ଓଡିଶା

odisha

ETV Bharat / business

ଇଏମଆଇ ସ୍ଥଗିତ ଅବଧି ବଢାଇବା ପାଇଁ ଆରବିଆଇକୁ AIMTC ର ଅନୁରୋଧ

ଆର୍ଥିକ ସଙ୍କଟ ମଧ୍ୟରେ ସର୍ବୋଚ୍ଚ ଟ୍ରାନ୍ସପୋର୍ଟର୍ସ ସଂସ୍ଥା AIMTC ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କୁ ସଡକ ପରିବହନ ସେକ୍ଟର ପାଇଁ ଇଏମଆଇ ସ୍ଥଗିତ ଅବଧି ଡିସେମ୍ବର 31 ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ମଙ୍ଗଳବାର ଅନୁରୋଧ କରିଛି।

ଇଏମଆଇ ସ୍ଥଗିତ ଅବଧି ବଢାଇବା ପାଇଁ ଆରବିଆଇକୁ AIMTC ର ଅନୁରୋଧ
ଇଏମଆଇ ସ୍ଥଗିତ ଅବଧି ବଢାଇବା ପାଇଁ ଆରବିଆଇକୁ AIMTC ର ଅନୁରୋଧ

By

Published : Aug 18, 2020, 8:32 PM IST

ନୂଆଦିଲ୍ଲୀ: କୋରୋନା କଟକଣା ମଧ୍ୟରେ ବାଧାପ୍ରାପ୍ତ ପରିବହନ ବିଭାଗ । ଯାତାୟତ ପ୍ରଭାବିତ ଯୋଗୁଁ କାରବାର ଠପ । ଏଣୁ ବର୍ତ୍ତମାନର ଆର୍ଥିକ ସଙ୍କଟ ମଧ୍ୟରେ ସର୍ବୋଚ୍ଚ ଟ୍ରାନ୍ସପୋର୍ଟର୍ସ ସଂସ୍ଥା AIMTC ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କୁ ସଡକ ପରିବହନ ସେକ୍ଟର ପାଇଁ ଇଏମଆଇ ସ୍ଥଗିତ ଅବଧି ଡିସେମ୍ବର 31 ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ମଙ୍ଗଳବାର ଅନୁରୋଧ କରିଛି।

କୋରୋନା ଭାଇରସ ଲକଡାଉନ ମଧ୍ୟରେ ଆର୍ଥିକ ଗତିବିଧି ବନ୍ଦ ରହିବା ଯୋଗୁଁ ଆରବିଆଇ 3 ମାସ ପର୍ଯ୍ୟନ୍ତ ( ମାର୍ଚ୍ଚ 1 ରୁ ଆରମ୍ଭ ) ଋଣ କିସ୍ତି ଉପରେ ରୋକ ଲଗାଇଥିଲା । ପରେ ଲକଡାଉନ ଅବଧି ବଢିବା ସହ ପୁଣି ଋଣ ସ୍ଥଗିତ ଅବଧିକୁ ମଧ୍ୟ 3 ମାସ ବଢାଇ ଅଗଷ୍ଟ 31 ଯାଏଁ କରିବାକୁ ଆରବିଆଇ ଘୋଷଣା କରିଥିଲା । ଅର୍ଥାତ 6 ମାସ ପର୍ଯ୍ୟନ୍ତ ଋଣ କିସ୍ତି ପରିଶୋଧ ନେଇ ଗ୍ରାହକଙ୍କ ଉପରେ ବ୍ୟାଙ୍କ କୌଣସି ପ୍ରକାର ଚାପ ପକାଇପାରିବ ନାହିଁ ବୋଲି ଦର୍ଶାଯାଇଥିଲା । ଏହା ଅନୁସାରେ 2020 ଅଗଷ୍ଟ 31 ଯାଏଁ ଇଏମଆଇ ପେମେଣ୍ଟ ଟେନସନରୁ ମୁକ୍ତି ଦିଆଯାଇଛି ।

‘‘ଭାରତରେ ସଡକ ପରିବହନ କ୍ଷେତ୍ର ଅତ୍ୟଧିକ କ୍ଷତିଗ୍ରସ୍ଥ , କୋରୋନା ପ୍ରତିହିତ ପାଇଁ ଲାଗୁ ଲକଡାଉନ ଯୋଗୁଁ ଏହି ସେକ୍ଚର ଗଭୀର ଆର୍ଥିକ ସଙ୍କଟରେ ଜୁଝୁଛି । ଚଳିତ ଆର୍ଥିକ ବର୍ଷରେ ଏହା ପୁଣି ଟ୍ରାକକୁ ଫେରିବା ଆଶା କମ୍ ଅଛି । ସଡକ ପରିବହନ କ୍ଷେତ୍ରର ଏଭଳି ଗୁରୁତର ସ୍ଥିତି ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ 20 କୋଟିରୁ ଅଧିକ ଲୋକଙ୍କୁ ପ୍ରଭାବିତ କରୁଛି ବୋଲି AIMTC ପକ୍ଷରୁ ଆରବିଆଇ ଗଭର୍ଣ୍ଣରଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ।

ଏଥିପାଇଁ ଋଣ କିସ୍ତି ସ୍ଥଗିତ ଅବଧିକୁ ବଢାଇବା ପାଇଁ AIMTC ଆରବିଆଇକୁ ଅନୁରୋଧ କରିଛି । ବର୍ତ୍ତମାନ 2020 ଅଗଷ୍ଟ 31ରେ ଋଣ କିସ୍ତି ସ୍ଥଗିତ ସମୟସୀମା ଶେଷ ହେବ । ଅଧିକାଂଶ ପରିବହନକାରୀ ଆଶ୍ବସ୍ତ କରୁଛନ୍ତି କାରଣ ସେମାନଙ୍କ ଇଏମଆଇ ମୋରୋଟୋରିଅମ ଅଧିନରେ ରହିଛି ।

ପରିବହନକାରୀମାନେ ସେମାନଙ୍କର ଇଏମଆଇ ପୈଠ କରିବାକୁ ଅସମର୍ଥ ଏବଂ ମୋରାଟୋରିଅମ ସେମାନଙ୍କୁ ସାମାନ୍ୟ ରିଲିଫ ପ୍ରଦାନ କରିଛି । ହେଲେ ବ୍ୟାଙ୍କ , ଏନବିଏଫସି ଏବଂ ଫାଇନାନସିଆର ରିକୋଭରି ଏଜେଣ୍ଟ ସେମାନଙ୍କୁ ଇଏମଆଇ ପରିଶୋଧ କିମ୍ବା ଯାନବାହନ ଜବତ ପାଇଁ ଚାପ ପକାଉଛନ୍ତି।

ପ୍ରାୟ 95 ଲକ୍ଷ ଟ୍ରକ ଏବଂ ସଂସ୍ଥାର ପ୍ରତିନିଧିତ୍ୱ କରୁଥିବା ପରିବହନକାରୀଙ୍କ ପାଇଁ ଅଲ ଇଣ୍ଡିଆ ମୋଟର ପରିବହନ କଂଗ୍ରେସ (AIMTC) ହେଉଛି ସର୍ବୋଚ୍ଚ ସଂସ୍ଥା ( transporters body ) ।

ABOUT THE AUTHOR

...view details