛି ।
ଜଷ୍ଟିସ ଅଶୋକ ଭୂଷଙ୍କ ନେତୃତ୍ବଧୀନ ଖଣ୍ଡପୀଠ ବିଭିନ୍ନ କ୍ଷେତ୍ର ବ୍ୟକ୍ତିଙ୍କ ଦ୍ବାରା ଦାଖଲ ଯାଚିକାର ଶୁଣାଣୀ କରିଛନ୍ତି । ପାଖାପାଖୀ ଗୋଟିଏ ଦିନର ଲମ୍ବା ଶୁଣାଣୀରେ ଆରବିଆଇ କୋର୍ଟଙ୍କ ସାମ୍ନାରେ ଋଣ ସ୍ଥଗିତାଦେଶର ବିଚାର କୋଭିଡ ଓ ଲକଡାଉନ ବୋଝକୁ କମ କରିବା ପାଇଁ ପରିଶୋଧକୁ ସ୍ଥଗିତ ରଖାଯିବା ଏବଂ ସୁଧ ଛାଡ ଆଦି ମାମଲା ରଖିଥିଲା ।