ଓଡିଶା

odisha

ETV Bharat / business

ଏଣିକି ଆପଣଙ୍କ ଘରେ ଲଗେଜ ପହଞ୍ଚାଇବ ଏୟାରଲାଇନ, ଜାଣନ୍ତୁ କିପରି

ଯାତ୍ରୀଙ୍କୁ ସୁରକ୍ଷା ଓ ନିରାପଦ ଯାତ୍ରାକୁ ନଜରରେ ରଖି ଏୟାରଏସିଆ ଇଣ୍ଡିଆ ଲଞ୍ଚ କରି ଡୋର-ଟୁ -ଡୋର ବ୍ୟାଗେଜ ସେବା । ଅଧିକ ପଢନ୍ତୁ..

By

Published : Jun 18, 2020, 4:08 PM IST

AirAsia India launches door-to-door baggage service for its passengers
ଏଣିକି ଆପଣଙ୍କ ଘରେ ଜିନିଷ ପହଞ୍ଚା ଏୟାରଲାଇନ, ଜାଣନ୍ତ କିପରି

ନୂଆଦିଲ୍ଲୀ: ଯାତ୍ରୀଙ୍କ ପାଇଁ ଡୋର-ଟୁ-ଡୋର ବ୍ୟାଗେଜ ସେବା ଆରମ୍ଭ କଲା ଏୟାରଏସିଆ ଇଣ୍ଡିଆ । ଏହା ଅଧିନରେ ଯାତ୍ରୀଙ୍କ ଠିକଣା ସ୍ଥାନ(ଯେଉଁଠୁ ବାହାରିଲେ) ରୁ ଲଗେଜ ନିଆଯାଇ ତାଙ୍କର ଗନ୍ତବ୍ୟ ସ୍ଥଳ ରହିବା ସ୍ଥାନରେ ପହଞ୍ଚାଯିବ ।

ଏୟାରଲାଇନ ଏୟାରଏସିଆ ଫ୍ଲାୟପୋର୍ଟର ନାମକ ଏକ ବିଜ୍ଞପ୍ତିରେ କହିଛି ଯେ, ‘‘ ଏହି ସୁବିଧାଜନକ ସେବା ବିମାନବନ୍ଦରରୁ କିମ୍ବା ଦୂରରେ ଏକପାଖିଆ ବିତରଣ (ୱାନ ୱେ ଡେଲିଭରି) ପାଇଁ 500 ଟଙ୍କା ମୂଲ୍ୟର ପ୍ରାରମ୍ଭିକ ମୂଲ୍ୟରୁ ଆରମ୍ଭ ହୋଇଛି । ବର୍ତ୍ତମାନ ବେଙ୍ଗାଲୁରୁ, ନୂଆଦିଲ୍ଲୀ, ହାଇଦ୍ରାବାଦରେ ଏହି ସେବା ଉପଲବ୍ଧ ରହିଛି । ମୁମ୍ବାଇରେ ଶୀଘ୍ର ଏହା ଲଞ୍ଚ କରାଯିବ । ’’

ଯଦି ଯାତ୍ରୀ ଏଣ୍ଡ-ଟୁ-ଏଣ୍ଡ ସେବା ଚାହୁଁଛନ୍ତି । ଅର୍ଥାତ ଯେଉଁଠାରେ ଜିନିଷ ଘରୁ ନିଆଯାଏ ଏବଂ ପରେ ଗନ୍ତବ୍ୟ ସ୍ଥଳର ଠିକଣାରେ ପହଞ୍ଚାଯିବ, ତେବେ ତାଙ୍କୁ 1000 ଟଙ୍କା ଦେବାକୁ ପଡିବ ।

ଏୟାରଲାଇନ କହିଛି କି, ଟଚ୍‌ଲେସ ଓ କଣ୍ଟାକ୍ଟଲେସ ଚେକ ଇନ ଓ ବୋର୍ଡିଂ ଦ୍ବାରା ଏହା ସୁନିଶ୍ଚିକ କରାଯିବ କି ବିମାନ ଯାତ୍ରା ସମୟରେ ଯାତ୍ରୀ ନିରାପଦନ ଅନୁଭର କରିବେ ।

ପ୍ରକାଶ ଯେ, କୋରୋନା ଭାଇରସ ମହାମାରୀ ପ୍ରତିହିତ ପାଇଁ ଲାଗୁ କରାଯାଇଥିବା ଲକଡାଉନ ପରେ ବିମାନ ସେବା ବନ୍ଦ ଥିଲା । ହେଲେ ଏବେ ଲକଡାଉନ କୋହଳ ସହ ବିମାନ ସେବା ଆରମ୍ଭ ହୋଇଛି । କିନ୍ତୁ ଯାତ୍ରା ସମୟରେ ଅନେକ ନିୟମର ଧ୍ୟାନ ରହଖିବାକୁ ପଡୁଛି । ବିମାନ ବନ୍ଦରରେ ଜିରୋ ଟଚ୍ ସୁରକ୍ଷା ଯାଞ୍ଚ ଏବଂ ଡିଜିଟାଲ ପେମେଣ୍ଟ ସହିତ ଅନେକ ନୂତନ ନିୟମ ଲାଗୁ କରାଯାଇଛି ।

ABOUT THE AUTHOR

...view details