ଓଡିଶା

odisha

By

Published : May 19, 2020, 7:15 PM IST

ETV Bharat / business

ଅଢେଇ ମାସରେ 6.45 ଲକ୍ଷ କୋଟି ଟଙ୍କା ଋଣ ମଞ୍ଜୁର କରିଛି ବ୍ୟାଙ୍କ

ମାର୍ଚ୍ଚ 1 ରୁ ମେ 15 ମଧ୍ୟରେ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କଗୁଡିକ (PSBs) 6.45 ଲକ୍ଷ କୋଟି ଟଙ୍କା ଋଣ ମଞ୍ଜୁର କରିଛନ୍ତି ।

banks approved loans worth rs-6.45 lakh crore between march 1 to may 15
ଅଢେଇ ମାସରେ 6.45 ଲକ୍ଷ କୋଟି ଟଙ୍କା ଋଣ ମଞ୍ଜୁର କରିଛି ବ୍ୟାଙ୍କ

ନୂଆଦିଲ୍ଲୀ: କୋରୋନା ଭାଇରସ ସଙ୍କଟ ସ୍ଥିତିରେ ମାର୍ଚ୍ଚ 1 ରୁ ମେ 15 ମଧ୍ୟରେ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କଗୁଡିକ (PSBs) 6.45 ଲକ୍ଷ କୋଟି ଟଙ୍କା ଋଣ ମଞ୍ଜୁର କରିଛନ୍ତି । ଏମଏସଏମଇ , କୃଷି ଓ ଖୁଚୁରା ସମେତ ବିଭିନ୍ନ ସେକ୍ଟରକୁ ଏହି ଋଣ ଅନୁମୋଦନ ହୋଇଛି ।

ଏହି ବ୍ୟାଙ୍କଗୁଡିକ ମେ 8 ସୁଦ୍ଧା 5.95 ଲକ୍ଷ କୋଟି ଟଙ୍କା ଋଣ ମଞ୍ଜୁର କରିଛନ୍ତି । ତେବେ ଗତ 2 ମାସରେ ମଞ୍ଜୁର ହୋଇଥିବା 6.45 ଲକ୍ଷ କୋଟି ଟଙ୍କା ମଧ୍ୟରୁ 54.96 ଲକ୍ଷ ଏମସଏମଇ , କୃଷି ଓ ଖୁଚୁରା କ୍ଷେତ୍ରକୁ ଦିଆଯାଇଛି । ଋଣ ବଣ୍ଟନରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । କାରଣ ମେ 8 ଯାଏଁ ଏହି ପରିମାଣ 5.95 ଲକ୍ଷ କୋଟି ଟଙ୍କା ଥିଲା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ବିଟ କରି ସୂଚନା ଦେଇଛନ୍ତି ।

ସୀତାରମଣ କହିଛନ୍ତି ଯେ, ପିଏସବି ମାର୍ଚ୍ଚ 20ରୁ ମେ 15 ମଧ୍ୟରେ ଜରୁରୀକାଳୀନ ଋଣ ଓ ପୁଞ୍ଜି ବୃଦ୍ଧି ପାଇଁ 1.03 ଲକ୍ଷ କୋଟିରୁ ଅଧିକ ଟଙ୍କା ଅନୁମୋଦନ କରାଯାଇଛି।

ABOUT THE AUTHOR

...view details