ଓଡିଶା

odisha

ETV Bharat / business

ଚାଷୀଙ୍କ ପାଇଁ ଖୁସିଖବର, ବଢିଲା ଆଖୁର ଏଫଆରପି

ଚାଷୀଙ୍କ ପାଇଁ ଖୁସିଖବର ଚିନି ମିଲ ମାଲିକ କ୍ବିଣ୍ଟାଲ ପ୍ରତି ସର୍ବନିମ୍ନ 285 ଟଙ୍କା ଦେଇ ଚାଷୀଙ୍କ ଠାରୁ ଆଖୁ ନେବେ । ବୁଧବାର ସରକାର ଆଖୁର ଏଫଆରପି ବୃଦ୍ଧି ନେଇ ମଞ୍ଜୁରୀ ଦେଇଛନ୍ତି ।

By

Published : Aug 19, 2020, 6:10 PM IST

ଚାଷୀଙ୍କ ପାଇଁ ଖୁସିଖବର, ବଢିଲା ଆଖୁର ଏଫଆରପି
ଚାଷୀଙ୍କ ପାଇଁ ଖୁସିଖବର, ବଢିଲା ଆଖୁର ଏଫଆରପି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଆଖୁର ଫେୟାର ଆଣ୍ଡ ରିମୁନେରେଟିଭ ପ୍ରାଇସ (FRP)କୁ 10 ଟଙ୍କା ବଢାଇ କ୍ବିଣ୍ଟାଲ ପ୍ରତି 285 ଟଙ୍କା ବଢାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ଯାପର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । 2020 ଅକ୍ଟୋବରୁ ଆରମ୍ଭ ଆଖୁ ର ନୂତନ ମାର୍କେଟିଂ ଋତୁ ପାଇଁ ଏହି ମୂଲ୍ୟ ସ୍ଥିର କରାଯାଇଛି । ସରକାରୀ ସୂତ୍ର ଏହି ସୂଚନା ମିଳିଛି ।

ଏହା ଅନୁସାରେ ଚିନି ମିଲ ମାଲିକ କ୍ବିଣ୍ଟାଲ ପ୍ରତି ସର୍ବନିମ୍ନ 285 ଟଙ୍କା ଦେଇ ଚାଷୀଙ୍କ ଠାରୁ ଆଖୁ ନେବେ । ପୂର୍ବରୁ ଖାଦ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ସମ୍ଭନ୍ଧରେ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବରେ କୁହାଯାଇଥିଲା କି ଆଖୁର ଆଏଫଆରପି କ୍ବିଣ୍ଟାର ପିଛା 275 ଟଙ୍କାରୁ 285 ଟଙ୍କାକୁ ବୃଦ୍ଧି କରାଯାଉ । ତେବେ କୃଷି ମୂଲ୍ୟ ଓ ଦରଦାମ ଆୟୋଗ (ସିଏସପି) ପକ୍ଷରୁ ମଧ୍ୟ କରାଯାଇଥିବା ଏହି ସାମନ ସୁପାରିଶ ମୁତାବକ ମନ୍ତ୍ରୀମଣ୍ଡଳ ସମିତି ଏହି ନିଷ୍ପତ୍ତି ନେଇଛି ।

ସିଏସିପି ସରକାରଙ୍କୁ ପ୍ରମୁଖ କୃଷି ଉତ୍ପାଦର ଦାମକୁ ନେଇ ପରାମର୍ଶ ଦେଉଥିବା ସାମ୍ଭିଧାନିକ ସଂସ୍ଥା ଅଟେ ।

ଏଫଆରପିକୁ ଆଖୁ ( ନିୟନ୍ତ୍ରଣ ) ନିର୍ଦ୍ଦେଶ 1966 ଅଧିନରେ ନିର୍ଦ୍ଧାରଣ କରାଯାଇଥାଏ । ଏହା ଆଖୁର ସର୍ବନିମ୍ନ ମୂଲ୍ୟ ହୋଇଥାଏ । ଯାହା ଦ୍ବାରା ଚିନିମିଲମାନେ ଆଖୁ ଉତ୍ପାଦ କୃଷକଙ୍କୁ ପେମେଣ୍ଟ କରିଥାନ୍ତି । ନୂଆ ଦର ଠାରୁ କମରେ ମିଲମାଲିକମାନେ ଆଖୁ କିଣିପାରିବେ ନାହିଁ ।

ABOUT THE AUTHOR

...view details