ଓଡିଶା

odisha

ETV Bharat / business

ଆସନ୍ତା ବର୍ଷ 87 ପ୍ରତିଶତ ଭାରତୀୟ କମ୍ପାନୀ ବଢାଇବେ ଦରମା - Aon ସର୍ଭେ

କୋରୋନା ସଙ୍କଟ ମଧ୍ୟରେ କର୍ମଚାରୀଙ୍କ ପାଇଁ ଆଶ୍ବସ୍ତିକର ଖବର ! ଏକ ନୂଆ ସର୍ଭେ ଅନୁସାରେ 87 ପ୍ରତିଶତ ଭାରତୀୟ କମ୍ପାନୀ କର୍ମଚାରୀଙ୍କ ଦରମା 2021ରେ ବଢାଇବା ପାଇଁ ଯୋଜନା କରୁଛନ୍ତି । ଅଧିକ ପଢନ୍ତୁ..

ଆସନ୍ତା ବର୍ଷ 87 ପ୍ରତିଶତ ଭାରତୀୟ କମ୍ପାନୀ ବଢାଇବେ ଦରମା
ଆସନ୍ତା ବର୍ଷ 87 ପ୍ରତିଶତ ଭାରତୀୟ କମ୍ପାନୀ ବଢାଇବେ ଦରମା

By

Published : Nov 4, 2020, 7:47 PM IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ଓ ତୃତୀୟ ତ୍ରୟମାସରେ କଠିନ ନିଷ୍ପତ୍ତି ନେବା ପରେ ଭାରତୀୟ କମ୍ପାନୀ ଏବେ ପୁଣି ଟାଲେଣ୍ଟ ( ଦକ୍ଷ, କୁଶଳ) ଉପରେ ନିବେଶ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏକ ନୂଆ ସର୍ଭେ ଅନୁସାରେ 87 ପ୍ରତିଶତ ଭାରତୀୟ କମ୍ପାନୀ କର୍ମଚାରୀଙ୍କ ଦରମା 2021 ରେ ବଢାଇବା ପାଇଁ ଯୋଜନା କରୁଛନ୍ତି ।

ରିପୋର୍ଟ ମୁତାବକ 2020ରେ 21 ପ୍ରତିଶତ କମ୍ପାନୀ ଦରମା ବଢାଇବାକୁ ଲକ୍ଷ୍ୟ ରଖିଥିଲେ । ହେଲେ କୋଭିଡ କଟକଣା ଓ ସଙ୍କଟ ମଧ୍ୟରେ କାରବାର ଧୀମା ପଡିଥିବାରୁ ଆୟ ଖସିଥିଲା । ଯେଉଁଥିପାଇଁ କର୍ମଚାରୀଙ୍କ ଦରମା ବୃଦ୍ଧିରେ ପୂର୍ଣ୍ଣଚ୍ଛେଦ ପଡିଥିଲା ।

ଏ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ହୋଇଥିବା Aon ସର୍ଭେରେ ସାମିଲ କମ୍ପାନୀ ମଧ୍ୟରୁ 87 ପ୍ରତିଶତ କହିଛନ୍ତି କି, ଆସନ୍ତା ବର୍ଷ ଦରମାରେ ବୃଦ୍ଧି କରାଯିବ । 61 ପ୍ରତିଶତ କହିଛନ୍ତି ଯେ, ସେମାନେ 5-10 ପ୍ରତିଶତ ମଧ୍ୟରେ ଦରମା ବଢାଇବେ । ଏଓଏନ ଏକ ବୈଶ୍ବିକ ପ୍ରଫେସନାଲ ସେବା ଫାର୍ମ । ଯାହାକି ଏକ ବିସ୍ତୁତ ରିସ୍କ , ରିଟାୟରମେଣ୍ଟ ଏବଂ ହେଲଥ ସଲ୍ୟୁସେନ ଦେଇଥାଏ ।

ଏଓଏନ ପାର୍ଟନର ନୀତିନ ସେଠ କହିଛନ୍ତି କି, ‘‘ ଭାରତରେ କୋଭିଡ-19 ମହାମାରୀ ଓ ଅର୍ଥବ୍ୟବସ୍ଥା ଉପରେ ଏହାର ଗଭୀର ପ୍ରଭାବ ପରେ ମଧ୍ୟ ଭାରତରେ ସଙ୍ଗଠନ ଗୁଡିକ ପୁଣି ପୁନଃରୁଦ୍ଧାର ଦୃଷ୍ଟିକୋଣ ଦର୍ଶାଇଛନ୍ତି । 2020ର ଦ୍ବିତୀୟ ଓ ତୃତୀୟ ତ୍ରୟମାସରେ କମ୍ପାନୀଗୁଡିକ କଠିନ ନିର୍ଣ୍ଣୟ ନେଇଛନ୍ତି । ଆଉ ଏବେ ଉପଭୋକ୍ତାଙ୍କ ଚାହିଦାରେ ସୁଧାର ହେଉଥିବାରୁ ସେମାନେ ଟାଲେଣ୍ଟରେ ନିବେଶ କରିବାକୁ ମନ ବଳାଉଛନ୍ତି ।

ରିପୋର୍ଟରେ କୁହାଯାଇଛି ଯେ, ସର୍ବାଧିକ ଦରମା ବୃଦ୍ଧି କରିବାକୁ ଥିବା ସେକ୍ଟର ମଧ୍ୟରେ ହାଇଟେକ, ଆଇଟି , ଆଇଟି ଇନବଲ୍ଡ ସର୍ବିସ , ଲାଇଫ ସାଇସେନ୍ସ , ଇ-କମର୍ସ , କେମିକାଲ ଏବଂ ପ୍ରଫେସନାଲ ସେବା ସାମିଲ ଅଛନ୍ତି ।

ଅଧ୍ୟୟନରେ 20ରୁ ଅଧିକ ଉଦ୍ୟୋଗ ମଧ୍ୟରୁ 1,050 କମ୍ପାନୀଙ୍କ ତଥ୍ୟକୁ ବିଶ୍ଲେଷଣ କରାଯାଇଛି ।

ABOUT THE AUTHOR

...view details