ଓଡିଶା

odisha

ETV Bharat / business

କାମକରୁନି ଟ୍ରମ୍ପଙ୍କ ଟାରିଫ ଅସ୍ତ୍ର, ମେ’ରେ ବଢିଛି ଚୀନ ରପ୍ତାନୀ - tariff

ଆମେରିକା ଆଟାକରେ ଚୀନକୁ ପଡୁିନି ଫରକ । ମେ ମାସରେ ବୃଦ୍ଧି ପାଇଛି ରପ୍ତାନୀ । ତେବେ ଯଦି ଆଗକୁ ଏହି ଟ୍ରେଡୱାର ସାଂଘାତିକ ହୁଏ , ତାହା ହେଲେ କେବଳ ଚୀନ ନୁହେଁ ସମଗ୍ର ବିଶ୍ବର ଅର୍ଥନୀତି ପ୍ରଭାବିତ ହେବେ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି ।

ପ୍ରତିକାତ୍ମକ ଫଟୋ

By

Published : Jun 11, 2019, 10:47 PM IST


ନୂଆଦିଲ୍ଲୀ: ଟ୍ରମ୍ପଙ୍କ ପ୍ରତିବନ୍ଧକ ପରେ ବି ପ୍ରଭାବିତ ହୋଇନି ଡ୍ରାଗନ । ଆମେରିକା ଆଟାକରେ ଅଟକିନି ଚୀନ ଅଭିବୃଦ୍ଧି । ମୋଟା ଅଙ୍କର ଟାରିଫ (କଟକଣା) ଲାଗୁ ପରେ ବି ବଢିଛି ଚୀନ ରପ୍ତାନୀ । ମେ ମାସରେ ରପ୍ତାନୀ 1.1 ପ୍ରତିଶତ ବୃଦ୍ଧି ପାଇଛି । ଯେତେବଳେ କି ଏଥିରେ ହ୍ରାସ ନେଇ ଆଶଙ୍କା କରାଯାଉଥିଲା ।

ଚୀନର ସର୍ବବୃହତ୍ତ ବାଣିଜ୍ୟିକ ଭାଗୀଦାରୀ ଆମେରିକା । ହେଲେ ବର୍ତ୍ତମାନ ସମୟରେ ଉଭୟ ଦେଶ ମଧ୍ୟରେ ଚାଲିଥିବା ଟ୍ରେଡୱାର କେବଳ ଚୀନ ନୁହେଁ ସମଗ୍ର ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରୁଛି । ତେବେ ଟ୍ରମ୍ପଙ୍କ କଟକଣା ଅବଧି ପୂର୍ବରୁ ବହୁ ରପ୍ତାନୀକାରୀ ସେମାନଙ୍କ ମାଲ ନେବା ଆରମ୍ଭ କରିଦେଇଥିଲେ । ଯେଉଁଥିପାଇଁ ଏହି ଅଭିବୃଦ୍ଧି ଦେଖାଦେଇଛି ।

ହେଲେ ରପ୍ତୀନୀ ବଢିଲେ ମଧ୍ୟ ଆଗକୁ ଯଦି ଏହି ଟ୍ରେଡୱାର ଜାରି ରୁହେ, ତାହା ହେଲେ ବିଶ୍ବ ଅର୍ଥନୀତି ବିଗିଡିବା ସୁନିଶ୍ଚିତ । ସୂଚନା ମୁତାବକ, ବର୍ତ୍ତମାନ ସମୟରେ ଚୀନର ରପ୍ତାନୀ ଧୀରେ ଧୀରେ ହ୍ରାସ ପାଉଛି । ବଜାର ବିଗିଡିବାରେ ଲାଗିଛି । ଏଥିଯୋଗୁଁ ବେପାରୀମାନଙ୍କ ପାଇଁ ସରକାରଙ୍କୁ ସହାୟତା ଆର୍ଥିକ ପ୍ୟାକେଜ ଜାରି କରିବାକୁ ପଡିପାରେ ବୋଲି ଅନୁମାନ କରାଯାଉଛି । ଚୀନର ମୋଟ ଘରୋଇ ଉତ୍ପାଦ(ଜିଡିପି)ର 20 ପ୍ରତିଶତ କେବଳ ରପ୍ତାନୀରୁ ଆଦାୟ ହୋଇଥାଏ ।

ପ୍ରକାଶ ଥାଉ ଯେ, ମେ 10ରେ ଟ୍ରମ୍ପ ପ୍ରଶାସନ ଚୀନର 200 ଅରବ ଡଲାର ବସ୍ତୁ ଉପରେ ଟାରିଫ 25 ପ୍ରତିଶତକୁ ବୃଦ୍ଧି କରିଥିଲା । ଆଉ ବାକି 300 ଅରବ ଡଲାର ବସ୍ତୁ ଉପରେ ଶୁଳ୍କ ଲଗାଇବାକୁ ଚେତାବନୀ ଦେଇଥିଲା । ପ୍ରତି ଜବାବରେ ଚୀନ ମଧ୍ୟ ପାଲଟା ଶୁଳ୍କ ଲଗାଇ ୱାରର ଆହ୍ବାନ ଦେଇଥିଲା ।

ABOUT THE AUTHOR

...view details