ଓଡିଶା

odisha

ETV Bharat / business

ପେଟ୍ରୋଲରେ 20% ଇଥାନଲ ମିଶିଲେ ବର୍ଷକୁ ମିଳିବ ଲକ୍ଷେ କୋଟିର ଲାଭ

ପେଟ୍ରୋଲରେ 20 ପ୍ରତିଶତ ଇଥାନଲ ମିଶ୍ରିତ କରିବା ଦ୍ବାରା ବାର୍ଷିକ 1 ଲକ୍ଷ କୋଟି ଟଙ୍କାର ଆର୍ଥିକ ଗତିବିଧି ହେବ । ଫଳରେ ଦେଶର ଅଭିବୃଦ୍ଧିକୁ ପ୍ରୋତ୍ସାହନ ମିଳିବା ସହ ନିଯୁକ୍ତି ଓ ବିଦେଶୀ ମୁଦ୍ରା ସଞ୍ଚୟ ହେବ । ଅଧିକ ପଢନ୍ତୁ..

ପେଟ୍ରୋଲିୟମ ସଚିବ ତରୁଣ କପୁର
ପେଟ୍ରୋଲିୟମ ସଚିବ ତରୁଣ କପୁର

By

Published : Jan 12, 2021, 5:22 PM IST

ମୁମ୍ବାଇ: ପେଟ୍ରୋଲ ସହ 20 ପ୍ରତିଶତ ଇଥାନଲ ମିଶ୍ରିଣ କରିବା ଦ୍ବାରା ପ୍ରତି ବର୍ଷ ଦେଶକୁ 1 ଲକ୍ଷ କୋଟି ଟଙ୍କାର ଆର୍ଥିକ ସୁଫଳ ମିଳିବ । ଯାହା ଫଳରେ ଭାରତର ଆର୍ଥିକ ଗତିବିଧି ଜାରି ରହିବା ସହ ଅଭିବୃଦ୍ଧି ବଢିବାରେ ସହଯୋଗ ମିଳିବ । ଏହା ବ୍ୟତୀତ ମୂଲ୍ୟବାନ ବିଦେଶୀ ମୁଦ୍ରାର ମଧ୍ୟ ସଞ୍ଚୟ ହୋଇପାରିବ । କେନ୍ଦ୍ରୀୟ ପେଟ୍ରୋଲିୟମ ସଚିବ ତରୁଣ କପୁର ଏ ନେଇ କହିଛନ୍ତି ।



ବର୍ତ୍ତମାନ ସମୟରେ ଦେଶରେ ବିକ୍ରି ହେଉଥିବା ପେଟ୍ରୋଲରେ ଇଥାନଲର ମିଶ୍ରଣ 5 ପ୍ରତିଶତରୁ ଅଧିକ କରାଯାଉଛି । କପୁର କହିଛନ୍ତି ଯେ ଆମେ ହିସାବ କରିଛୁ ଏବଂ ସେହି ଅନୁଯାୟୀ ପେଟ୍ରୋଲରେ 20 ପ୍ରତିଶତ ଇଥାନଲ ଏବଂ 5000 ସଙ୍କୋଚିତ ବାୟୋଗ୍ୟାସ୍ ପ୍ଲାଣ୍ଟର ମିଶ୍ରଣ ସହିତ ଆମେ ବାର୍ଷିକ 1 ଲକ୍ଷ ଟଙ୍କା ଅର୍ଥନୈତିକ କାର୍ଯ୍ୟକଳାପ କରିପାରିବା । ରେପୋଜ୍ ଏନର୍ଜି ଏବଂ ଟାଟା ମୋଟର୍ସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏନେଇ କହିଛନ୍ତି ।



ସେ ଜଣାଇଛନ୍ତି କି ଯେଉଁଭଳି ଭାବେ ଦୁନିଆ ଜୀବାଶ୍ମ ଇନ୍ଧନ ବଦଳରେ ଉର୍ଜାର ନୂଆ ଉତ୍ସ ଆଡକୁ ବଢୁଛି । ଭାରତ ମଧ୍ୟ ଏହା ଆଡକୁ ପାଦ ବଢାଉଛି । ଅଭିବୃଦ୍ଧି ପାଇଁ ଦେଶକୁ ଅଧିକରୁ ଅଧିକ ଏନର୍ଜିର ଆବଶ୍ୟକତା ରହିଛି । ବର୍ତ୍ତମାନର ଆନ୍ଦୋଳନ କୋଇଲାରୁ ତୈଳ ଓ ଗ୍ୟାସ ବୃଦ୍ଧି ପାଇଁ ରହିଛି । ଯଦି ଭାରତକୁ ଅକ୍ଷୟ ଶକ୍ତି ଓ ଗ୍ୟାସ ଆଡକୁ ଯିବା ପଡିବ ତେବେ ତେବେ ଦେଶ ଭିତରେ କଣ ଉତ୍ପାଦନ କରାଯାଇପାରିବ ତାହା ଦେଖିବାକୁ ପଡ଼ିବ । ଆଉ ଏଭଳି ସମୟରେ ବାୟୋ-ଫ୍ୟୁଲ ଓ ସୌର ଶକ୍ତିର ଆବଶ୍ୟକତା ଅଧିକ ରହିଛି ।


ପରିବର୍ତ୍ତନର ଏକ ଅଂଶ ଭାବରେ ବାୟୋ ଫ୍ୟୁଲ ଗ୍ରହଣ କରିବା ଦ୍ୱାରା ବହୁ ବିଦେଶୀ ମୁଦ୍ରା ସଞ୍ଚୟ ହୋଇପାରିବ, ବହୁ ସଂଖ୍ୟକ ଉଦ୍ୟୋଗୀ ସୃଷ୍ଟି ହୋଇପାରିବ । ଚାକିରୀ ମିଳିବ ଏବଂ ବାୟୋ ଫ୍ୟୁଲର ଉପରେ ଆଧାର କରି ଏକ ଅର୍ଥନୀତି ସୃଷ୍ଟି କରିବାରେ ମଧ୍ୟ ସହାୟକ ହେବ ବୋଲି ସେ କହିଛନ୍ତି । ଆଉ ଏହି ସୁଯୋଗର ଅଧିକ ଉପଯୋଗ କରିବାକୁ ଷ୍ଟାର୍ଟଅପ୍ ମାନଙ୍କୁ ସେ ଆହ୍ବାନ ଦେଇଛନ୍ତି ।

ABOUT THE AUTHOR

...view details