ଓଡିଶା

odisha

ବଜେଟ-2020: ତିଆରି ହେବ 100 ନୂଆ ବିମାନ ବନ୍ଦର

By

Published : Feb 1, 2020, 12:23 PM IST

Updated : Feb 1, 2020, 4:28 PM IST

ବଜେଟରେ ଭିତ୍ତିଭୂମିକୁ ଅଗ୍ରାଧିକାର ଦିଆଯାଇଛି । ଜାତୀୟ ଭିତ୍ତିଭୂମି ଫଣ୍ଡ ପାଇଁ 100 ଲକ୍ଷ କୋଟି ବ୍ୟୟବରାଦ ହୋଇଛି ।

Budget 2020 India
ବଜେଟ୍‌ 2020: ଭାରତ ହେବ ମୋବାଇଲ ହବ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିବାବେଳେ ଭିତ୍ତିଭୂମି ଉପରେ ଅଧିକ ନିବେଶ ପାଇଁ କହିଛନ୍ତି । ସରକାର ଆଗାମୀ ଦିନରେ ଭିତ୍ତିଭୂମି ସରଞ୍ଜନାର ବିକାଶ ପାଇଁ 100 ଲକ୍ଷ କୋଟି ଟଙ୍କାର ନିବେଶ କରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ବଜେଟ-2020: ତିଆରି ହେବ 100 ନୂଆ ବିମାନ ବନ୍ଦର

ଜାଣନ୍ତୁ ଭିତ୍ତିଭୂମି କ୍ଷେତ୍ରରେ ଆଉ କଣ ଘୋଷଣା କରାଯାଇଛି...

  • ରାଷ୍ଟ୍ରୀୟ ଅବସରଞ୍ଚନା ପାଇପଲାଇନରେ 6 ହଜାରରୁ ଅଧିକ ଯୋଜନା ଘୋଷଣା କରାଯିବ
  • ରାଷ୍ଟ୍ରୀୟ ରସଦ ନୀତି ମଧ୍ୟ ଶୀଘ୍ର ଜାରି କରାଯିବ
  • ନିୟନ୍ତ୍ରିତ ରାଜମାର୍ଗର ଘୋଷଣା କରାଯିବ
  • 9000 କେଲୋମିଟରରୁ ଅଧିକ ଇକୋନୋମିକ କରିଡର ବିକଶିତ କରାଯିବ
  • ଉଡାନ ଯୋଜନାର ସମର୍ଥନ କରିବାକୁ ଯାଇ 2024 ସୁଦ୍ଧା 100 ନୂଆ ବିମାନବନ୍ଦର କରାଯିବ
  • 27000 କିଲୋମିଟରର ରେଲୱେ ଲାଇନର ବିଦ୍ୟୁତକରଣର ଲକ୍ଷ୍ୟ
  • ‘ଭାରତ ନେଟ’ ପ୍ରୋଗ୍ରାମ ପାଇଁ ୬ ହଜାର କୋଟିର ଅନୁଦାନ
  • ଭିତ୍ତିଭୂମିରେ ପ୍ରାକୃତିକ ବିପର୍ଯ୍ୟୟକୁ ଧ୍ୟାନ ରଖାଯିବ
Last Updated : Feb 1, 2020, 4:28 PM IST

ABOUT THE AUTHOR

...view details