ଓଡିଶା

odisha

2019-20ରେ ବ୍ୟାଙ୍କ ଠକେଇ ବଢିଛି 2 ଗୁଣ

ଭାରତୀୟ ବ୍ୟାଙ୍କିଙ୍ଗ ପ୍ରଣାଳୀ 2018-19ରେ 6,799 ମାମଲାରେ 71,543 କୋଟି ଟଙ୍କାର ଠକେଇ ହେଇଛି । ଏହା ତୁଳନାରେ 2019-20ରେ ମୋଟ 8,707 ମାମଲାରେ ସାମିଲ 1.86 ଲକ୍ଷ କୋଟି ଟଙ୍କାର ଠକେଇ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..

By

Published : Aug 28, 2020, 4:00 PM IST

Published : Aug 28, 2020, 4:00 PM IST

2019-20 ରେ ବ୍ୟାଙ୍କ ଠକେଇ 2 ଗୁଣା ବଢିଛି
2019-20 ରେ ବ୍ୟାଙ୍କ ଠକେଇ 2 ଗୁଣା ବଢିଛି

ହାଇଦ୍ରାବାଦ: ଭାରତରେ ବ୍ୟାଙ୍କିଂ ଠକେଇ ପରିମାଣ 1 ବର୍ଷ ପୂର୍ବ ତୁଳନାରେ 2019-20 ଆର୍ଥିକ ବର୍ଷରେ ଦୁଇଗୁଣା ବଢିଛି । ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟରେ ଏ ନେଇ ଦର୍ଶାଯାଇଛି ।

ଭାରତୀୟ ବ୍ୟାଙ୍କିଙ୍ଗ ପ୍ରଣାଳୀ 2018-19ରେ 6,799 ମାମଲାରେ 71,543 କୋଟି ଟଙ୍କାର ଠକେଇ ତୁଳନାରେ 2019-20ରେ ମୋଟ 8,707 ମାମଲାରେ ସାମିଲ 1.86 ଲକ୍ଷ କୋଟି ଟଙ୍କାର ଠକେଇ ଦେଖିବାକୁ ମିଳିଛି ।

ଆରବିଆଇ କହିଛି, "ବ୍ୟାଙ୍କ / ଏଫଆଇ (ଆର୍ଥିକ ପ୍ରତିଷ୍ଠାନ) ଦ୍ବାରା ରିପୋର୍ଟ ହୋଇଥିବା ମୋଟ ଠକେଇ ମାମଲାରେ 28 ପ୍ରତିଶତ ବୃଦ୍ଧି ହୋଇଛି । 2019-20 ମଧ୍ୟରେ ମୂଲ୍ୟ (ମୋଟ ମାମଲାର ପରିମାଣ) 159 ପ୍ରତିଶତ ବଢିଛି। ତଥାପି ଏହି ଜାଲିଆତି ହେବାର ତାରିଖ ବିଗତ ଅନେକ ବର୍ଷ ମଧ୍ୟରେ ବିସ୍ତାରିତ ହେଉଛି ।

ବିଶେଷ ଭାବରେ, ଆରବିଆଇର ବ୍ୟାଙ୍କିଙ୍ଗ୍ ଠକେଇ ତଥ୍ୟ କେବଳ 1 ଲକ୍ଷରୁ ଅଧିକ ଟଙ୍କା ସହିତ ଜଡିତ ମାମଲାଗୁଡ଼ିକୁ ଧ୍ୟାନରେ ରଖିଥାଏ । ଅଳ୍ପ ପରିମାଣର ମାମଲା ଅନ୍ତର୍ଭୁକ୍ତ ହୋଇନାହିଁ ।

ଆରବିଆଇ ରିପୋର୍ଟରେ କହିଛି ଯେ ଏହି ଠକେଇ ମାମଲାରେ ଜଡିତ ଟଙ୍କା କ୍ଷତିର ପରିମାଣକୁ ପ୍ରତିଫଳିତ କରୁନାହିଁ। “ପୁନରୁଦ୍ଧାର ଆଧାରରେ କ୍ଷତି କମିଯାଏ।

ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କଗୁଡିକରେ (PSBs) ବ୍ୟାଙ୍କିଙ୍ଗ ଠକେଇରେ ସାମିଲ ଅର୍ଥର ମୂଲ୍ୟ 2019-20 ରେ ମୋଟ 1.80 ଲକ୍ଷ କୋଟିର 80% ଥିଲା । ଯାହାକି ଏକ ବର୍ଷ ପୂର୍ବେ 63,283 କୋଟି ଟଙ୍କା ଥିଲା। 1 ବର୍ଷ ପୂର୍ବେ 3,568 ମାମଲା ତୁଳନାରେ PSB ରେ ଠକେଇ ମାମଲା 4,413 ଥିଲା।

ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡିକ ଆର୍ଥିକ ବର୍ଷ 20 ରେ 34,211 କୋଟି ଟଙ୍କାର 3,066 ଠକେଇ ମାମଲା ଦେଖିଛନ୍ତି । ଯାହା ଆର୍ଥିକ ବର୍ଷ19 ରେ 6,742 କୋଟି ଟଙ୍କା ଥିଲା।

ବିଦେଶୀ ବ୍ୟାଙ୍କଗୁଡିକରେ ମଧ୍ୟ ମାମଲା ବୃଦ୍ଧି ଘଟିଛି । କିନ୍ତୁ ଏଥିରେ ସମ୍ପୃକ୍ତ ଟଙ୍କା ସାମାନ୍ୟ ହ୍ରାସ ପାଇଛି। ଏହି ଋଣଦାତାମାନେ ଆର୍ଥିକ ବର୍ଷ19 ରେ 955 କୋଟି ଟଙ୍କାର 762 ମାମଲା ତୁଳନାରେ ଆର୍ଥିକ ବର୍ଷ 2020 ରେ 972 କୋଟି ଟଙ୍କା ମୂଲ୍ୟର 1,026 ମାମଲା ପଞ୍ଜିକୃତ କରିଛନ୍ତି।

ABOUT THE AUTHOR

...view details