ଓଡିଶା

odisha

ETV Bharat / business

କୋଭିଡ ମୁକାବିଲା, ଦେଶକୁ ଦରକାର 8 ଲକ୍ଷ କୋଟିର ରିଲିଫ ପ୍ୟାକେଜ - lower income groups

କୋଭିଡ ସଙ୍କଟର ମୁକାବିଲା ପାଇଁ ଦରକାର ଆହୁରୀ ଆର୍ଥିକ ସହଯୋଗ । ବର୍ତ୍ତମାନ ଘୋଷିତ ପ୍ୟାକେଜ ଯଥେଷ୍ଠ ନୁହେଁ । ଏନେଇ ପ୍ରକାଶ ପାଇଛି ରିପୋର୍ଟ । ଅଧିକ ପଢନ୍ତୁ..

କୋଭିଡ ମୁକାବିଲା , ଦେଶକୁ ଦରକାର 8 ଲକ୍ଷ କୋଟିର ରିଲିଫ ପ୍ୟାକେଜ
କୋଭିଡ ମୁକାବିଲା , ଦେଶକୁ ଦରକାର 8 ଲକ୍ଷ କୋଟିର ରିଲିଫ ପ୍ୟାକେଜ

By

Published : May 7, 2021, 7:38 PM IST

ନୂଆଦିଲ୍ଲୀ: ଭାରତରେ ତୀବ୍ର ବେଗରେ ବଢୁଛି କୋରୋନା ସଂକ୍ରମଣ । ଏହାକୁ ପ୍ରତିହିତ ପାଇଁ ବିଭିନ୍ନ ରାଜ୍ୟ ଓ ସ୍ଥାନୀୟ ସ୍ତରରେ ଲାଗୁ ହୋଇଛି ଲକଡାଉନ ଓ କଟକଣା । ଆଉ ଏଥିଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ନିମ୍ନ ଆୟବର୍ଗ । ଏଣୁ ନିମ୍ନ ଆୟବର୍ଗ ଲୋକଙ୍କୁ ଏହି ସଙ୍କଟରୁ ମୁକୁଳାଇବା ପାଇଁ ବର୍ତ୍ତମାନ ଅତିକମରେ 8 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଆବଶ୍ୟକ ହେବ ।

ଅଜିମ ପ୍ରେମଜି ୟୁନିଭର୍ସିଟି ଦ୍ବାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି କି, ସଂକ୍ରମଣର ମୁକାବିଲା ପାଇଁ ଦେଶବ୍ୟାପୀ ହୋଇନଥିଲେ ବି ଅନେକ ରାଜ୍ୟ ଓ ସହରରେ କଟକଣା ଲଗାଯାଇଛି । ଫଳରେ ଆର୍ଥିକ ଗତିବିଧି ବାଧାପ୍ରାପ୍ତ ହେଉଛି । ଏଣୁ ଏହି ସ୍ଥିତିର ମୁକାବିଲା ପାଇଁ ଜରୁରୀ ରହିଛି ସାହାସିକ ପଦକ୍ଷେପ । ନଚେତ ସ୍ଥିତି ଆହକୁ ବିଗିଡିପାରେ ।

ଦେଶର ଅର୍ଥନୀତି ଉପରେ କୋଭିଡ ଦ୍ବିତୀୟ ଲହର ପ୍ରଭାବ ଜଟିଳ ହୋଇପାରେ । ପ୍ରଥମ ଲହର ଦ୍ବାରା ଲୋକଙ୍କ ସଞ୍ଚୟ ହ୍ରାସ ହୋଇଥିଲା ବେଳେ ଋଣ ପରିମାଣ ବଢିଥିଲା । ହେଲେ ଦ୍ବିତୀୟ ଲହର କାରଣରୁ ଲୋକଙ୍କ ଜୀବିକା ଏବଂ ଆୟ ଗୁରୁତର ଆଘାତ ପାଇଛି । ଉତ୍ପାଦନ ଠାରୁ ଯାତାୟତ ପ୍ରଭାବିତ, ଶିକ୍ଷା ଓ ସ୍ବାସ୍ଥ୍ୟ ସବୁ ସେକ୍ଟର ଉପରେ କୋଭିଡ ର ନେଗେଟିଭ ପ୍ରଭାବ ଅର୍ଥନୀତିକୁ ଦିଗହରା କଲାଣି । ଆଉ ଏଭଳି ସମୟରେ କଟକଣା ରାଜ୍ୟକୁ କ୍ଷତିଗ୍ରସ୍ତ କଲାଣି । ଆଉ ଏହି କ୍ଷତିର ଭରଣା ପାଇଁ କେନ୍ଦ୍ର ସରକାର ଅଧିକ ନିବେଶ କରିବା ଜରୁରୀ ।

ଲୋକଙ୍କୁ ବଞ୍ଚାଇ ରଖିବା ପାଇଁ କେବଳେ ମେ ଓ ଜୁନ ମାସ ନୁହେଁ 2021 ଶେଷ ସୁଦ୍ଧା ମାଗଣ ରାସନ ବଣ୍ଟନ ଦରକାର ରହିଛି । କିଛି ରାଜ୍ୟରେ ପ୍ରାୟ 30 ପ୍ରତିଶତ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ କଲ୍ୟାଣ ଯୋଜନା ଅନୁସାରେ ରାସନ ମିଳୁନାହିଁ । ଏଥିପାଇଁ ଯାଞ୍ଚର ଆବଶ୍ୟକତା ରହିଛି ।

ଗରିବ ପରିବାରଙ୍କୁ 3 ମାସ ପାଇଁ 5000 ଟଙ୍କା ଲେଖାଁଏ ନଗଦ ସ୍ଥାନାନ୍ତରଣ ନେଇ ରିପୋର୍ଟରେ ସୁପାରିଶ କରାଯାଇଛି । କାରଣ ବର୍ତ୍ତମାନର ଡିଜିଟାଲ ଭିତ୍ତିଭୂମି ସଂରଞ୍ଚନା ସହ ଅନେକ ଘରରେ ପହଞ୍ଚାଯାଇପାରେ । ସେହିଭଳି ମନରେଗାରେ ଲୋକଙ୍କୁ 150 ଦିନର କାମ ଯୋଗାଇବା ସହ ମଜୁରୀ ବଢାଇବା ଆବଶ୍ୟକ ଅଛି । ଏହି କାର୍ଯ୍ୟକ୍ରମର ବଜେଟକୁ ସର୍ବନିମ୍ନ 1.75 ଲକ୍ଷ କୋଟି ଟଙ୍କା ବଢେଇବା ଉଚିତ । ଦେଶରେ 25 ଲକ୍ଷ ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ କୋଭିଡ ଭତ୍ତା ଦରକାର । ଏସବୁ ପଦକ୍ଷେପ ପାଇଁ ଦରକାର 8 ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ବ । କୋଭିଡ ରିଲିଫ ପାଇଁ ଆସନ୍ତା 2 ବର୍ଷ ପର୍ଯ୍ୟନ୍ତ ଜିଡିପିର ପାଖାପାଖୀ 4.5 ପ୍ରତିଶତ ଆବଣ୍ଟନ ଅବଶ୍ୟକ ।

ABOUT THE AUTHOR

...view details