ନୂଆଦିଲ୍ଲୀ : ଦେଶର 12 ପ୍ରମୁଖ ବନ୍ଦରରେ ଏପ୍ରିଲରୁ ଫେବୃଆରୀ ମଧ୍ୟରେ ମାଲ ପରିବହନ 1.42 ପ୍ରତିଶତ ବୃଦ୍ଧି ହୋଇ 64.29 କୋଟି ଟନ ରହିଛି । ପୂର୍ବ ଆର୍ଥିକ ବର୍ଷ (2018-19) ଏହି ଅବଧିରେ ଏହା 63.39 କୋଟି ଟନ ଥିଲା । ଇଣ୍ଡିଆନ ପୋର୍ଟସ ଆସୋସିଏସନ (ଆଇପିଏ) ଦ୍ୱାରା ଏହି ସଂଖ୍ୟା ପ୍ରକାଶ ପାଇଛି।
12 ପ୍ରମୁଖ ବନ୍ଦରରେ ବଢିଛି ମାଲ ପରିବହନ
ଦେଶର 12 ପ୍ରମୁଖ ବନ୍ଦରରେ ଏପ୍ରିଲରୁ ଫେବୃଆରୀ ମଧ୍ୟରେ ମାଲ ପରିବହନ 1.42 ପ୍ରତିଶତ ବୃଦ୍ଧି ହୋଇ 64.29 କୋଟି ଟନ ରହିଛି ।
ଦେଶର 12 ବଡ ବନ୍ଦର ମଧ୍ୟରେ ଦୀନଦୟାଲ ବନ୍ଦର, ମୁମ୍ବାଇ, ଜବାହାରଲାଲ ନେହୁର ବନ୍ଦର, ମର୍ମଗୋଆ, ନ୍ୟୁ ମାଙ୍ଗଲୋର, କୋଚ୍ଚି, ଚେନ୍ନାଇ, କାମରାଜାର (ପୂର୍ବ ଏନ୍ନୋର), ଭି.ଓ ଚିଦାମ୍ବରନାର, ବିଶାଖାପାଟନମ, ପାରାଦ୍ବୀପ ଏବଂ କୋଲକତା ରହିଛି ।
ଆଇପିଏ ତଥ୍ୟ ଅନୁଯାୟୀ, ସମୀକ୍ଷା ସମୟରେ ଏହି ବନ୍ଦରଗୁଡ଼ିକରୁ ଲୁହାପଥର ପରିବହନରେ 43.11 ପ୍ରତିଶତ ବୃଦ୍ଧି ଘଟି 4.99 କୋଟି ରହିଛି । ଯେତେବବେଳେ କି କୋଇଲାର ମାଲ ପରିବହନ 14 ପ୍ରତିଶତ ହ୍ରାସ ହୋଇ 8.25 ନିୟୁତ ଟନ ପହଞ୍ଚିଛି। ଏହି 12 ଟି ବନ୍ଦରରେ 2018-19 ଏହି ଅବଧିରେ 3.49 କୋଟି ଟନ ଲୁହାପଥର ଏବଂ 9.59 ନିୟୁତ ଟନ କୋଇଲା ପରିବହନ ହୋଇଛି ।