ଓଡିଶା

odisha

ETV Bharat / business

ଏଚଡିଏଫସି ବ୍ୟାଙ୍କର 842 କୋଟି ଟଙ୍କାର ସେୟାର ବିକିଲେ ଆଦିତ୍ୟ ପୁରୀ - HDFC Bank

ଗତ ସପ୍ତାହରେ 842.87 ଟଙ୍କାରେ ନିଜର ଏହି 95 ପ୍ରତିଶତ ସେୟାରକୁ ବିକିଛନ୍ତି ଆଦିତ୍ୟ ପୁରୀ । ଅଧିକ ପଢନ୍ତୁ..

ଏଚଡିଏଫସି ବ୍ୟାଙ୍କର 842 କୋଟି ଟଙ୍କାର  ସେୟାର ବିକିଲେ ଆଦିତ୍ୟ ପୁରୀ
ଏଚଡିଏଫସି ବ୍ୟାଙ୍କର 842 କୋଟି ଟଙ୍କାର ସେୟାର ବିକିଲେ ଆଦିତ୍ୟ ପୁରୀ

By

Published : Jul 27, 2020, 1:10 PM IST

ମୁମ୍ବାଇ: ଘରୋଇ କ୍ଷେତ୍ରର ଅଗ୍ରଣୀ ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଆଦିତ୍ୟ ପୁରୀ ବ୍ୟାଙ୍କରେ ଥିବା ନିଜର 74 ଲକ୍ଷରୁ ଅଧିକ ସେୟାର ବିକ୍ରି କରିଦେଇଛନ୍ତି । ଗତ ସପ୍ତାହରେ 842.87 ଟଙ୍କାରେ ନିଜର ଏହି 95 ପ୍ରତିଶତ ସେୟାରକୁ ବିକିଛନ୍ତି ଆଦିତ୍ୟ ପୁରୀ ।

ସେୟାର ବଜାରକୁ ଦିଆଯାଇଥିବା ସୂଚନା ଅନୁସାରେ, ଜୁଲାଇ 21 ରୁ 23 ମଧ୍ୟରେ ସେୟାରର ବିକ୍ରି କରାଯାଇଛି । ଆଉ ଏହା ପରେ ପୁରୀଙ୍କ ଏଚଡିଏଫସି ବ୍ୟାଙ୍କରେ ଅଂଶଧନ 0.14 ପ୍ରତିଶତରୁ ହ୍ରାସ ପାଇ 0.01 ପ୍ରତିଶତ ରହିଛି ।

ଅକ୍ଟୋବର ମାସରେ ପୁରୀ ନିଜ ପଦରୁ ଅବସର ଗ୍ରହଣ କରିବେ । 1994 ମସିହାରେ ଏଚଡିଏଫସି ବ୍ୟାଙ୍କ ସ୍ଥାପନା ହେବା ପରଠୁ ପୁରୀ ବ୍ୟାଙ୍କର ଏମଡି ଭାବେ କାର୍ଯ୍ୟ ତୁଲାଉଛନ୍ତି । ତେବେ ଅବସରର ମାତ୍ର କେଇ ମାସ ପୂର୍ବରୁ ସେ ଏହି ଅଂଶଧନ ବିକ୍ରି କରିଛନ୍ତି । ଯାହାକି ବର୍ତ୍ତମାନ ସମୟରେ ଗୁରୁତ୍ବପୂର୍ଣ୍ଣ ରହିଛି ।

ପୁରୀଙ୍କ କାର୍ଯ୍ୟକାଳରେ ଏଚଡିଏଫସି ବ୍ୟାଙ୍କର ସମ୍ପତ୍ତି ଦୃଷ୍ଟିରୁ ଘରୋଇ କ୍ଷେତ୍ରରେ ସବୁଠୁ ବଡ ଓ ସବୁ ବ୍ୟାଙ୍କ ମଧ୍ୟରେ ଦ୍ବିତୀୟ ବୃହତ୍ତ ବ୍ୟାଙ୍କ ଭାବେ ରହିଛି । ତେବେ ପୁରୀଙ୍କ 77.96 ଲକ୍ଷ ସେୟାର ମଧ୍ୟରୁ 74.20 ଲକ୍ଷ ସେୟାର ବିକ୍ରି ହୋଇଛି । ଫଳରେ ଏବେ ପୁରୀଙ୍କ ପାଖରେ 3.76 ସେୟାର ବଳକା ରହିଛି ।

ତେବେ ଆଗାମୀ ଦିନରେ ପୁରୀଙ୍କ ଉତ୍ତରାଧିକାରୀ ଚୟନ ପାଇଁ ବ୍ୟାଙ୍କ ବୋର୍ଡ ଏକ କମିଟି ଗଠନ କରିଛି ।

ABOUT THE AUTHOR

...view details