ଭୁବନେଶ୍ବର: ଭୂମି ଅଧିଗ୍ରହଣ ସରିନଥିବାରୁ ରାଜ୍ୟରେ ଧିମେଇଯାଇଛି ରେଳ ପ୍ରକଳ୍ପ କାମ । ରବିବାର ଓଡିଶା ଗସ୍ତରେ ଆସି ରେଲୱେ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ ଏ ନେଇ କହିଛନ୍ତି । ପୂର୍ବତଟ କ୍ଷେତ୍ରରେ କିଛି ମହତ୍ବପୂର୍ଣ୍ଣ ଯୋଜନା ଚାଲିଛି । ଯାହାକି ଏହି ଭୂମି ସମସ୍ୟା ଯୋଗୁଁ ଅଟକି ପଡିଛି । ତେବେ ଆଗକୁ ରାଜ୍ୟ ସରକାର ଓ ରେଳ ବିଭାଗ ମିଳିତ ପ୍ରୟାସରେ ଏହାର ସମାଧାନ ଶୀଘ୍ର କରାଯିବ ବୋଲି ଯାଦବ କହିଛନ୍ତି ।
ଯାତ୍ରୀଙ୍କ ସୁରକ୍ଷା ପାଇଁ ମଧ୍ୟ ବହୁ ପଦକ୍ଷେପ ନିଆଯିବା ନେଇ ବିନୋଦ ଜଣାଇଛନ୍ତି । ସେପ୍ଟେମ୍ବର ସୁଦ୍ଧା ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ଗୁଡିକୁ ୱାଇଫାଇ ସେବା ଯୋଗାଇ ଦିଆଯିବ । ସେହିପରି ଚଳିତ ଆର୍ଥିକ ବର୍ଷର ଶେଷ ବେଳକୁ ରାଜ୍ୟର ପ୍ରମୁଖ ରେଳ ଷ୍ଟେସନ ଗୁଡିକରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ସେ କହିଛନ୍ତି ।