ଓଡିଶା

odisha

ETV Bharat / business

ଏମଏସଏମଇକୁ ଋଣ ଦେବାକୁ ମନା କରିପାରିବନି ବ୍ୟାଙ୍କ - emergency credit facility

ଜରୁରୀକାଳୀନ ଋଣ ସୁବିଧା ଅଧିନରେ କଭର କରାଯାଇଥିବା ଏମଏସଏମଇକୁ ଋଣ ଦେବାକୁ ମନା କରିପାରିବ ନାହିଁ ବ୍ୟାଙ୍କ । ସେପଟେ ଆତିଥ୍ୟ କ୍ଷେତ୍ରକୁ ଆଶ୍ବସ୍ତି ଦେବା ପାଇଁ ଆରବିଆଇ ସହ ମିଶି ଅର୍ଥମନ୍ତ୍ରାଳୟ କାମ କରୁଛି । ଅଧିକ ପଢନ୍ତୁ..

ଏମଏସଏମଇକୁ ଋଣ ଦେବାକୁ ମନା କରିପାରିବ ନାହିଁ ବ୍ୟାଙ୍କ
ଏମଏସଏମଇକୁ ଋଣ ଦେବାକୁ ମନା କରିପାରିବ ନାହିଁ ବ୍ୟାଙ୍କ

By

Published : Aug 1, 2020, 4:36 PM IST

ନୂଆଦିଲ୍ଲୀ: ଏମର୍ଜେନ୍ସି କ୍ରେଡିଟ ସୁବିଧା ଅଧିନରେ ଆସୁଥିବା କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କୁ ଋଣ ଦେବାକୁ ମନା କରିପାରିବେ ନାହିଁ ବ୍ୟାଙ୍କ । ଆଉ ଯଦି କେହି ଏହାକୁ ଅସ୍ୱୀକାର କରନ୍ତି, ତେବେ ଅଧିକ ସୂଚନା ଦିଆଯିବା ଉଚିତ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏମେର୍ଜିନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ୍‌(ଇସିଏଲଜିଏସ୍‌) ଅଧିନରେ 2020 ଜୁଲାଇ 23 ସୁଦ୍ଧା ସରକାରୀ ଏବଂ ବେସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକ 1,30,491.79 କୋଟି ଟଙ୍କା ଋଣ ମଞ୍ଜୁର କରିଛନ୍ତି । ସେଥିମଧ୍ୟରୁ 82,065.01 କୋଟି ଟଙ୍କା ପ୍ରଦାନ କରାଯାଇଛି ।

ସୀତାରମଣ ଉଦ୍ୟୋଗ ସଂଘ ଫିକ୍କିର ଏକ କାର୍ଯ୍ୟକ୍ରମରେ କହିଛନ୍ତି କି, ‘‘ବ୍ୟାଙ୍କ, ଜରୁରୀକାଳୀନ ଋଣ ସୁବିଧା ଅଧିନରେ କଭର କରାଯାଇଥିବା ଏମଏସଏମଇକୁ ଋଣ ଦେବାକୁ ମନା କରିପାରିବ ନାହିଁ । ଆଉ ଏଥିରେ ଅବହେଳା ହୁଏ ତେବେ ଏ ନେଇ ମୁଁ କାର୍ଯ୍ୟନୁଷ୍ଠାନ ନେବି । ’’

ତେବେ କୋରୋନାରେ ଅଧିକ ପ୍ରଭାବିତ ଆତିଥ୍ୟ କ୍ଷେତ୍ର (hospitality sector) ପାଇଁ ଅର୍ଥମନ୍ତ୍ରାଳୟ ରିଜର୍ଭ ବ୍ୟାଙ୍କ ସହ ମିଶି ଋଣ କିସ୍ତି ସ୍ଥଗିତ ( ମୋରାଟୋରିୟମ) ବା ଋଣ ପନଃଗଠନ ଯୋଜନା ଉପରେ କାମ କରୁଛି ବୋଲି ସୀତାରମଣ ଦର୍ଶାଇଛନ୍ତି ।

ସେ କହିଛନ୍ତି, ‘‘ଆତିଥ୍ୟ କ୍ଷେତ୍ର ପାଇଁ ମୋରୋରିୟମ ବା ପର୍ନଗଠନ ବିସ୍ତାର ଆବଶ୍ୟକତାକୁ ମୁଁ ସମ୍ପୂର୍ଣ୍ଣ ଭାବେ ବୁଝିପାରୁଛି। ଆମେ ଏ ନେଇ ଆରବିଆଇ ସହ ମିଶି କାର୍ଯ୍ୟ କରୁଛୁ।

ABOUT THE AUTHOR

...view details