ଓଡିଶା

odisha

By

Published : Feb 1, 2020, 7:50 PM IST

Updated : Feb 1, 2020, 10:00 PM IST

ETV Bharat / business

ବଜେଟ-2020: ଜାଣନ୍ତୁ, କ’ଣ ରହିଛି ଆପଣଙ୍କ ପାଇଁ ନୂଆ

ଉପସ୍ଥାପନ ହେଲା ନୂଆ ଦଶକର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ। ପାରମ୍ପରିକ ବହିଖାତା ସହ ବାର୍ଷିକ ଆର୍ଥିକ ବିବରଣୀ ରଖିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସବୁ ରେକର୍ଡ ଭାଙ୍ଗି ଦୀର୍ଘ 2 ଘଣ୍ଟା 40 ମିନଟର ଲମ୍ବା ଭାଷଣରେ ସୀତାରମଣ ଗାଁ, ଗରିବ, କୃଷକ ଓ ରୋଜଗାର ଉପରେ ଫୋକସ କରିଛନ୍ତି।

Budget 2020: Know the announcements
ବଜେଟ 2020: ଜାଣନ୍ତୁ, କଣ ରହିଛି ଆପଣଙ୍କ ପାଇଁ ନୂଆ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ନୂଆ ଦଶକର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ । ପାରମ୍ପରିକ ବହିଖାତା ସହ ବାର୍ଷିକ ଆର୍ଥିକ ବିବରଣୀ ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସବୁ ରେକର୍ଡ ଭାଙ୍ଗି ଦୀର୍ଘ 2 ଘଣ୍ଟା 41 ମିନଟର ଭାଷଣ ପରେ ବି ସରିନଥିଲା ବଜେଟ ଦସ୍ତାବିଜ । ଶେଷରେ ଅଧାରେ ଅଟକିଥିଲା ବଜେଟ ଭାଷଣ । ଆଉ ଏହି ଅବଧି ଭିତରେ ସୀତାରମଣ ଗାଁ, ଗରିବ , କୃଷକ ଓ ରୋଜଗାର ଉପରେ ଦେଇଚନ୍ତି ଫୋକସ । 2020-21 ଆର୍ଥିକ ବର୍ଷ ପାଇଁ ମୋଟ ୩୦,୪୨,୨୩୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । 5 ଲକ୍ଷ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ ପୂରଣ ସହ 2020-21ରେ ଦେଶର ଅଭିବୃଦ୍ଧି ହାର 10 ପ୍ରତିଶତ ନେଇ ଅନୁମାନ କରିଛନ୍ତି ଅର୍ଥମନ୍ତ୍ରୀ ।

ବଜେଟ-2020: ଜାଣନ୍ତୁ, କ’ଣ ରହିଛି ଆପଣଙ୍କ ପାଇଁ ନୂଆ

ହେଲେ ଏପଟେ କିନ୍ତୁ ନିର୍ମଳା ସୀତାରମଣଙ୍କ ବଜେଟ ନାଖୁସ ନିବେଶକ। ବଜେଟ ଭାଷଣର କେଇ କ୍ଷଣ ପରଠୁ ଖସିଥିଲା ସେୟାର ସୂଚକାଙ୍କ । ସେନସେକ୍ସ 40 ହଜାର ତଳକୁ ହ୍ରାସ ପାଇଥିଲା ବେଳେ ନିଫ୍ଟି 300 ପଏଣ୍ଟ କମିଛି । ଏପଟେ ବିରୋଧି ବଜେଟକୁ କଟାକ୍ଷ କରିଛନ୍ତି । ରାହୁଲ ଗାନ୍ଧୀ ଏହାକୁ ଫମ୍ପା ବଜେଟ କହିଥିଲା ବେଳେ ଅଖିଳେଶ ଯାଦବ ଏହାକୁ ଦେବାଳିଆ ସରକାରଙ୍କ ଦେବାଳିଆ ବଜେଟ ବୋଲି ମତ ରଖିଛନ୍ତି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ବଜେଟକୁ ପ୍ରଶାଂସା କରିବା ସହିତ ଏହା ସରକାରଙ୍କ ଲକ୍ଷ୍ୟ ପୂରଣ କରିବ ବୋଲି କହିଛନ୍ତି ।

ନଜର ପକାନ୍ତୁ ବଜେଟରେ ଆପଣଙ୍କ ପାଇଁ କଣ ରହିଛି ଖାସ...


ସୁଦୃଢ ହେବ ଶିକ୍ଷା

  • ଶିକ୍ଷାକୁ 99,300 କୋଟି
  • ଦୁର୍ବଳ ଡିଗ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ଶିକ୍ଷା
  • ପିପିପି ମଡେଲ ଆଧାରରେ ନୂଆ ମେଡିକାଲ କଲେଜ
  • ନ୍ୟାସନାଲ ଫରେନସିକ ୟୁନିଭର୍ସିଟି ପ୍ରସ୍ତାବିତ
  • ଶିକ୍ଷାକ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ
  • ଜିଲ୍ଲା ଚିକିତ୍ସାଳୟରେ ମେଡିକାଲ କଲେଜ ପ୍ରତିଷ୍ଠା ଯୋଜନା
  • ଯୁବ ଇଞ୍ଜିନିୟରଙ୍କ ପାଇଁ ସ୍ଥାନୀୟ ପ୍ରଶାସନରେ ଇଣ୍ଟର୍ଣ୍ଣସିପ
  • ଜାତୀୟ ପୋଲିସ ଓ ଜାତୀୟ ନ୍ୟାୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତାବ
  • ଡାକ୍ତରୀ ଛାତ୍ରଙ୍କ ପ୍ରଫେସନାଲ ଶିକ୍ଷା ପାଇଁ ନୂତନ କାର୍ଯ୍ୟକ୍ରମ
  • କୌଶଳ ବିକାଶ ପାଇଁ 3000 କୋଟି

କୃଷକଙ୍କ ପାଇଁ 16 ସୁତ୍ରୀ ଯୋଜନା

  • ପିପିପି ମୋଡରେ ଚାଲିବ କିଶାନ ରେଳ
  • କୃଷି ଉତ୍ପାଦନ ପାଇଁ କିଶାନ ଉଡାନ ସ୍କିମ୍‌
  • 2022 ସୁଦ୍ଧା କୃଷକଙ୍କ ଆୟ ଦ୍ବିଗୁଣା ଲକ୍ଷ୍ୟ
  • 100 ମରୁଡିଗ୍ରସ୍ତ ଜିଲ୍ଲାର ବିକାଶ
  • କୃଷି କ୍ଷେତ୍ରରେ ଅକ୍ଷୟ ଉର୍ଜାର ଉପଯୋଗ
  • ଜୈବିକ ଚାଷକୁ ଗୁରୁତ୍ବ
  • 15 ଲକ୍ଷ କୋଟି ଟଙ୍କା କୃଷି ଋଣ ବଣ୍ଟନ ଲକ୍ଷ୍ୟ
  • 5 ବର୍ଷରେ ଦୁଗ୍ଧ ପ୍ରୋସେସିଂ କ୍ଷମତା ଦୁଇଗୁଣିତ ଲକ୍ଷ୍ୟ
  • ଗୋଟିଏ ଜିଲ୍ଲାର ଗୋଟିଏ ପ୍ରଡକ୍ଟ ଉପରେ ଫୋକସ
  • କୃଷି ବଜାରକୁ ଇଲେକ୍ଟ୍ରୋନିକ ମାର୍କେଟ ସହ ଯୋଡାଯିବ
  • ମତ୍ସ୍ୟଚାଷୀଙ୍କ ପାଇଁ ସାଗର ମିତ୍ର ଯୋଜନା
  • ସାଗର ମିତ୍ର ଜରିଆରେ ମତ୍ସ୍ୟପାଳକଙ୍କ ସହ ଗ୍ରାମୀଣ ଯୁବକ କାମ କରିବେ
  • ଦ୍ବିଗୁଣା ହେବ କୃଷକଙ୍କ ଆୟ
  • ଦ୍ବିଗୁଣା ହେବ ଦୁଗ୍ଧ ପ୍ରୋସେସିଂ କ୍ଷମତା
  • ଇଲେକ୍ଟ୍ରୋନିକ ମାର୍କେଟ ସହ ଯୋଡିହେବ କୃଷି ବଜାର
  • 6.11 କୋଟି କୃଷକଙ୍କ ପାଇଁ ବୀମା ଯୋଜନା
  • କୃଷି କ୍ଷେତ୍ରର ମାର୍କେଟିଙ୍ଗ ଓ ପ୍ରୋସେସିଙ୍ଗ ଉପରେ ଫୋକସ
  • କୃଷକଙ୍କ ପାଇଁ ମୋଦି ସରକାରଙ୍କ କୁସୁମ ଯୋଜନା

ଖସିଲା ଆୟକର ସ୍ଲାବ

  • 5 ଲକ୍ଷ ଆୟ ଉପରେ ଟିକସ ଫ୍ରି
  • 5ରୁ 7.5 ଲକ୍ଷ ଆୟ ଉପରେ 10%
  • 7.5 ଲକ୍ଷ ରୁ 10 ଲକ୍ଷ ଆୟ ଉପରେ 15%
  • 10ଲକ୍ଷ ରୁ 12.5 ଲକ୍ଷ ଉପରେ 20%
  • 12.5 ଲକ୍ଷରୁ 15 ଲକ୍ଷ 25%
  • 15 ଲକ୍ଷରୁ ଅଧିକ ହେଲେ 30 %
  • ନିବେଶକଙ୍କୁ ଆଶ୍ବସ୍ତି ଦେବା ପାଇଁ ଲାଭାଂଶ ବିତରଣ କରକୁ ହଟାଯିବ
  • 15 ପ୍ରତିଶତ କର୍ପୋରେଟ କର ଅନ୍ତର୍ଗତ ଆସିବ ଘରୋଇ ବିଦ୍ୟୁତ କମ୍ପାନୀ
  • କମ୍ପାନୀଙ୍କ ଲାଭାଂଶ ବିତରଣ କର ସମାପ୍ତ

ରେଳକୁ ଦ୍ରୁତଗତୀ

  • 550 ରେଲୱେ ଷ୍ଟେସନରେ ୱାଇଫାଇ
  • ରେଳର ଖାଲି ପଡିଆରେ ସୌର ଶକ୍ତି ପ୍ଲାଣ୍ଟ
  • ଦେଶରେ ମାନବ ରହିତ ରେଳଫାଟକକୁ ଶେଷ କରାଯିବ
  • ତେଜସ ଭଳି ଆହୁରୀ ଟ୍ରେନ ଆରମ୍ଭ ହେବ
  • 27 ହଜାର ରେଳ ଟ୍ରାକକୁ ବିଦ୍ୟୁତକରଣ କରାଯିବ ।
  • ତେଜସ ଟ୍ରେନରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦିଆଯିବ
  • ପିପିପି ମଡେଲ ଦ୍ବାରା ରେଳ ଷ୍ଟେସନ ବିକାଶ ହେବ
  • 150 ଟ୍ରେନ ପିପିପି ମୋଡରେ ଚାଲିବା ନିଷ୍ପତ୍ତି
  • 148 କିମି ବେଙ୍ଗାଲୁରୁ ଉପନଗରୀୟ ଟ୍ରେନ ସିଷ୍ଟମ ହେବ । କେନ୍ଦ୍ର ସରକାର 25 ପ୍ରତିଶତ ଦେବେ। ଏହା ଉପରେ 18 ହଜାର 600 କୋଟି ଟଙ୍କା ଖର୍ଚ୍ଚ ହେବ ।
  • ମୁମ୍ବାଇ-ଅହମଦାବାଦ ମଧ୍ୟରେ ବୁଲେଟ ଟ୍ରେନ କାମକୁ ଅଗ୍ରାଧିକାର ଦିଆଯିବ ।
  • ଭିତ୍ତିଭୂମିକୁ ଭିଟାମିନ
  • ଆରମ୍ଭ ହେବ ବେଙ୍ଗାଲୁର-ଚେନ୍ନାଇଇ ଏକ୍ସପ୍ରେସ
  • 9000 କିମିରୁ ଅଧିକ ଇକୋନୋମିକ କରିଡର ବିକଶିତ ହେବ
  • 2024 ସୁଦ୍ଧା 100 ନୂଆ ବିମାନବନ୍ଦର କରାଯିବ
  • 27000 କିମି ରେଲୱେ ଲାଇନର ବିଦ୍ୟୁତକରଣର
  • ପବ୍ଲିକ ଅନୁଷ୍ଠାନକୁ ଡିଜିଟାଲ କନେକ୍ଟ କରାଯିବ
  • ଭାରତ ନେଟ କାର୍ଯ୍ୟକ୍ରମକୁ 6000 କୋଟି ଟଙ୍କା
  • ରାଜ୍ୟ ସହ ମିଶି ପିପିପି ମୋଡରେ ସ୍ମାର୍ଟସିଟି ହେବ
  • କୃଷି , ଜଳସେଚନ ପାଇଁ 1.2 ଲକ୍ଷ କୋଟି ଫଣ୍ଡ
  • ହର ଘର ପାଣି ପାଇଁ 3.6 କୋଟି ଟଙ୍କା
  • 2000 କିମି ତଟୀୟ ଇଲାକା ପାଇଁ ସଡକ
  • ଭିତ୍ତିଭୂମିରେ ପ୍ରାକୃତିକ ବିପର୍ଯ୍ୟୟକୁ ଧ୍ୟାନ ଦିଆଯିବ
  • ରାଷ୍ଟ୍ରୀୟ ସୁରକ୍ଷା ସରକାରଙ୍କ ପ୍ରାଥମିକତା
  • ଜଳ ଜୀବନ ମିଶନ ପାଇଁ 3.6 ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ
  • ସ୍ବଚ୍ଛ ଭାରତ ପାଇଁ 12,300 କୋଟି ବ୍ୟୟ ବରାଦ
  • ଆର୍ଥିକ ବିକାଶ
  • ଶିଳ୍ପ ଓ ବାଣିଜ୍ୟକୁ ୨୭,୩୦୦ କୋଟି
  • ରାଜ୍ୟ ସହ ମିଶି ପିପିପି ମୋଡରେ ସ୍ମାର୍ଟସିଟି ହେବ
  • ଘରୋଇ ଉତ୍ପାଦନ ବୃଦ୍ଧି ହେବ
  • ପ୍ରତି ଜିଲ୍ଲାକୁ ରପ୍ତାନୀ ପାଇଁ ବିକାଶିତ କରାଯିବ
  • ଘରୋଇ ମ୍ୟାନୁଫେକ୍ଚରିଙ୍ଗ କୁ 27 ହଜାର କୋଟି
  • ରପ୍ତାନୀ ବୃଦ୍ଧି ପାଇଁ ନିର୍ବିକ ଯୋଜନା
  • ‘ଭାରତ ନେଟ’ ପ୍ରୋଗ୍ରାମ ପାଇଁ ୬ ହଜାର କୋଟିର ଅନୁଦାନ
  • ଇଜ ଅଫ ଲିଭିଙ୍ଗକୁ ପ୍ରୋତ୍ସାହନ
  • ନିଯୁକ୍ତିକୁ ଫୋକସ
  • ଏକାଧିକ ପରୀକ୍ଷା ଟେନସନରୁ ମୁକ୍ତି
  • ନନ୍‌ ଗେଜେଡେଟ୍‌ ଚାକିରୀ ପାଇଁ ଗୋଟିଏ ପରୀକ୍ଷା
  • ଜାତୀୟ ନିଯୁକ୍ତି ସଂସ୍ଥା ପ୍ରତିଷ୍ଠା ହେବ
  • ପ୍ରତିଟି ଜିଲ୍ଲାରେ ଅନ୍ତତଃ ଗୋଟିଏ ପରୀକ୍ଷା କେନ୍ଦ୍ର ଖୋଲିବ
  • ଦରମା ଓ ରକ୍ଷାଣବେକ୍ଷଣ ପାଇଁ 2.09 ଲକ୍ଷ କୋଟି
  • ବଳବାନ ହେବ ବ୍ୟାଙ୍କ
  • 5 ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଉପରେ ଗ୍ୟାରେଣ୍ଟି
  • ସରକାରୀ ବ୍ୟାଙ୍କକୁ ସାଢେ 3 ଲକ୍ଷ କୋଟି ଆବଣ୍ଟନ
  • ସରକାରୀ ବ୍ୟାଙ୍କକୁ ବଜାରରୁ ମିଳିବ ଟଙ୍କା
  • ପେନସନ-୨,୧୦,୬୮୨ କୋଟି
  • 5 ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଉପରେ ମିଳିବ ଗ୍ୟାରେଣ୍ଟି
  • ସରକାରୀ ବ୍ୟାଙ୍କକୁ ସୁଦୃଢ ପାଇଁ 3.5 ଲକ୍ଷ କୋଟି
  • IPO ଦ୍ବାରା LICର ବଡ ଭାଗ ବିକିବେ ସରକାର
  • ସିଡୱି ବ୍ୟାଙ୍କ ସହ ଏକ୍ଜିମ ବ୍ୟାଙ୍କ ଦ୍ବାରା 1000 କୋଟିର ସ୍କିମ ଆରମ୍ଭ
  • ଇଟିଏଫ ବିସ୍ତାର


ସୁସ୍ଥ ରହିବ ସ୍ବାସ୍ଥ୍ୟ

  • 112ଟି ଜିଲ୍ଲାରେ ସ୍ଥାପନ ହେବ ଆୟୁଷ୍ମାନ ହସ୍ପିଟାଲ
  • ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ହେବ ବ୍ୟବହାର
  • ଏମ ଜନ ଆରୋଗ୍ୟ ଯୋଜନାକୁ 69 ହଜାର କୋଟି
  • 2025 ସୁଦ୍ଧା ଯକ୍ଷ୍ମା ରୋଗର ହେବ ଅନ୍ତ
  • ଓଡିଏଫ ଜାରି ରଖିବା ପାଇଁ ଓଡିଏଫ ପ୍ଲସ ଆରମ୍ଭ କରାଯିବ

ମହିଳାଙ୍କ ମନକିଣିବାକୁ ପ୍ରୟାସ

  • ମହିଳାଙ୍କ ପାଇଁ 28 ହଜାର 600 କୋଟି ବ୍ୟୟବରାଦ
  • ବିଦ୍ୟାଳୟରେ ବଢିଛି ଛାତ୍ରୀଙ୍କ ସଂଖ୍ୟା
  • ସଫଳ ହୋଇଛି ‘ବେଟି ବଚାଓ, ବେଟି ପଢାଓ’ ଯୋଜନା
  • ପୋଷଣ କାର୍ଯ୍ୟକ୍ରମ ପାଇଁ 35,600 କୋଟି ଟଙ୍କା
  • ସ୍କୁଲରେ ଛାତ୍ରୀଙ୍କୁ ମିଳିବ ବିଶେଷ ସୁବିଧା
  • ମହିଳାଙ୍କ ପାଇଁ ଟ୍ୟାକ୍ସ ଫୋର୍ସ ଗଠନ କରାଯିବ
  • ଏ ବର୍ଷ ଲକ୍ଷେ ଗ୍ରାମ ପଞ୍ଚାୟତକୁ ଅପଟିକାଲ ଫାଇବରରେ ଯୋଡାଯିବ
  • ମହିଳାଙ୍କ ମାତୃତ୍ବର ବୟସ ବଢାଇବେ ସରକାର

ସରକାରଙ୍କ କାଲକୁଲେଟର

  • ସରକାରଙ୍କ ଋଣଭାର ୨୦୧୯ ମାର୍ଚ୍ଚ ସୁଦ୍ଧା ଏହା ୪୮.୭% ହୋଇଛି। ଯାହା ୨୦୧୪ ମାର୍ଚ୍ଚରେ ୫୨.୨% ଥିଲା।
  • 2020-21ଜିଡିପି ହାର 10 ପ୍ରତିଶତ ଅନୁମାନ
  • 3.8 ପ୍ରତିଶତ ଆର୍ଥିକ ଘାଟା


ସୁରକ୍ଷାକୁ ପ୍ରାଧ୍ୟାନ୍ୟ

  • ବଢିଛି ପ୍ରତିରକ୍ଷା ବଜେଟ
  • ପ୍ରତିରକ୍ଷା କ୍ଷେତ୍ର ପାଇଁ 3.37 ଲକ୍ଷ କୋଟି
  • ବଜେଟର ମୋଟ ବ୍ୟୟରୁ 1.13 ଲକ୍ଷ କୋଟି ନୂଆ ଅସ୍ତ୍ର, ବିମାନ, ଯୁଦ୍ଧ ଜାହାଜ ସାମରିକ ସାମଗ୍ରୀ ପାଇଁ ଖର୍ଚ୍ଚ ହେବ ।

ଖେଳିବ ଇଣ୍ଡିଆ, ବଢିବ ଇଣ୍ଡିଆ

  • ଚମ୍ପିଆନ ଭାରତ, ଶ୍ରେଷ୍ଠ ଭାରତ
  • କ୍ରୀଡାକ୍ଷେତ୍ରର ବିକାଶ ପାଇଁ 2020-21 ବର୍ଷରେ କ୍ରୀଡା ବଜେଟ 2826.92 କୋଟି ଟଙ୍କା
  • ତୃଣମୂଳସ୍ତରରୁ କ୍ରୀଡାର ବିକାଶ ପାଇଁ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମକୁ ଗୁରୁତ୍ବ
  • ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ 291.42 କୋଟି ଟଙ୍କା ବ୍ୟୟ ବରାଦ

ଅନ୍ୟାନ ବିଭାଗକୁ କେତେ ?

  • କୃଷି ଓ କୃଷିଭିତ୍ତିକ କାର୍ଯ୍ୟକ୍ରମ ପାଇଁ 1,54,775
  • ପର୍ଯ୍ୟଟନ ଓ ବିକାଶକୁ 2,500 କୋଟି
  • ସଂସ୍କୃତି ମନ୍ତ୍ରଣାଳୟକୁ 3,150
  • 4 ସଂଗ୍ରହାଳୟର ହେବ ବିକାଶ
  • ରାଞ୍ଚିରେ ହେବ ଆଦିବାସୀ ସଂଗ୍ରହାଳୟ
  • ଜମ୍ମୁ-କଶ୍ମୀର ପାଇଁ 30,757 କୋଟି
  • ଲଦାଖକୁ 5958 କୋଟି
  • ଶକ୍ତି ଓ ନବୀକରଣ ଯୋଗ୍ୟ ଶକ୍ତି ପାଇଁ 22 ହଜାର କୋଟି
  • ଏସସି, ଓବିସିକୁ ୮୫ ହଜାର କୋଟି ଏବଂ ଏସଟି-53,700 କୋଟି
  • ପରିବହନ ଭତ୍ତିଭୂମି-1.7 ଲକ୍ଷ କୋଟି
  • ଜି-୨୦ ସମ୍ମିଳନୀ ପାଇଁ 100 କୋଟି
  • ଆଇଟି ଓ ଟେଲିକମକୁ 59, 349
  • କେନ୍ଦ୍ରଶାସିତ ଅଞ୍ଚଳକୁ 52,864
  • ସହରାଞ୍ଚଳ ବିକାଶ-୫୦,୦୪୦
  • ଆଦିବାସୀଙ୍କ ପାଇଁ 53 ହଜାର କୋଟି
  • ବୃଦ୍ଧ ଓ ଦିବ୍ୟାଙ୍ଗ ପାଇଁ 9500 କୋଟି
  • ସ୍ବଚ୍ଛ ବାୟୁ ପାଇଁ 4300 କୋଟି ଟଙ୍କା
  • ବନ୍ଦ ହେବ ପ୍ରଦୂଷଣ କରୁଥିବା ଥର୍ମାଲ ପ୍ଲାଣ୍ଟ
Last Updated : Feb 1, 2020, 10:00 PM IST

ABOUT THE AUTHOR

...view details