ନୂଆଦିଲ୍ଲୀ: ଲମ୍ବ୍ରେଟା ଓ ବିଜୟ ସୁପର ଭଳି ଲୋକପ୍ରିୟ ସ୍କୁଟରର ନିର୍ମାଣ କରୁଥିବା ସାର୍ବଜନୀକ କ୍ଷେତ୍ରର କମ୍ପାନୀ ସ୍କୁଟର ଇଣ୍ଡିଆ ଲିମିଟେଡ ଶୀଘ୍ର ବନ୍ଦ ହେବାକୁ ଯାଉଛି । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ କମ୍ପାନୀକୁ ବନ୍ଦ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ଏନେଇ ଗୁରୁବାର ସୂଚନା ଦିଆଯାଇଛି ।
କୁହାଯାଇଛି କି, ବୁଧବାର ହୋଇଥିବା ମନ୍ତ୍ରୀମଣ୍ଡଳର ଆର୍ଥିକ ବ୍ୟାପାର ସମିତି (ସିସିଇଏ) ବୈଠକରେ ଲକ୍ଷ୍ନୌର କମ୍ପାନୀ ସ୍କୁଟର ଇଣ୍ଡିଆ ଲିମିଟେଡକୁ ବନ୍ଦ କରିବାକୁ ମଞ୍ଜୁରୀ ଦେଇଛି । ଜଣେ ଅଧିକାରୀ କହିଛନ୍ତି ସ୍କୁଟର୍ସ ଇଣ୍ଡିଆର ବ୍ରାଣ୍ଡ ନାଁକୁ ଅଲଗା ଭାବେ ବିକ୍ରି କରାଯିବ । କାରଣ କମ୍ପାନୀ ପାଖରେ ଲମ୍ବ୍ରୋଡା , ବିଜୟ ସୁପର, ବିକ୍ରମ ଓ ଲାମ୍ବ୍ରୋ ଭଳି ନାମୀଦାମୀ ପ୍ରସିଦ୍ଧ ବ୍ରାଣ୍ଡ ଅଛି ।