ନୂଆଦିଲ୍ଲୀ: ରାସ୍ତାକଡ ଦୋକାନୀଙ୍କ ପାଇଁ 5 ହଜାର କୋଟିର ସ୍ବତନ୍ତ୍ର ଋଣ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ଅନୁଯାୟୀ ପ୍ରତି ବ୍ୟକ୍ତି ପିଛା 10 ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ କ୍ୟାପିଟାଲ ସୁବିଧା ମିଳିବ ।
ଆର୍ଥିକ ପ୍ୟାକେଜ: ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ 5 ହଜାର କୋଟି
ରାସ୍ତାକଡ ଦୋକାନୀ (ଷ୍ଟ୍ରିଟ ଭେଣ୍ଡର) ଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସୁଲଭ ଋଣ ସହାୟତା ଘୋଷଣା । ୫ ହଜାର କୋଟିର ସ୍କିମ ଘୋଷଣା କଲେ ସୀତାରମଣ ।
ରାସ୍ତାକଡ ଦୋକାନୀଙ୍କ ପାଇଁ 5 ହଜାର କୋଟି
ଏନେଇ କୁହାଯାଇଛି କି, ଯେଉଁ ରାସ୍ତାକଡ ଦୋକାନୀ ଡିଜିଟାଲ ପେମେଣ୍ଟ କରିବ ସେମାନଙ୍କୁ ପୁରସ୍କାର ଦେଇ ପ୍ରୋତ୍ସାହିତ କରାଯିବ । ଡିଜିଟାଲ ପେମେଣ୍ଟ ଉପରେ ଆଉ ଏକ ଲାଭ ଯେ, କି ଆଗାମୀ ଦିନରକେ ସେମାନଙ୍କ କାମକୁ ବଢାଇବା ପାଇଁ ଅତିରିକ୍ତ ଧନ ଉପଲବ୍ଧ କରାଯାଇପାରିବ । ଏହା ଦ୍ବାରା ପ୍ରାୟ 50 ଲକ୍ଷ ଉଠାଦୋକାନୀ ଉପକୃତ ହେବେ ।