ନୂଆଦିଲ୍ଲୀ: କୋରୋନା ସଙ୍କଟ କାଳରେ କାମଧନ୍ଦା ଛାଡି ଗାଁ ମୁହାଁ ପ୍ରବାସୀଙ୍କ ବଡ ସାହାର ସାଜିଛି ମନରେଗା । କେନ୍ଦ୍ର ସରକାରଙ୍କ ହିସାବ ଅନୁସାରେ ଜୁଲାଇ ମାସରେ ମନରେଗା ଅଧିନରେ ଲୋକଙ୍କୁ ଗତ ବର୍ଷ ତୁଳନାରେ 114 ପ୍ରତିଶତ ଅଧିକ କାମ ମିଳିଛି ।
ପେଟପାଟଣା ବଞ୍ଚାଉଛି ମନରେଗା, ଜୁଲାଇରେ 114 % ଅଧିକ ମିଳିଛି କାମ - MGNREGA
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ (ମନରେଗା) ଅଧିନରେ ଗାଁରେ ଲୋକଙ୍କୁ ମିଳୁଥିବା କାମ ସଂଖ୍ୟା ମେ ମାସରୁ ଲଗାତାର ବଢିଚାଲିଛି । ଅଧିକ ପଢନ୍ତୁ..
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟରେଣ୍ଟି ଅଧିନିୟମ (ମନରେଗା) ଅଧିନରେ ଗାଁରେ ଲୋକଙ୍କୁ ମିଳୁଥିବା କାମ ସଂଖ୍ୟା ମେ ମାସରୁ ବଢିଚାଲିଛି । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ ଚାଲିଥିବା ଏହି ନିଯୁକ୍ତି ଯୋଜନା ଅଧୀନରେ ଗତ ବର୍ଷ ତୁଳନାରେ ମେ ମାସରେ ଲୋକମାନେ 73 ପ୍ରତିଶତ ଅଧିକ, ଜୁନ୍ ମାସରେ 92 ପ୍ରତିଶତ ଏବଂ ଜୁଲାଇରେ 114 ପ୍ରତିଶତ ଅଧିକ କାମ ପାଇଛନ୍ତି ।
କୋରୋନା ସଙ୍କଟ କାଳରେ ବଡ ବଡ ସହରରୁ ପ୍ରବାସୀ ଶ୍ରମିକମାନେ ଗାଁକୁ ଫେରିଆସିଛନ୍ତି । ଆଉ ଗ୍ରାମଗୁଡିକରେ ସେମାନଙ୍କୁ ଜୀବିକା ନିର୍ବାହ କରିବାର ମାଧ୍ୟମ ଯୋଗାଇବା ପାଇଁ ସରକାର ମଧ୍ୟ ମନରେଗା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି । ପ୍ରଥମେ ଏହି ଯୋଜନା ଅଧୀନରେ ଦୈନିକ ମଜୁରୀ ହାର 182 ରୁ 202 ଟଙ୍କାକୁ ବୃଦ୍ଧି କରିଥିଲେ । ଏହାପରେ ମନରେଗାର ବଜେଟରେ ଆଉ 40,000 କୋଟି ଟଙ୍କା ବୃଦ୍ଧି ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଯାହା ଫଳରେ ନିଜ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକମାନେ କାମ କରିବାର ସୁଯୋଗ ପାଇବେ। ଏଥିସହ ଗ୍ରାମୀଣ ଅର୍ଥନୀତିର ମଧ୍ୟ ବିକାଶ ହେବ ବୋଲି ଆତ୍ମନିର୍ଭର ଭାରତ ପ୍ୟାକେଜର ଘୋଷଣା ବେଳେ ସୀତାରମଣ କହିଥିଲେ ।