ନୂଆଦିଲ୍ଲୀ: ମହିଳା ଜନଧନ ଆକାଉଣ୍ଟଧାରୀଙ୍କୁ 500 ଟଙ୍କା ସରକାରୀ ସହାୟତାର ଦ୍ବିତୀୟ କିସ୍ତି ସୋମବାରଠାରୁ ମିଳିବ । ଆର୍ଥିକ ସେବା ସଚିବ ଦେବାଶିଷ ପାଣ୍ଡା ଶନିବାର ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । କୋରୋନା ସଙ୍କଟ ମଧ୍ୟରେ ଗରିବଙ୍କୁ ସାହାଯ୍ୟ ପାଇଁ ମହିଳା ଜନଧନ ଆକାଉଣ୍ଟଧାରୀଙ୍କୁ ଏପ୍ରିଲରୁ ୩ ମାସ ପର୍ଯ୍ୟନ୍ତ ୫୦୦ ଟଙ୍କା ଲେଖାଏଁ ଦେବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମାର୍ଚ୍ଚ 26ରେ ଘୋଷଣା କରିଥିଲେ । ଏହା ଅନୁଯାୟୀ ଏପ୍ରିଲ ମାସରେ ପ୍ରଥମ କିସ୍ତି 500 ଟଙ୍କା ଲେଖାଏଁ ମିଳିସାରିଛି । ଏବେ ଦ୍ବିତୀୟ କିସ୍ତି ମିଳିବା ଆରମ୍ଭ ହେବ ।
ସୋମବାରଠୁ ମହିଳା ଜନଧନ ଆକାଉଣ୍ଟଧାରୀଙ୍କୁ ମିଳିବ ମେ ମାସର ଟଙ୍କା
କୋରୋନା ସଙ୍କଟ ମଧ୍ୟରେ ଗରିବଙ୍କୁ ସାହାଯ୍ୟ ପାଇଁ ମହିଳା ଜନଧନ ଆକାଉଣ୍ଟଧାରୀଙ୍କୁ ଏପ୍ରିଲରୁ ୩ ମାସ ପର୍ଯ୍ୟନ୍ତ ୫୦୦ ଟଙ୍କା ଲେଖାଏଁ ଦେବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମାର୍ଚ୍ଚ 26ରେ ଘୋଷଣା କରିଥିଲେ । ଅଧିକ ପଢନ୍ତୁ...
ଟ୍ବିଟରେ ସଚିବ କହିଛନ୍ତି ଯେ, ‘‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଅନୁଯାୟୀ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମହିଳା ଆକାଉଣ୍ଟଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମେ ମାସର କିସ୍ତି ପଠାଯାଇଛି । ହିତାଧିକାରୀ ଏହି ଟଙ୍କା ଉଠାଇବା ପାଇଁ ଏକ ସାରଣୀ ଜାରି କରିଦିଆଯାଇଛି । ତାହା ଅନୁଯାୟୀ ବ୍ୟାଙ୍କ ଶାଖା ବା ଗ୍ରାହକ ସେବା କେନ୍ଦ୍ର ଯାଇ ସେମାନେ ଟଙ୍କା ନେଇପାରିବେ । ଏହି ଟଙ୍କାକୁ ଏଟିଏମରୁ ମଧ୍ୟ ଉଠାଯାଇପାରିବ ।
ବ୍ୟାଙ୍କରେ ଯେଭଳି ସାମାଜିକ ଦୂରତ୍ବ ବଜାୟ ରହିବ ଏଥିସହ ଭିଡ ଜମିବ ନାହିଁ ସେଥିପାଇଁ 5 ଦିନର ଅବଧି ଦିଆଯାଇଛି । ନିର୍ଦ୍ଧାରଣ ସାରଣୀ ଅନୁସାରେ ଯେଉଁମାନଙ୍କ ଜନଧନ ଖାତାର ଶେଷ ଅଙ୍କ ଶୂନ୍ୟ ବା 1 ଥିବ ସେମାନେ 4 ମେ ରେ ଟଙ୍କା ମିଳିବ । ସେହିପରି ଯାହା ଆକାଉଣ୍ଟର ଶେଷ ଅଙ୍କ 2 କିମ୍ବା 3 ସେମାନେ ମେ 5 ରେ ଓ ଯାହାର 4 ଓ 5 ଥିବ ସେମାନଙ୍କୁ ମେ 6ରେ ଏବଂ ଯାହାର ଅନ୍ତିମ ଅଙ୍କ 6 ଓ 7 ଥିବ ସେମାନଙ୍କୁ ମେ 8 ରେ , ଆଉ ଯାହାର 8 ଓ 9 ଥିବ ସେମାନଙ୍କୁ ମେ 11ରେ ଏହି ଟଙ୍କା ମିଳିବ ।