ଓଡିଶା

odisha

ଜୁମର ରହିଛି ଚୀନ କେନେକ୍ସନ! ଆପକୁ ବୟକଟ କଲା CAIT

By

Published : Jul 8, 2020, 4:57 PM IST

ଜୁମ ଯଦିଓ ଆମେରିରୀୟ ଆପ୍ଲିକେସନ । ହେଲେ ଏହାର କିଛି ସର୍ଭର ଚୀନରେ ମଧ୍ୟ ରହିଛି । ଏଣୁ ଏହାକୁ ବୟକଟ ପାଇଁ ଘୋଷଣା କରିଛି ସିଏଆଇଟି । ଅଧିକ ପଢନ୍ତୁ..

ଜୁମର ରହିଛି ଚୀନ କେନେକ୍ସନ! ଆପକୁ ବୟକଟ କଲା CAIT
ଜୁମର ରହିଛି ଚୀନ କେନେକ୍ସନ! ଆପକୁ ବୟକଟ କଲା CAIT

ନୂଆଦିଲ୍ଲୀ: ଦେଶରେ ଚୀନ ବିରୋଧ ନାରା ତେଜିବାରେ ଲାଗିଛି । ବୟକଟ ଚାଇନା ଆନ୍ଦୋଳନ ଜୋର ଧରିଛି । ଏଥିମଧ୍ୟରେ ଭାରତର ମିଳିତ ବ୍ୟବସାୟୀ ସଂଘ (ସିଏଆଇଟି) ଘୋଷଣା କରିଛି କି ସେ ଭିଡିଓ କନଫରେନ୍ସି ଆପ ‘ଜୁମ’ର ବ୍ୟବହାର କରିବ ନାହିଁ ।

ଯଦିଓ ଜୁମ ଆପ ଆମେରିକାରୁ ଅପରେଟ ହେଉଛି । ହେଲେ ସିଏଆଇଟିର କହିବା ଅନୁଯାୟୀ ଏହି ଆପର ଚୀନ ସହ କନେକ୍ସନ ରହିଛି । ପ୍ରକାଶ ଯେ, ସିଏଆଇଟି ଭାରତର 7 କୋଟି ଟ୍ରେଡର୍ସର ପ୍ରତିନିଧିତ୍ବ କରୁଛି ।

ସମଗ୍ର ଦେଶର ବ୍ୟବସାୟୀଙ୍କ ସହ ଆଲୋଚନା ଓ ଯୋଗାଯୋଗ ପାଇଁ ସିଏଆଇଟି ଏବେ ସୁଦ୍ଧା ଜୁମ ଆପରୁ ବ୍ୟବହାର କରୁଥିବ । ହେଲେ ଚୀନ ସହ ଲିଙ୍କଅପକୁ ସନ୍ଦେହ କରି ସିଏଆଇଟି ଏହାକୁ ବର୍ଜନ ପାଇଁ ଘୋଷଣା କରିଛି । ସିଏଆଇଟି ଅନ୍ୟ ବ୍ୟବସାୟୀଙ୍କୁ ପରାମର୍ଶ ଦେଇଛି କି ଜୁମ ବଦଳରେ ଭାରତର ଜିଓମିଟ କୁ ବ୍ୟବହାର କରି କଥାବାର୍ତ୍ତା କରିବା ଦରକାର । ତେବେ ଅନ୍ୟ ଉପଲବ୍ଧ ଆପର ମଧ୍ୟ ଆକଳନ କରୁଛନ୍ତି ସିଏଆଇଟିର ଟେକ୍ନାଲୋଜି ଟିମ ।

ଜୁମ ଯଦିଓ ଆମେରିରୀୟ ଆପ୍ଲିକେସନ । ହେଲେ ଏହାର କିଛି ସର୍ଭର ଚୀନରେ ମଧ୍ୟ ରହିଛି । ଯେଉଁଥିପାଇଁ ଡାଟା ଲିକ ହେବା ବିପଦ ରହିଛି । ଆଉ ଏହାକୁ ଭାରତ ସ୍ବାର୍ଥ ବିରୋଧରେ ଉପଯୋଗ ହୋଇପାରେ ବୋଲି ଆଶଙ୍କା ରହିଛି ବୋଲି ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ।

ABOUT THE AUTHOR

...view details