ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ କରି କହିଛନ୍ତି କି ଚୀନ ସହିତ ପ୍ରାରମ୍ଭିକ ବାଣିଜ୍ୟ ଚୁକ୍ତି ଏବେ ବି ଜାରି ରହିଛି । ଯଦିଓ ଏହା ପୂର୍ବରୁ ହ୍ବାଇଟ ହାଉସର ଜଣେ ବରିଷ୍ଠ ପରାମର୍ଶଦାତା ମନ୍ତବ୍ୟରୁ ମନେ ହେଉଥିଲା କି ବୁଝାମାଣାର ଆଉ କୌଣସି ଅର୍ଥ ରହିନାହିଁ । ସବୁ ସମାପ୍ତ ହୋଇଛି । ଯେଉଁଥିପାଇଁ ସୋମବାର ବଜାର ସଙ୍କୁଚିତ ହୋଇଯାଇଥିଲା ।
ଟ୍ରମ୍ପ ଟ୍ବିଟ କରିଛନ୍ତି କି, ‘‘ ଚୀନ ସହ ବାଣିଜ୍ୟ ଚୁକ୍ତି ସମ୍ପୁର୍ଣ୍ଣ ରୂପେ ଜାରି ରହିଛି । ଆଶା ରହିଛି କି ଚୀନ ଏହି ଚୁକ୍ତିର ସର୍ତ୍ତକୁ ପାଳନ କରିବ । ’’