ଓଡିଶା

odisha

ETV Bharat / business

ସଫଳ ଦୌଡରେ ଜନ-ଧନ ଯୋଜନା, ଶୀଘ୍ର ଟପିବ ଲକ୍ଷେ କୋଟି - account

ଲକ୍ଷେ କୋଟି ଟପିବ ଜନଧନ ଜମାରାଶି । ଏପ୍ରିଲ 3 ସୁଦ୍ଧା ପ୍ରାୟ 97,665.66 କୋଟି ଜମା ହୋଇସାରିଲାଣି । ଏ ନେଇ ସରକାରଙ୍କ ପକ୍ଷରୁ ସଦ୍ୟ ରିପୋର୍ଟ ଜାରି କରାଯାଇଛି ।

ପ୍ରତିକାତ୍ମକ ଫଟୋ

By

Published : Apr 22, 2019, 1:59 PM IST

ନୂଆଦିଲ୍ଲୀ: ଲକ୍ଷେ କୋଟି ଟପିବ ଜନଧନ ଜମାରାଶି । ଏପ୍ରିଲ 3 ସୁଦ୍ଧା ପ୍ରାୟ 97,665.66 କୋଟି ଜମା ହୋଇସାରିଲାଣି । ଏଥିସହ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା 35.39 କୋଟି ପାର କରିସାରିଲାଣି । ଏ ନେଇ ସରକାରଙ୍କ ପକ୍ଷରୁ ସଦ୍ୟ ରିପୋର୍ଟ ଜାରି କରାଯାଇଛି ।

ସଫଳ ଦୌଡରେ ମୋଦିଙ୍କ ଜନ-ଧନ ଯୋଜନା । ସ୍ବାବଲମ୍ବୀ ହେଉଛନ୍ତି ଜନତା । ପ୍ରତ୍ୟେକ ଭାରତୀୟଙ୍କ ହାତରେ ପହଞ୍ଚିଲାଣି ନିଜସ୍ବ ବ୍ୟାଙ୍କ ଖାତା । ଦିନକୁ ଦିନ ବଢିଚାଲିଛି ଜମାକର୍ତ୍ତାଙ୍କ ସଂଖ୍ୟା । ସୁରକ୍ଷାର ସହ ଜନତାଙ୍କ ଆୟ ହେଉଛି ଅଧିକ ସଂରକ୍ଷିତ । ଏଥିପାଇଁ ତ ଏହି ଯୋଜନାରେ ଭାଗୀଦାର ଆକାଉଣ୍ଟଧାରୀଙ୍କ ସଂଖ୍ୟା ଏବେ ଲକ୍ଷେ କୋଟି ଡେଇଁବା ଉପରେ ରହିଛି ।

ଫେବୃଆରୀରେ ଜମା ରାଶି ପରିମାଣ 90 ହଜାର କୋଟି ପାର କରିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଚଳିତ ବର୍ଷ ଜାନୁଆରୀ ଶେଷ ବେଳକୁ ଏହା 89,257 କୋଟି ଟଙ୍କା ରହିଥିଲା । ଆଉ ଏବେ ମାତ୍ର 2 ମାସ ଅନ୍ତରାଳରେ ଏହା 10 ହଜାର କୋଟି ପାର କରିବାକୁ ବସିଛି ।

ଗରିବଙ୍କୁ ବ୍ୟାଙ୍କ ସହ ଯୋଡିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2014 ଅଗଷ୍ଟ 14ରେ ଏହି ବୃହତ୍ତ ସ୍କିମର ଆରମ୍ଭ କରିଥିଲେ । ଦିନକୁ ଦିନ ଏହି ଯୋଜନା ସଫଳତାକୁ ଦେଖି ସରକାର ଦୁର୍ଘଟଣା ବୀମା ରାଶିକୁ ଲକ୍ଷେ ଟଙ୍କାକୁ ବୃଦ୍ଧି କରି 2 ଲକ୍ଷ ଟଙ୍କା କରିଦେଇଛନ୍ତି । ସେହିପରି ଓଭରଡ୍ରାଫ୍ଟ ସୀମାକୁ 5ରୁ ବଢାଇ 10 ହଜାରରେ ହୋଇଛି । ଜନ ଧନ ଯୋଜନାରେ 50 ପ୍ରତିଶତ ମହିଳା ଓ 59ରୁ ଊର୍ଦ୍ଧ୍ବ ଗ୍ରାମୀଣ ଓ ଅଣଗ୍ରାମୀଣ ଶ୍ରେଣୀର ହିତାଧିକାରୀ ରହିଛନ୍ତି ।

For All Latest Updates

ABOUT THE AUTHOR

...view details