ନୂଆଦିଲ୍ଲୀ: ଲକଡାଉନ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଗ୍ରୋସରୀ ଜିନିଷ ପାଇଁ ବହୁ ଉପଭୋକ୍ତାଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିଛି । କାରଣ ବେପାରୀ ଓ ଖୁଚୁରା ବିକ୍ରେତା କମ ରିହାତିରେ ଜିନିଷ ବିକ୍ରି କରିଛନ୍ତି । ଏଥିସହ ବସ୍ତୁଗୁଡିକୁ ନିର୍ଦ୍ଧାରିତ ମୂଲ୍ୟ (MRP)ରୁ ଅଧିକ ଦାମରେ ବିକ୍ରି କରିଛନ୍ତି । ଏକ ସର୍ଭେରେ ଏ ନେଇ କୁହାଯାଇଛି ।
ରାଷ୍ଟ୍ରବ୍ୟାପି ବନ୍ଦ ମଧ୍ୟରେ ଓ ପରେ ଉପଭୋକ୍ତାଙ୍କ ଦ୍ବାରା କିଣାଯାଇଥିବା ଆବଶ୍ୟକ ବସ୍ତୁକୁ ନେଇ ସେମାନଙ୍କ ଅନୁଭବକୁ ଏହି ସର୍ଭେରେ ପ୍ରକାଶ କରାଯାଇଛି । ଏହି ସର୍ଭେରେ ଭାରତର 210 ଜିଲ୍ଲାର 16,500ରୁ ଅଧିକ ଉପଭୋକ୍ତା ନିଜ ଅନୁଭବକୁ ବାଣ୍ଟିଛନ୍ତି ।