ବେଜିଂ: କୋରୋନା ଭାଇରସ ମହାମାରୀ ଯୋଗୁଁ ଲାଗୁ ଲକଡାଉନ ହଟିବା ପରେ ଆର୍ଥିକ ଗତିବିଧି ଗତିଶୀଳ ହୋଇଛି । କାରଖାନା , ଦୋକାନ ପୁଣି ଖୋଲିଛି । ଏଥିଯୋଗୁଁ ବିଶ୍ବର ଦ୍ବିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ପୁଣି ଟ୍ରାକକୁ ଫେରିଛି । 2020 ଦ୍ବିତୀୟ ତ୍ରୟମାରେ ଚୀନ ଜିଡିପି 3.2 ପ୍ରତିଶତ ହାରରେ ବୃଦ୍ଧି ପାଇଛି । ଦେଶର ଜାତୀୟ ପରିସଂଖ୍ୟାନ ବ୍ୟୁରୋ (NBS) ଏ ନେଇ ଗୁରୁବାର ପ୍ରକାଶ କରିଛି ।
ଚୀନ ଦ୍ବାରା ଜାରି ରିପୋର୍ଟ ମୁତାବକ, ଆର୍ଥିକ ଅଭିବୃଦ୍ଧି ଆଶ୍ଚର୍ଯ୍ୟଜନକ ଭାବେ ସୁଧୁରୁଛି । ଆର୍ଥିକ ବର୍ଷ ଆରମ୍ଭର ପ୍ରଥମ ତିନି ମାସରେ କୋରୋନା ସଂକ୍ରମଣ ଓ ଲକଡାଉନ ପ୍ରଭାବ ଜାରି ରହିଥିବାରୁ ଅଭିବୃଦ୍ଧି ହାର 6.8 ପ୍ରତିଶତ ଖସିଥିଲା ।