ଓଡିଶା

odisha

By

Published : Jul 18, 2020, 2:14 PM IST

ETV Bharat / business

ଜୁଲାଇରେ ଉପଭୋକ୍ତାଙ୍କ ବିଶ୍ବାସ ବଢିଛି: ରିପୋର୍ଟ

ସ୍ଥିତି ସୁଧୁରିବା ସହ ଆର୍ଥିକ ଗତିବିଧି ସ୍ବାଭାବିକ ହେଉଛି । ଏଥିମଧ୍ୟରେ ଆଶା ବାନ୍ଧୁଛି ଉପଭୋକ୍ତାଙ୍କ ବିଶ୍ବାସ । ଜୁଲାଇରେ ଉପଭୋକ୍ତାଙ୍କ ବିଶ୍ବାସ ସୁଧୁରୁଥିବା ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ..

Consumer confidence in India improves in July: Report
Consumer confidence in India improves in July: Report

ନୂଆଦିଲ୍ଲୀ:ଆର୍ଥିକ କାର୍ଯ୍ୟକଳାପ ପୁଣି ଆରମ୍ଭ ପରେ ଜୁଲାଇ ମାସରେ ଦେଶରେ ଉପଭୋକ୍ତା ବିଶ୍ବାସ ସୁଧୁରିଛି । ମାସିକ ରିଫିନିଟିଭ-ଇପ୍ସାସ ପ୍ରାଇମେରୀ କଞ୍ଜ୍ୟୁମର ସେଣ୍ଟିମେଣ୍ଟ ଇଣ୍ଡେକ୍ସ (PCSI)ରେ ଏହି ସୂଚନା ସାମ୍ନାକୁ ଆସିଛି ।

ଇପ୍ସାସ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି କି, ଭାରତ ପାଇଁ ଉପଭୋକ୍ତା ବିଶ୍ବାସ (Consumer confidence)ସୂଚକାଙ୍କ 2020 ଜୁଲାଇରେ 2.6 ପ୍ରତିଶତ ବଢିଛି । ଜୁନରେ ଏଥିରେ ସାମାନ୍ୟ 0.4 ପ୍ରତିଶତ ବୃଦ୍ଧି ହୋଇଥିଲା । ଯେତେବେଳେ କି, ଏପ୍ରିଲ ଓ ମେ ମାସରେ ଏଥିରେ ଭାରୀ ହ୍ରାସ ହୋଇଛି ।

ମାସିକ ପିସିଏସଆଇରୁ ଜଣାପଡିଛି କି, 2020 ଜୁଲାଇରେ ସମସ୍ତ 4 ଉପସୂଚକାଙ୍କ(Sub-Index)ରେ ସୁଧାର ହୋଇଛି । ପିସିଏସଆଇ 4 ଉପସୂଚକାଙ୍କକୁ ମିଶାଇ ପ୍ରକାଶ କରାଯାଏ । ପିସିଏସଆଇ ରୋଜଗାର ବିଶ୍ବାସ ଉପସୂଚକାଙ୍କରେ 0.7 ପ୍ରତିଶତ ସୁଧାର ହୋଇଛି । ଇକୋନୋମିକ ଏକ୍ସପେଟେସନ ଉପସୂଚକାଙ୍କରେ 4.9 ପ୍ରତିଶତ ବୃଦ୍ଧି ହୋଇଛି ।

ପିସିଏସଆଇ ନିବେଶ ବାତାବରଣ ଉପସୂଚକାଙ୍କରେ 2.1 ପ୍ରତିଶତ ବୃଦ୍ଧି ହୋଇଛି । ଏଥିସହ ବର୍ତ୍ତମାନର ଘରୋଇ ଆର୍ଥିକ ଉପସୂଚକାଙ୍କରେ 2.2 ପ୍ରତିଶତ ବୃଦ୍ଧି ହୋଇଛି । ଇପ୍ସୋସ ସିଇଓ ଅମିତ ଅଦାକାର କହିଛନ୍ତି କି,‘‘ କୋଭିଡ-19 ସଙ୍କଟ ମଧ୍ୟରେ ଅନଲକ-2 କିଛି ଆଶା ଫେରାଇ ଆଣିଛି । ଅର୍ଥବ୍ୟବସ୍ଥା ଓ ଜୀବିକା ଆଶିଂକ ସ୍ବାଭାବିକ ହେବା ଆଶା ରହିଛି । ଯେଉଁଥିପାଇଁ ଉପଭୋକ୍ତାଙ୍କ ବିଶ୍ବାସ ପୁଣି ଦାନା ବାନ୍ଧୁଛି ।

ABOUT THE AUTHOR

...view details