ଓଡିଶା

odisha

ETV Bharat / business

‘ପ୍ଲଟ ଭାବେ ବିକ୍ରି ହେଉଥିବା ଜମି ଉପରେ ଦେବାକୁ ପଡିବ ଜିଏସଟି’

ରିଅଲ ଇଷ୍ଟେଟ ସେକ୍ଟରକୁ ବଡ ଝଟକା । ଏଣିକି ସବୁ ସୁବିଧା ଥିବା ଜମିକୁ ପ୍ଲଟ ଭାବେ ବିକ୍ରି କଲେ ତା ଉପରେ ଗଣିବାକୁ ପଡିବ ଜିଏସଟି । ଅଧିକ ପଢନ୍ତୁ..

developed land sold as plots will attract gst
ଜମିରେ ଜିଏସଟି

By

Published : Jun 22, 2020, 12:45 PM IST

ନୂଆଦିଲ୍ଲୀ: ବିଦ୍ୟୁତ, ପାଣି ପାଇପଲାଇନ ଓ ଜଳ ନିଷ୍କାସନ ସୁବିଧା ଥିବା ଜମି ବିକ୍ରି ଉପରେ ଦ୍ରବ୍ୟ ଓ ସେବା କର (ଜିଏସଟି) ଦେବାକୁ ପଡିବ । ଅଗ୍ରିମ ନିର୍ଣ୍ଣୟ ପ୍ରାଧିକରଣ (AAR) ଏହି ବ୍ୟବସ୍ଥା କରିଛି ।

AAR କହିଛି କି ଯଦି କୌଣସି ରିୟଲ-ଇଷ୍ଟେଟ ଡେଭଲପର ସମସ୍ତ ଭିତ୍ତିଭୂମି ସୁବିଧା ଥିବା ଜମିକୁ ପ୍ଲଟ ଭାବେ ବିକ୍ରି କରୁଛି ତେବେ ତା ଉପରେ ଜିଏସଟି ନିର୍ଦ୍ଧାରଣ ହେବ । AAR ଏହା ମଧ୍ୟ ନିଷ୍କର୍ସ ଦେଇଛି ଯେ ବିକଶିତ ପ୍ଲଟ ବିକ୍ରୟ , ଘର ନିର୍ମାଣ ଧାରା ଅଧୀନରେ ଆସିବ । ଫଳରେ ଏହା ଉପରେ ଜିଏସଟି ଲଗାଯିବ ।

କଣ, ବିଦ୍ୟୁତ୍, ଜଳ, ଡ୍ରେନେଜ୍ ଏବଂ ସମତଳ ଜମି ଭଳି ପ୍ରାଥମିକ ସୁବିଧା ଥିବା ପ୍ଲଟ ବିକ୍ରୟ ଉପରେ ଜିଏସଟି ଦେବାକୁ ପଡିକ କି ନାହିଁ ? ଏ ନେଇ ଜଣେ ଆବେଦନକାରୀ AAR ର ଗୁଜୁରାଟ ବେଞ୍ଚ ଆଗରେ ଆବେଦନ କରିଥିଲେ । ଏହାର ଜବାବରେ ଏଏଆର କହିଛି କି, ‘‘ ଆମେ ବିଶ୍ବାସ କରୁ କି ବିକଶିତ ପ୍ଲଟ କ୍ରେତାଙ୍କୁ ବିକ୍ରୟ ପାଇଁ ଘର ନିର୍ମାଣ ଧାରା ଅଧୀନରେ ଆସିବ । ଏଭଳି ପରିସ୍ଥିତିରେ ଜିଏସଟି ଦେବାକୁ ପଡିବ । ’’

ଏଏମଆରଜି ଆଣ୍ଡ ଆସୋସିଏଟସର ସିନିୟର ପାର୍ଟନର ରଜତ ମୋଗନ କହିଛନ୍ତି କି ଏହି ନିଷ୍ପତ୍ତିର ସିଧା ଓ ତୁରନ୍ତ ଏବଂ ପ୍ରତିକୂଳ ପ୍ରଭାବ ସମଗ୍ର ରିଅଲ ଇଷ୍ଟେଟ ସେକ୍ଟର ଉପରେ ପଡିବ ।

ABOUT THE AUTHOR

...view details