ଓଡିଶା

odisha

ETV Bharat / business

ଟଳମଳ ଅର୍ଥବ୍ୟବସ୍ଥା: 40 ପ୍ରତିଶତ ଖସିଲା ବ୍ୟବସାୟ ବିଶ୍ବାସ ସୂଚକାଙ୍କ - ଅର୍ଥବ୍ୟବସ୍ଥା ଗତିବିଧି

କୋରୋନା କାଳରେ ଅର୍ଥବ୍ୟବସ୍ଥା ବିପଯ୍ୟସ୍ଥ । କାରବାର ଆରମ୍ଭ ହେଉଥିଲେ ବି ସ୍ବାଭାବିକ ହେଉନି । ଏଣୁ ଆଗକୁ କାରବାର ଗତିବିଧି ପୁଣି ଚଳଚଞ୍ଚଳ ହେବା ଆଶା କଣ ରହିଛି .. ସେ ନେଇ ପଢନ୍ତୁ କଣ କହୁଛି ସର୍ଭେ ରିପୋର୍ଟ

ଟଳମଳ ଅର୍ଥବ୍ୟବସ୍ଥା : 40 ପ୍ରତିଶତ ଖସିଲା ବ୍ୟବସାୟ ବିଶ୍ବାସ ସୂଚକାଙ୍କ
ଟଳମଳ ଅର୍ଥବ୍ୟବସ୍ଥା : 40 ପ୍ରତିଶତ ଖସିଲା ବ୍ୟବସାୟ ବିଶ୍ବାସ ସୂଚକାଙ୍କ

By

Published : Aug 8, 2020, 12:35 PM IST

ନୂଆଦିଲ୍ଲୀ: 2020-21 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ NCAERର ବ୍ୟବସାୟ ବିଶ୍ବାସ ସୂଚକାଙ୍କ (Business Confidence Index )40.1 ପ୍ରତିଶତ ହ୍ରାସ ପାଇ 46.4 ପ୍ରତିଶତରେ ପହଞ୍ଚିଛି । ଯାହାତି ପୂର୍ବ ତଥା ମାର୍ଚ୍ଚ ତ୍ରୟମାସରେ 77.4 ପ୍ରତିଶତ ରହିଥିଲା ।

ନ୍ୟାସନାଲ କାଉନସିଲ୍ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ ରିସର୍ଚ୍ଚ (NCAER) ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ଜୁନ ତ୍ରୟମାସରେ ଏହା ବାର୍ଷିକ ଆଧାରରେ 62 ପ୍ରତିଶତକୁ ଖସିଛି । ଏନେଇ NCAER କହିଛନ୍ତି , ‘ ଏହା ଏବେ ସୁଦ୍ଧା NCAER ପକ୍ଷରୁ କରାଯାଇଥିବା 113 ରାଉଣ୍ଡ ବ୍ୟବସାୟ ବିଶ୍ବାସ ସର୍ଭେର ସର୍ବନିମ୍ନ ସ୍ତର ।

ଏହା ପୂର୍ବ ତ୍ରୟମାସ ଆଧାରରେ 2020 ମାର୍ଚ୍ଚରେ ସମାପ୍ତ ତ୍ରୟମାସ ସୂଚକାଙ୍କରେ 30.4 ପ୍ରତିଶତ ହ୍ରାସ ଦେଖାଦେଇଥିଲା । ପ୍ରାୟ 600 ଭାରତୀୟ କମ୍ପାନୀର ବ୍ୟବସାୟିକ ଭାବନାକୁ ଆଧାର କରି ବିସିଆଇ କମ୍ପୋଜିଟ୍ ଇଣ୍ଡେକ୍ସ ଗଣନା କରାଯାଏ । 1991 ଠାରୁ ଏହି ସୂଚକାଙ୍କ ପ୍ରସ୍ତୁତ ହେଉଛି । ଏହି ସର୍ବେକ୍ଷଣରେ ଦେଶର 4 ଟି ସ୍ଥାନର 6ଟି ସହରର କମ୍ପାନୀଙ୍କ ମତାମତ ଅନ୍ତର୍ଭୁକ୍ତ କରାଯାଇଛି। ଏହି ସହରଗୁଡ଼ିକ ହେଉଛି ଉତ୍ତର ଅଞ୍ଚଳର ଦିଲ୍ଲୀ-ଏନସିଆର, ପଶ୍ଚିମ ଅଞ୍ଚଳରୁ ମୁମ୍ବାଇ ଏବଂ ପୁଣେ, ପୂର୍ବ ଅଞ୍ଚଳରୁ କୋଲକାତା ଏବଂ ଦକ୍ଷିଣ ଅଞ୍ଚଳର ବେଙ୍ଗାଲୁରୁ ଏବଂ ଚେନ୍ନାଇ ।

ତେବେ, ସର୍ଭେରେ ଆଗାମୀ ଛଅ ମାସରେ ଅର୍ଥନୈତିକ ଅବସ୍ଥାରେ ସୁଧାର ଆସିବା ନେଇ ଆଶା ରଖିଥିବା ଲୋକଙ୍କ ଅନୁପାତ ମାର୍ଚ୍ଚ ତ୍ରୟମାସରେ 26.1 ପ୍ରତିଶତରୁ ହ୍ରାସ ପାଇ ଜୁନ୍ ତ୍ରୟମାସରେ ମାସରେ 17.1 ପ୍ରତିଶତକୁ ଖସି ଆସିଛି। ସେହିଭଳି, ପରବର୍ତ୍ତୀ ଛଅ ମାସ ମଧ୍ୟରେ, କମ୍ପାନୀର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ଆଶା କରୁଥିବା ଲୋକଙ୍କ ପ୍ରତିଶତ ଏହି ସମୟ ମଧ୍ୟରେ 27.5 ପ୍ରତିଶତରୁ 19.8 ପ୍ରତିଶତକୁ ଖସି ଆସିଛି ।

ABOUT THE AUTHOR

...view details