ଓଡିଶା

odisha

By

Published : Jun 18, 2020, 3:17 PM IST

ETV Bharat / business

BSNLର 4ଜି ଟେଣ୍ଡରରେ ଚୀନ କମ୍ପାନୀଙ୍କୁ ମିଳିବନି ସୁଯୋଗ

ସୀମା ବିବାଦ ପରେ ଚୀନକୁ କଡା ଜବାବ ଦେବା ପାଇଁ ଭାରତ ରଣନୀତି କରିବା ଆରମ୍ଭ କରିଦେଇଛି । ସରକାର ଚୀନ କମ୍ପାନୀଙ୍କୁ 4 ଜି ପାଇଁ କୌଣସି ନୂଆ ଟେଣ୍ଡର ଦେବେ ନାହିଁ । ଅଧିକ ପଢନ୍ତୁ..

bsnl to be told not to use chinese telecom equipment in 4g upgradation
BSNLର 4ଜି ଟେଣ୍ଡରରେ ଚୀନ କମ୍ପାନୀଙ୍କୁ ମିଳିବନି ସୁଯୋଗ

ନୂଆଦିଲ୍ଲୀ: ଚୀନର ଆର୍ଥିକ ମେରୁଦଣ୍ଡ ଦୁର୍ବଳ କରିବାକୁ ଆରମ୍ଭ ହେଲା ପ୍ରୟାସ । ରାଷ୍ଟ୍ରାୟତ ଟେଲିକମ କମ୍ପାନୀ କୌଣସି ମଧ୍ୟ ଚାଇନା କମ୍ପାନୀର ଇକ୍ୟୁମେଣ୍ଟ ବ୍ୟବହାର ନ କରିବାକୁ କହିଛନ୍ତି ଭାରତ ସରକାର । ଏଥିସହ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମଟିଏନଏଲ)ର ଟେଣ୍ଡରକୁ ମଧ୍ୟ ରଦ୍ଦ କରିଦିଆଯାଇଛି ।

ଏହା ବ୍ୟତିତ ପ୍ରାଇଭେଟ ମୋବାଇଲ ଫୋନ ଅପଟେର୍ସ ପାଇଁ ମଧ୍ୟ Huawei ଓ ZTE ଭଳି ଚୀନ ବ୍ରାଣ୍ଡରୁ ଦୂରେଇ ରହିବାକୁ ନିୟମ ତିଆରି ହୋଇପାରେ ।

ଚୀନକୁ ଆର୍ଥିକ ପ୍ରହାର ଦେବା ପାଇଁ ଭାରତ ରଣନୀତି କରିବା ଆରମ୍ଭ କରିଦେଇଛି । ସରକାର ଚୀନ କମ୍ପାନୀଙ୍କୁ 4 ଜି ପାଇଁ କୌଣସି ନୂଆ ଟେଣ୍ଡର ଦେବେ ନାହିଁ । ଏବେ ପୁଣି ନୂଆ କରି ଟେଣ୍ଡର ଆରମ୍ଭ ହେବ । ଚଳିତ ବର୍ଷ ମେ 31ରେ BSNL 8697 କୋଟି ଟଙ୍କାର 4G ଟେଣ୍ଡର ରଦ୍ଦ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ଏହା ଏକ ପ୍ରମୁଖ ପଦକ୍ଷେପ ଭାବେ ବିବେଚନା କରାଯାଇଛି।

ଟେଲିକମ କମ୍ପାନୀ ଗୁଡିକର ଚୀନ ଉପରେ ନିର୍ଭରଶୀଳତା କମ କରିବା ଦିଗରେ ଗମ୍ଭୀର ଭାବେ ବିଚାର କରାଯାଉଛି । ଏଥିପାଇଁ ଟେଲିକମ ସେକ୍ଟରର ଘରୋଇ କମ୍ପାନୀଙ୍କୁ ମଧ୍ୟ ଚୀନ କମ୍ପାନୀଙ୍କ ଦ୍ବାରା ତିଆରି ଉତ୍ପାଦ ଉପରେ ନିର୍ଭରତା କମ କରିବା ପାଇଁ କୁହାଯାଇଛି । ବର୍ତ୍ତମାନ ସମୟରେ କୁହାଯାଇଛି କି ଚୀନ ଉପକରଣର ସୁରକ୍ଷା ଯାଞ୍ଚ ଏବେ କଠୋର ହେବ ।

ପ୍ରକାଳ ଯେ,ଭାରତୀୟ ଟେଲିକମ ଇକ୍ୟୁମେଣ୍ଟର ବାର୍ଷିକ ବଜାର ହେଉଛି 12,000 କୋଟି ଟଙ୍କା । ଏହାର ଏକ ଚତୁର୍ଥାଂଶ ଚୀନ ଦଖଲ କରିଛି। ବାକିରେ ସ୍ୱିଡେନର ଏରିକ୍ସନ୍, ଫିନଲ୍ୟାଣ୍ଡର ନୋକିଆ ଏବଂ ଦକ୍ଷିଣ କୋରିଆର ସାମସଙ୍ଗ ସାମିଲ ରହିଛି । ଭାରତ ଏୟାରଟେଲ ଏବଂ ଭୋଡାଫୋନ Huawei ଓ ZTE ସହ କାମ କରୁଛନ୍ତି ।

ABOUT THE AUTHOR

...view details