ଓଡିଶା

odisha

By

Published : Jan 16, 2021, 4:32 PM IST

ETV Bharat / business

ମହଙ୍ଗା ବିମାନ ଇନ୍ଧନ, ବଢିପାରେ ଯାତ୍ରା ଭଡା

ଆହୁରି ମହଙ୍ଗା ହୋଇପାରେ ବିମାନ ଯାତ୍ରା । ବଢିଲା ଏଟିଏଫ ଦାମ । ତେବେ ପେଟ୍ରୋଲ ଓ ଡିଜେଲ ଦାମ ଅପରିବର୍ତ୍ତିତ ରହିଛି । ଅଧିକ ପଢନ୍ତୁ..

ମହଙ୍ଗା ବିମାନ ଇନ୍ଧନ , ବଢିପାରେ ଯାତ୍ରା ଭଡା
ମହଙ୍ଗା ବିମାନ ଇନ୍ଧନ , ବଢିପାରେ ଯାତ୍ରା ଭଡା

ନୂଆଦିଲ୍ଲୀ: ଶନିବାର ବିମାନ ଇନ୍ଧନ (ଏଟିଏଫ) ଦାମରେ 3 ପ୍ରତିଶତ ବୃଦ୍ଧି ହୋଇଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳ ଦାମ ବଢିବା ମଧ୍ୟରେ ଗତ 2 ମାସରେ ଏହା ଚତୁର୍ଥ ବୃଦ୍ଧି ।

ତେବେ ସର୍ବୋଚ୍ଚ ସ୍ତରକୁ ଛୁଇଁବା ପରେ ପେଟ୍ରୋଲ ଓ ଡିଜେଲ ଦାମରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ସାର୍ବଜନିକ କ୍ଷେତ୍ରର ପେଟ୍ରୋଲିୟମ କମ୍ପାନୀର ମୂଲ୍ୟ ଅଧିସୂଚନା ଅନୁସାରେ ରାଷ୍ଟ୍ରୀୟ ରାଜଧାନୀରେ ଏଟିଏଫ ଦାମ ପ୍ରତି କିଲୋଲିଟର ପିଛା 1,512.38 ଟଙ୍କା ବୃଦ୍ଧି ସହ 52,491.16 ଟଙ୍କାରେ ପହଞ୍ଚିଛି ।

2020 ଡିସେମ୍ବର ପହିଲାରୁ ଏହା ଏଟିଏଫ ଦାମରେ ଚତୁର୍ଥ ବୃଦ୍ଧି ଅଟେ । ଡିସେମ୍ବର 1ରେ ଏଟିଏଫ ଦାମ 7.6 ପ୍ରତିଶତ ବା ପ୍ରତି କିଲୋଲିଟର 3,288.38 ଟଙ୍କା ବଢାଯାଇଥିଲା । ଏହା ପରେ ଡିସେମ୍ବର 16ରେ ଏଟିଏଫ ଦାମରେ 6.3 ପ୍ରତିଶତ ବା ପ୍ରତି କିଲୋଲିଟର 2,941.5 ଟଙ୍କା ଏବଂ ଜାନୁଆରୀ ପହିଲାରେ 3.69 ପ୍ରତିଶତ ବା ପ୍ରତି କିଲୋଲିଟର 1,817.62 ଟଙ୍କା ବଢିଥିଲା ।

ଏଟିଏଫ ଦାମରେ ପ୍ରତ୍ୟେକ ମାସର 1 ଓ 16 ତାରିଖକୁ ବେଞ୍ଚମାର୍କ ଅନ୍ତରାଷ୍ଟ୍ରୀୟ ଦରର ହାରାହାରୀ ମୂଲ୍ୟ ଓ ବିଦେଶୀ ବିନିମୟ ଦର ହିସାବରେ ସଂଶୋଧନ ହୋଇଥାଏ । ମୁମ୍ବାଇରେ ଶନିବାରକୁ ଏଟିଏଫ ଦାମ 49,083.65 ଟଙ୍କାରୁ ବଢି ପ୍ରତି କିଲୋଲିଟର 50,596.02 ଟଙ୍କା ହୋଇଥିଲା ।

ସ୍ଥାନୀୟ କର ଯୋଗୁଁ ବିଭିନ୍ନ ରାଜ୍ୟରେ ଏଟିଏଫ ଦାମ ଭିନ୍ନ ହୋଇଥାଏ । ଯଦିଓ ଶନିବାରକୁ ପେଟ୍ରୋଲ ଓ ଡିଜେଲ ଦାମରେ ସଂଶୋଧନ ହୋଇନାହିଁ । ଦିଲ୍ଲୀରେ ଜାନୁଆରୀ 14ରେ ପେଟ୍ରୋଲ ଏହାର ସର୍ବକାଳୀନ ସ୍ତର ଲିଟର ପ୍ରତି 84.70 ଟଙ୍କାକୁ ବଢିଥିଲା । ମୁମ୍ବାଇରେ ଏହା ଲିଟର ପିଛା 91.32 ଟଙ୍କା ଅଛି ।

ABOUT THE AUTHOR

...view details