ନୂଆଦିଲ୍ଲୀ: କୋଭିଡ-19 ମହାମାରୀ ମୁକାବିଲା ପାଇଁ ସରକାରଙ୍କ ଦ୍ବାରା 2020-21 ରେ ହୋଇଥିବା ଖର୍ଚ୍ଚର ଅଡିଟ ଆରମ୍ଭ କରିବ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) । ଏନେଇ ଜଣେ ବରିଷ୍ଠ ଅଧିକାରୀ ଇଟିଭି ଭାରତକୁ କହିଛନ୍ତି ।
ରାଷ୍ଟ୍ରୀୟ ଅଡିଟରଙ୍କ ଏହି ପଦକ୍ଷେପ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଅନେକ ରିପୋର୍ଟ ପୃଷ୍ଠଭୂମିରେ ମହତ୍ବପୂର୍ଣ ଅଟେ । ଯେଉଁଥିରେ କୋରୋନା ଭାଇରସ ମୁକାବିଲା ପାଇଁ କିଟ ପରୀକ୍ଷଣ, ଔଷଧ ଏବଂ ଯନ୍ତ୍ରପାତି କ୍ରୟ, ଚିକିତ୍ସା, ନୂତନ ଚିକିତ୍ସା ଭିତ୍ତିଭୂମି ନିର୍ମାଣ ଏବଂ ଅନ୍ୟାନ ଲଜିଷ୍ଟିକ୍ସରେ ମୋଟା ଅଙ୍କର ଧନରାଶିର ଅପବ୍ୟବହାର ଏବଂ ଦୁର୍ନୀତି ଅଭିଯୋଗ ଆସିଛି ।
ଅଧିକାରୀ ଜଣଙ୍କ ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, 2020-21 ବର୍ଷ ପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇସାରିଛି । ଯାହା ରାଜ୍ୟର ସରକାରୀ ମେଡିକାଲରେ ଔଷଧ ଏବଂ ଉପକରଣ ଉପଲବ୍ଧତା ଉପରେ ଧ୍ୟାନ ଦିଆଯିବ । ଯେଉଁଥିରେ ଟେକ୍ନୋଲୋଜିର ଲାଭ ଉଠାଇ କେନ୍ଦ୍ରୀଭୂତ କ୍ରୟ, ବଣ୍ଟନ ଏବଂ ଗୋଦାମ ଗୃହ ଉପରେ ଦୃଷ୍ଟି ଦିଆଯିବ । କୋଭିଡ 19 ଖର୍ଚ୍ଚର ଏକ ଅଲଗା ଅଡିଟ୍ କରିବା କୌଣସି ଆବଶ୍ୟକତା ନାହିଁ।