ନୂଆଦିଲ୍ଲୀ: ଔଦ୍ୟୋଗିକ ଶ୍ରମିକମାନଙ୍କ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ମେ ମାସରେ 5.1 ପ୍ରତିଶତକୁ ହ୍ରାସ ପାଇଛି। ଏହା ମୁଖ୍ୟତଃ କିଛି ଖାଦ୍ୟ ସାମଗ୍ରୀ ଏବଂ କିରୋସିନି ଦାମ କମିବା ଯୋଗୁଁ ହୋଇଛି ।
ଔଦୌଗିକ ଶ୍ରମିକମାନଙ୍କ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଗଣନା ଇଣ୍ଡଷ୍ଟ୍ରିଆଲ ୱାର୍କରଙ୍କ ଉପଭୋକ୍ତା ମୁଲ୍ୟ ସୂଚକାଙ୍କ (CPI-IW) ଆଧାରରେ କରାଯାଇଥାଏ । ଶ୍ରମ ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛନ୍ତି କି, ‘‘ସବୁ ବସ୍ତୁ ଉପରେ ଆଧାରିତ ମୁଦ୍ରାସ୍ପୀତି 2020 ମେ ମାସରେ 5.10 ପ୍ରତିଶତ ରହିଥିଲା । ଯେତେବେଳେ କି ଏହା ପୂର୍ବରୁ ମାସ ଅର୍ଥାତ ଏପ୍ରିଲରେ 5.45 ପ୍ରତିଶତ ଥିଲା । ସେହିପରି 1 ବର୍ଷ ପୂର୍ବେ ମେ ମାସରେ ଏହା 8.65 ପ୍ରତିଶତ ରହିଥିଲା ।