ଓଡିଶା

odisha

By

Published : Apr 27, 2020, 11:48 PM IST

ETV Bharat / business

ରେଲୱେ ସହ ଆମଜାନର ସହଭାଗୀତା, ଲକଡାଉନରେ ଦୌଡିବ ପାର୍ସଲ ଟ୍ରେନ

ଦେଶବ୍ୟାପୀ ଲକଡାଉନ ମଧ୍ୟରେ ଗ୍ରାହକଙ୍କୁ ସାମଗ୍ରୀ ଶୀଘ୍ର ପହଞ୍ଚାଇବା ପାଇଁ 55 ରୁଟରେ ନିଜ ସେବାକୁ ବିସ୍ତାର କରିଛି ଆମାଜନ । ଅଧିକ ପଢନ୍ତୁ..

amazon india partnership with railways
ରେଲୱେ ସହ ଆମଜାନର ସହଭାଗୀତା

ନୂଆଦିଲ୍ଲୀ: ଲକଡାଉନ ମଧ୍ୟରେ ଗ୍ରାହକଙ୍କୁ ସାମଗ୍ରୀ ଯୋଗାଣ ପାଇଁ ଭାରତୀୟ ରେଲୱେ ସହ ଚୁକ୍ତି କରିଛି ଆମାଜନ ଇଣ୍ଡିଆ । ସୋମବାର ଏ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଦେଶବ୍ୟାପୀ ଲକଡାଉନ ମଧ୍ୟରେ ଗ୍ରାହକଙ୍କୁ ସାମଗ୍ରୀ ଶୀଘ୍ର ପହଞ୍ଚାଇବା ପାଇଁ 55 ରୁଟରେ ନିଜ ସେବାକୁ ବିସ୍ତାର କରିଛି ଆମାଜନ । ଗତ ବର୍ଷ ଆମାଜନ ଇଣ୍ଡିଆ ସହର ମଧ୍ୟରେ 13ଟି ରୁଟରେ ଇ-କମର୍ସ ସାମଗ୍ରୀ ପରିବହନ ପାଇଁ ଭାରତୀୟ ରେଳ ସହ ସହଭାଗୀତା କରିଥିଲା ।ଏଥିସହ କୋଲକାତା ଏବଂ ମୁମ୍ବାଇରେ ଗ୍ରାହକଙ୍କ ପାଇଁ ସାମଗ୍ରୀ ନେବା ପାଇଁ ପିକଅପ ସେଣ୍ଟର ମଧ୍ୟ ସ୍ଥାପନ କରିଥିଲା।

କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ‘‘ଆମାଜନ ଇଣ୍ଡିଆ ସମଗ୍ର ଦେଶରେ ରେଳ ମାଧ୍ୟମରେ ସାମଗ୍ରୀ ବିତରଣ କରିବ । ଏଥିସହ ସେ ଭାରତୀୟ ରେଳୱେ ଦ୍ୱାରା ଆରମ୍ଭ କରାଯାଇଥିବା 'କୋଭିଡ -19 ପାର୍ସଲ ସ୍ପେଶାଲ ଟ୍ରେନ'ର 55 ରୁଟ ବ୍ୟବହାର କରୁଛି।’’

ରେଳ ବୋର୍ଡ ଏବଂ ରେଳ ପଶ୍ଚିମ, କେନ୍ଦ୍ରୀୟ, ଉତ୍ତର, ପୂର୍ବାଞ୍ଚଳ, ଦକ୍ଷିଣ କେନ୍ଦ୍ରୀୟ, ଦକ୍ଷିଣ, ଦକ୍ଷିଣ ପୂର୍ବ, ଉତ୍ତର ପୂର୍ବ ସୀମା, ଉତ୍ତର ପଶ୍ଚିମ ଏବଂ ଦକ୍ଷିଣ ପାଶ୍ଚାତ୍ୟ ଜୋନ ଜରିଆରେ ଲକଡାଉନ ମଧ୍ୟରେ ଭାରତୀୟ ରେଳ ପରିବହନ ସହାୟତା ଯୋଗାଇବା ଆରମ୍ଭ କରିଛି ।

ABOUT THE AUTHOR

...view details