ଓଡିଶା

odisha

ETV Bharat / business

BSNL କର୍ମଚାରୀଙ୍କୁ ଶକ୍ତ ଝଟକା, 54 ହଜାର ହରାଇବେ ଚାକିରୀ ! - ବିଏସଏନଏଲ

ଛଟେଇ କରିବ BSNL। 54 ହଜାର କର୍ମଚାରୀ ହରାଇବେ ଚାକିରୀ ।

ପ୍ରତିକାତ୍ମକ ଫଟୋ

By

Published : Apr 4, 2019, 7:50 PM IST

ନୂଆଦିଲ୍ଲୀ: ଛଟେଇ ହେବେ 54 ହଜାର ବିଏସଏନଏଲ କର୍ମଚାରୀ । ଆର୍ଥିକ ସ୍ଥିତି ସୁଧାରିବାକୁକମ୍ପାନୀ ନେଇଛି ଏପରି କିଛି ନିଷ୍ପତ୍ତି। ଏ ନେଇ ଟେଲିକମ ମନ୍ତ୍ରଣାଳୟ ନିର୍ବାଚନ ଆୟୋଗଙ୍କ ଠାରୁ ଅନୁମତିମାଗିଛି। ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଥିବାରୁ ଏ ସମ୍ବନ୍ଧରେ ଏବେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରିନାହିଁ।

ରାଷ୍ଟ୍ରାୟତ ଟେଲିକମ ସେବା କମ୍ପାନି ବିଏସଏନଏଲ ଏବେ ଦେବାଳିଆ ସ୍ଥିତିରେ । କ୍ଷତିରେ ଚାଲିଛି କମ୍ପାନୀ । କର୍ମଚାରୀଙ୍କୁ ଠିକ ସମୟରେ ଦେଇପାରୁନାହିଁ ଦରମା । ଏହାର କାରଣ ହେଉଛି ଆବଶ୍ୟକତା ଠାରୁ ଅଧିକ ବିନିଯୋଗ । ଅନ୍ୟ ଟେଲିକମ କମ୍ପାନୀ ତୁଳନାରେ ବିଏସଏନଏଲରେ ଅଧିକ ପରିମାଣରେ କର୍ମଚାରୀ ନିୟୋଜିତ ଅଛନ୍ତି । ଏପେଟ ବିଭିନ୍ନ ଘରୋଇ ସ୍ମାର୍ଟ ଟେଲିକମ୍‌ କମ୍ପାନୀ ଯୋଗୁଁ ବିଏସଏନଏଲ ସ୍ଥିତି ଏବେ ମାନ୍ଦାରେ ଚାଲିଛି। ଯେଉଁଥିପାଇଁ କମ୍ପାନୀ ତାର କର୍ମଚାରୀଙ୍କୁ ଟଙ୍କା ଦେବାକୁ ଅକ୍ଷମ ହେଉଛି । ଏଣୁ କମ୍ପାନୀ ତାର ଖର୍ଚ୍ଚ କମାଇବାକୁ ନିଯୁକ୍ତି ନିୟମରେ ପରିବର୍ତ୍ତନ କରିବାକୁ ଯୋଜନା କରୁଛି ।

ଚାକିରୀକାଳ ନ ପୁରୁଣୁ ଅର୍ଥାତ ଅବସର ସମୟର 2ବର୍ଷ ପୂର୍ବରୁ ହିଁ କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଅବସର ଦେବାକୁ କମ୍ପାନୀ ଚାହୁଁଛି । ଏଥିସହ ଆଗକୁ ମଧ୍ୟ ଅବସର ବୟସକୁ 60ରୁ କମାଇ 58 ବର୍ଷ କରିବାକୁ ଯାଉଛି।

ବିଏସଏନଏଲର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ, ବିଭିନ୍ନ ପ୍ରୋଜେକ୍ଟ ବାବଦରେ ଫସିରହିଥିବା 2900 କୋଟି ଟଙ୍କା ଏବେ କମ୍ପାନୀଙ୍କୁ ମିଳିବାକୁ ଯାଉଛି। ଏପ୍ରିଲ କିମ୍ବା ମେ ମାସ ସୁଦ୍ଧା ଏହି ଟଙ୍କା କମ୍ପାନୀଙ୍କୁ ମିଳିଯିବ । ଏଥି ସହ ଅନ୍ୟ ସବୁ ବ୍ୟବସାୟ ବାବଦରେ 500 କୋଟି ଟଙ୍କା ମିଳିବା ନେଇ ଅନୁମାନ ରହିଛି । ସେହିପରି 3500 କୋଟି ଟଙ୍କା ସଫ୍ଟ ଲୋନ ରୂପେ ମିଳିବ । ଏହି ସବୁ ଟଙ୍କାକୁ ବ୍ୟବହାର କରି କମ୍ପାନୀ ତାର ଆର୍ଥିକ ସ୍ଥିତିକୁ ସୁଦୃଢ କରିବ।

ପ୍ରକାଶ ଥାଉ ଯେ, ବିଏସଏନଏଲ କର୍ମଚାରୀଙ୍କ ସଂଖ୍ୟା 1.76 ଲକ୍ଷ । ଯେତେବେଳେ କି ଏମଟିଏନଏଲରେ 22 ହଜାର କର୍ମଚାରୀ ଅଛନ୍ତି । ଏପରି ଅନୁମାନ କରାଯାଉଛି ଯେ ଆଗାମୀ 5ରୁ 6 ବର୍ଷ ମଧ୍ୟରେ ଏମଟିଏନଏଲର 16 ହଜାର କର୍ମଚାରୀ ତଥା ବିଏସଏନଏଲର 50 ପ୍ରତିଶତ କର୍ମଚାରୀ ଅବସର ଗ୍ରହଣ କରିବେ।


ABOUT THE AUTHOR

...view details