ଓଡିଶା

odisha

ETV Bharat / business

1200 କୋଟି ଆଦାୟ ପାଇଁ ଅନୀଲ ଅମ୍ବାନୀ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ

ଋଣକୁ ନେଇ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେବା ପାଇଁ ଦେବାଇଳିଆ ଆଇନ (ଇନ୍ସଲଭେନ୍ସି ଆକ୍ଟ) ଅନୁଯାୟୀ ଅନୀଲ ଅମ୍ବାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଏନସିଏଲଟି ନିର୍ଦ୍ଦେଶ ଜାରି କରିଛି । ଅଧିକ ପଢନ୍ତୁ..

By

Published : Aug 22, 2020, 9:34 PM IST

1200 କୋଟି ଆଦାୟ ପାଇଁ ଅନୀଲ ଅମ୍ବାନୀ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ
1200 କୋଟି ଆଦାୟ ପାଇଁ ଅନୀଲ ଅମ୍ବାନୀ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ବିରୋଧରେ ଷ୍ଟେଟ ବ୍ୟାଙ୍କ ଦାଏର କରିଥିବା ଦେବାଳିଆ ମାମଲାକୁ ଆଗକୁ ବଢାଇବାକୁ ଅନୁମତି ଦେଇଛି ଜାତୀୟ କମ୍ପାନୀ ଲ ଟ୍ରିବ୍ୟୁନାଲ୍ (ଏନସିଏଲଟି)ର ମୁମ୍ବାଇ ଖଣ୍ଡପୀଠ । 1200 କୋଟି ଟଙ୍କା ଆଦାୟ ପାଇଁ ବ୍ୟକ୍ତିଗତ ଗ୍ୟାରେଣ୍ଟି ଧାରା ଅଧିନରେ ଅନୀଲଙ୍କ ନାଁରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ ପାଇଁ ଏନସିଏଲଟି ନିର୍ଦ୍ଦେଶ ଦେଇଛି ।

ପ୍ରକାଶ ଯେ, 2016 ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ରିଲାଏନ୍ସ କମ୍ୟୁନିକେସନ୍ସ ଓ ରିଲାଏନ୍ସ ଇନ୍ଫ୍ରାଟେଲକୁ ଦେଇଥିବା ଋଣ ପାଇଁ ଅନୀଲ ଅମ୍ବାନୀ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ । ଆଉ ଏହି ଟଙ୍କା ଏବେ ସୁଦ୍ଧା ପରିଶୋଧ ହୋଇନଥିବାରୁ ଅନୀଲଙ୍କ ବିରୋଧରେ ଏସବିଆଇ ମାମଲା ରୁଜୁ କରିଥିଲା । ଏଥିପାଇଁ ଟ୍ରିବ୍ୟୁନାଲ ପକ୍ଷରୁ ଦେବାଳିଆ (bankruptcy) ପ୍ରଶାସକଙ୍କୁ ଏହାର ଯାଞ୍ଚ ପାଇଁ ନିଯୁକ୍ତ କରାଯାଇଛି ।

ଏଥିମଧ୍ୟରେ ଅନୀଲ ଅମ୍ବାନୀଙ୍କ ମୁଖପାତ୍ର ଏ ସମ୍ବନ୍ଧରେ କହିଛନ୍ତି କି, ଅମ୍ବାନୀ ଏବେ ଅଗଷ୍ଟ 20ରେ ଏନସିଏଲଟିର ମୁମ୍ବାଇ ପୀଠର ଦେଇଥିବା ଆଦେଶର ସମୀକ୍ଷା କରୁଛନ୍ତି । ସେ ସମାଧାନ ପ୍ରଫେସନାଲ ଭାବରେ ନିଯୁକ୍ତ କରାଯିବା ଆଦେଶ ବିରୋଧରେ ଏନସିଏଲଟି ପାଖରେ ଯାଚିକା ଦାଖଲ ପାଇଁ ପରାମର୍ଶ ନେଉଛନ୍ତି।

ତଥ୍ୟ ଅନୁସାରେ ଏନସିଏଲଟିର ମୁମ୍ବାଇ ଖଣ୍ଡପୀଠ ଅଗଷ୍ଟ 20କୁ ଦେଇଥିବା ଆଦେଶରେ କହିଛି କି, ରିଲାଏନ୍ସ କମ୍ୟୁନିକେସନ୍ସ ଓ ରିଲାଏନ୍ସ ଇନଫ୍ରାଟେଲ ଉଭୟ 2017 ଜାନୁଆରୀ ସୁଦ୍ଧା ଋଣ କିସ୍ତି ପରିଶୋଧରେ ଅସଫଳ ରହିଛନ୍ତି । ଉଭୟ ଋଣ ଖାତାକୁ ପୁରୁଣା ତାରିଖ 2016 ଅଗଷ୍ଟରୁ ଲାଗୁ ଭାବେ ଏନପିଏ ଭାବେ ଶ୍ରେଣୀଭୂକ୍ତ କରିଦିଆଯାଇଛି ।

ABOUT THE AUTHOR

...view details