ନୂଆଦିଲ୍ଲୀ: ଉପଭୋକ୍ତା ଅନୁଭବ ସର୍ଭେରେ ବିଜେତା ହେଲେ ଅନଲାଇନ ରିଟେଲର ଆମାଜନ ଓ ଡିମାର୍ଟ । ତଥ୍ୟ ଏବଂ ପରାମର୍ଶଦାତା କମ୍ପାନୀ କଣ୍ଟାର (Kantar) ଦ୍ୱାରା ଏହି ସର୍ଭେ କରାଯାଇଛି |
କଣ୍ଟାର ସିଏକ୍ସ 2020 (Kantar CX 2020) ରିପୋର୍ଟରେ କୁହାଯାଇଛି କି, ସାଧାରଣ ଖୁଚୁରା ଏବଂ ଫ୍ୟାଶନ ଖୁଚୁରା ବିଭାଗରେ ଆମାଜନ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିପରି ଗ୍ରାହକଙ୍କ ଅଭିଜ୍ଞତା ଦୃଷ୍ଟିରୁ ଡି-ମାର୍ଟ ଗ୍ରୋସରୀ ବର୍ଗରେ ପ୍ରଥମ ସ୍ଥାନ ହାତେଇଛି ।