ନୂଆଦିଲ୍ଲୀ: କୋରୋନା ମହାମାରୀ ଲଢେଇ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । କୋଭିଡକୁ ମାତ ଦେବା ପାଇଁ ଏଥିସହ ସହ ଜଡିତ କିଛି ରିଲିଫ ସାମଗ୍ରୀ ହେବ ଟିକସ ଫ୍ରି । କେନ୍ଦ୍ରୀୟ ଦ୍ରବ୍ୟ ଓ ସେବା କରର ବାଦ ପଡିବ ଏସବୁ ଜରୁରୀ ସାମଗ୍ରୀ । 2021 ଜୁଲାଇ 31 ପର୍ଯ୍ୟନ୍ତ ଏହି ରିହାତି ପ୍ରଦାନ କରାଯିବ । ଏହି ସାମୟିକ ଛାଡ ନେଇ ସୋମବାର ଘୋଷଣା କରିଛି ଅର୍ଥମନ୍ତ୍ରାଳୟ ।
ଅର୍ଥମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ , କୋଭିଡ ମୁକାବିଲା କ୍ଷେତ୍ରରେ ସହଯୋଗର ହାତ ବଢାଉଥିବା ସଂସ୍ଥା, କର୍ପୋରେଟ ଏବଂ ଅନ୍ୟ ସଂଗଠନ / ଭାରତ ବାହାର ସଂସ୍ଥା ଆଦି ଏହି ରିହତି ପାଇବେ । ଏହି ସଂସ୍ଥା ସବୁ ମାଗଣା ବଣ୍ଟନ ପାଇଁ କୋଭିଡ-19 ରିଲିଫ ସାମଗ୍ରୀ ( ପୂର୍ବରୁ ସୀମା ଶୁଳ୍କ ହଟିଯାଇଛି ) ଆମଦାନୀ କରୁଥିବା ବେଳେ ଶୁଳ୍କ ଦେବେ ନାହିଁ ।