ନୂଆଦିଲ୍ଲୀ: ଚୀନ ସହ ସୀମା ବିବାଦ ଟେନସନ ମଧ୍ୟରେ ସରକାର ଅନେକ ଉତ୍ପାଦ ଉପରେ ସୀମା ଶୁଳ୍କ ବଢାଇବାକୁ ବିଚାର କରୁଛନ୍ତି । ବିଶେଷ କରି ଯେଉଁ ସବୁ ପ୍ରଡକ୍ଟ ଚୀନକୁ ଆମଦାନୀ ହେଉଛି , ସେଗୁଡିକ ଉପରେ ଶୁଳ୍କ ବୃଦ୍ଧି ହୋଇପାରେ ।
ଏକ ସୂତ୍ରରୁ ପ୍ରକାଶ ଯେ, ଏପର୍ଯ୍ୟନ୍ତ ଏ ସମ୍ବନ୍ଧରେ କୌଣସି ଅନ୍ତିମ ନିର୍ଣ୍ଣୟ ନିଆଯାଇନାହିଁ। ତେବେ ଅଣଅତ୍ୟାବଶ୍ୟକ ଦ୍ରବ୍ୟର ଆମଦାନୀ ହ୍ରାସ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଥିଲାଗୁ ଚର୍ଚ୍ଚା ଚାଲିଛି ଭାରତର ମୋଟ ଆମଦାନୀର ପ୍ରାୟ 14 ପ୍ରତିଶତ ଚୀନରୁ ଆସିଥାଏ । 2019 ଏପ୍ରିଲରୁ 2020 ଫେବୃଆରୀ ମଧ୍ୟରେ ଭାରତ, ଚୀନରୁ 62.4 ଅରବ ଡଲାର ମୁଲ୍ୟର ସାମଗ୍ରୀ ଆମଦାନୀ କରିଛି । ଯେତେବେଳେ କି ରପ୍ତାନୀ 15.5 ଅରବ ଡଲାରର ରହିଛି ।