ନୂଆଦିଲ୍ଲୀ: କୋରୋନା କବଳିତ ଅର୍ଥନୀତିକୁ ବୁଷ୍ଟର ପାଇଁ ଦରକାର ବିପୁଳ ଅର୍ଥ ରାଶି । ଏଥିପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ଦାନ କରିବାକୁ ବଡ ବଡ କମ୍ପାନୀଙ୍କୁ ଅପିଲ କରିଛନ୍ତି ସରକାର । ଏହି ପାଣ୍ଠିକୁ ଦାନ ହେଉଥିବା ଟଙ୍କା ସମ୍ପୁର୍ଣ୍ଣ କରମୁକ୍ତ ରହିଛି ।
ଦେଶରେ କୋରୋନା ଭାଇରସ ସଙ୍କଟର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ କରାଯାଇଛି । ନେତା, ଅଭିନେତାଙ୍କ ଠାରୁ ବିଭିନ୍ନ ସ୍ତରର ଲୋକ ନିଜ ଇଚ୍ଛାନୁସାରେ ଏହି ପାଣ୍ଠିକୁ ଆର୍ଥିକ ସହାୟତା ପଠାଉଛନ୍ତି ।
ଏହି ପରିପେକ୍ଷ୍ରୀରେ କର୍ପୋରେଟ ମାମଲାର ସଚିବ ଇଞ୍ଜେଟି ଶ୍ରୀନିବାସ ବଜାର ପୁଞ୍ଜିକରଣ ହିସାବରେ ଶୀର୍ଷ 100 କମ୍ପାନୀଙ୍କ ପ୍ରମୁଖଙ୍କୁ ଏହି ପାଣ୍ଠିକୁ ଟଙ୍କା ଦେବାକୁ ଆବେଦନ କରିଛନ୍ତି । କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପୂର୍ବରୁ ନିର୍ଦ୍ଦେଶ ଦେଇଛି ଯେ, ଏହି ପାଣ୍ଠିକୁ ପଠାଯାଉଥିବା ଦାନ କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ବ (ସିଏସଆର) ଅଧୀନରେ ହୋଇଥିବା ଖର୍ଚ୍ଚ ଭାବେ ବିବେଚନା କରାଯିବ।