ହାଇଦ୍ରାବାଦ: ନୂଆ ବର୍ଷ ଆରମ୍ଭ ସହ ବଦଳିବ ବହୁ ନିୟମ । ଚେକ ପମେଣ୍ଟ ଠାରୁ ନେଇ ଫାଷ୍ଟଟ୍ୟାଗ, ୟୁପିଆଇ ପେମେଣ୍ଟ ସିଷ୍ଟମ ଓ ଜିଏସଟି ରିଟର୍ଣ୍ଣ ଭଳି ବହୁ ପ୍ରକ୍ରିୟାରେ ହେବାକୁ ଯାଉଛି ପରିବର୍ତ୍ତନ । ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଦୈନନ୍ଦିନ ଜୀବନରେ ପଡିବ । ଏଣୁ ନୂଆ ବର୍ଷ ପୂର୍ବରୁ ଏସମସ୍ତ ସମ୍ବନ୍ଧରେ ଅବଗତ ହେବା ଆପଣଙ୍କ ପାଇଁ ଜରୁରୀ । ଯାହା ଫଳରେ ଆପଣଙ୍କୁ ସହିବାକୁ ପଡିବ ନାହିଁ କୌଣସି କ୍ଷତି ।
1. ମହଙ୍ଗା ହେବ କାର
ଅଟୋ ମୋବାଇଲ କମ୍ପାନୀ ଗୁଡିକ 2021 ଜାନୁଆରୀରୁ ବହୁ କାର ମଡେଲର ଦାମ ବଢାଇବାକୁ ଯାଉଛନ୍ତି । ଯାହା ପରେ କାର କିଣିବା ଆପଣଙ୍କ ପାଇଁ ମହଙ୍ଗା ହେବ । ଏବେ ସୁଦ୍ଧା ମାରୁତି, ମହିନ୍ଦ୍ରା ଓ ରେନୱକ, ହୋଣ୍ଡା ଓ ଏମଜି ମୋଟର ଦାମ ବଢାଇବାକୁ ଘୋଷଣା କରିଛନ୍ତି ।
2. କଣ୍ଟାକ୍ଟଲେସ କାର୍ଡ ଟ୍ରାଞ୍ଜାକ୍ସନ
ଭାରତୀୟ ରିଜର୍ଭ ବ୍ୟାଙ୍କ 2021 ଜାନୁଆରୀ ପହିଲାରୁ କଣ୍ଟାକ୍ଟଲେସ କାର୍ଡ ଟ୍ରାଞ୍ଜାକ୍ସନର ଲିମିଟ 2 ହଜାରରୁ ବଢାଇ 5 ହଜାର କରିଦେଇଛି । ଡେବିଟ ଓ କ୍ରେଡିଟ କାର୍ଡରୁ 5 ହଜାର ଟଙ୍କାର ପେମେଣ୍ଟ ପାଇଁ ପିନ ଦେବାକୁ ପଡିବନି ।
କଣ୍ଟାକ୍ଟଲେସ କାର୍ଡ ଟ୍ରାଞ୍ଜାକ୍ସନ 3. ଚେକ ପେମେଣ୍ଟ ସିଷ୍ଟମ
ଜାନୁଆରୀ 1ରୁ ମୋଟା ଅଙ୍କର ଚେକ ପାଇଁ ପଜେଟିଭ ପେ ବ୍ୟବସ୍ଥା ହେବ ଲାଗୁ। ନୂଆ ନିୟମନୁସାରେ 50 ହଜାର କିମ୍ବା ଊର୍ଦ୍ଧ୍ବର ପେମେଣ୍ଟ ଉପରେ କିଛି ଜରୁରୀ ସୂଚନାକୁ ପୁନଃ କନଫର୍ମ କରିବାକୁ ହେବ । ତେବେ ଏହା ଆକାଉଣ୍ଟ ହୋଲ୍ଡର ଉପରେ ନିର୍ଭର କି ସେ ଏହି ସୁବିଧାର ଲାଭ ଉଠାଇବେ କି ନାହିଁ । ଚେକ ଜାରି କରିଥିବା ବ୍ୟକ୍ତି ଏହି ସୂଚନା ଏସଏମଏସ, ମୋବାଇଲ ଆପ , ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବା ଏଟିଏମ ଭଳି ଇଲୋକ୍ଟ୍ରୋନିକ ମାଧ୍ୟମରେ ଦେଇପାରିବ ।
4. ଫାଷ୍ଟଟ୍ୟାଗ ଲାଗୁ ବାଧ୍ୟତାମୂଳକ
2021 ଜାନୁଆରୀ ପହିଲାରୁ ସମସ୍ତ 4 ଚକିଆ ଗାଡିରେ ଫାଷ୍ଟଟ୍ୟାଗ ଲଗାଇବା ବାଧ୍ୟତାମୂଳକ । ବିନା ଫାଷ୍ଟଟ୍ୟାଗରେ ନ୍ୟାସନାଲ ହାଇୱେ ଟୋଲ ପାର କଲେ ଗଣିବାକୁ ପଡିବ 2 ଗୁଣା ଚାର୍ଜ । ବର୍ତ୍ତମାନ ସମସ୍ତ ଟୋଲରେ 80 ପ୍ରତିଶତ ଲାଇନକୁ ଫାଷ୍ଟଟ୍ୟାଗ ଓ 20 ପ୍ରତିଶତ ଲାଇନକୁ କ୍ୟାସରେ ବ୍ୟବହାର କରାଯାଉଛି ।
ଫାଷ୍ଟଟ୍ୟାଗ ଲାଗୁ ବାଧ୍ୟମୂଳକ 5. ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ କଲେ ଲଗାଇବେ ଜିରୋ
ଯଦି ଆପଣ ଜାନୁଆରୀ ପହିଲାକୁ ଲ୍ୟାଣ୍ଡଲାଇନକୁ କୌଣସି ମୋବାଇଲ ଫୋନକୁ କଲ କରିବେ, ତେବେ ତାହା ପାଇଁ ଆପଣଙ୍କୁ ନମ୍ବର ପୂର୍ବରୁ ‘0’ ବ୍ୟବହାର କରିବାକୁ ପଡିବ । ବିନା ଜିରୋ ଲଗାଇ ଆପଣ କଲ କରିପାରିବେ ନାହିଁ ।
ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ କଲେ ଲଗାଇବେ ଜିରୋ 6 . ମ୍ୟୁଚୁଆଲ ଫଣ୍ଡ ନିବେଶ ପାଇଁ ବଦଳିବ ନିୟମ
SEBI ମଲ୍ଟିକ୍ୟାପ ମ୍ୟୁଚୁଆଲ ଫଣ୍ଡ ପାଇଁ ଆସେଟ ଆଲୋକେସନ ନିୟମରେ ପରିବର୍ତ୍ତନ କରିଛି । ନୂଆ ନିୟମ ମୁତାବକ ଏବେ ଫଣ୍ଡସର 75 ପ୍ରତିଶତ ଭାଗ ଇକ୍ୟୁଟିରେ ନିବେଶ କରିବା ଜରୁରୀ । ଯାହାକି ବର୍ତ୍ତମାନ 65 ପ୍ରତିଶତ ଅଛି । ସେବି ନୂଆ ନିୟମ ଅନୁସାରେ ମଲ୍ଟି କ୍ୟାପ ଫଣ୍ଡସର ଷ୍ଟ୍ରକ୍ଚରରେ ପରିବର୍ତ୍ତନ ହେବ । ଫଣ୍ଡକୁ ମିଡକ୍ୟାପ ଓ ସ୍ମଲକ୍ୟାପରେ 25-25 ପ୍ରତିଶତ ନିବେଶ କରିବା ଜରୁରୀ ହେବ । ସେହିପରି 25 ପ୍ରତିଶତ ଲାର୍ଜ କ୍ୟାପରେ ଲଗାଇବା ଜରୁରୀ ।
ମ୍ୟୁଚୁଆଲ ଫଣ୍ଡ ନିବେଶ ପାଇଁ ବଦଳିବ ନିୟମ 7. UPI ପେମେଣ୍ଟରେ ହେବ ପରିବର୍ତ୍ତନ
2021 ଜାନୁଆରୀ ପହିଲାରୁ UPI ଜରିଆରେ ପେମଣ୍ଟ କରିବା ମହଙ୍ଗା ହୋଇଯିବ । ଥାର୍ଡ ପାର୍ଟି ପକ୍ଷରୁ ଚଲାଯାଉଥିବା ଆପ୍ସରେ ଏକ୍ସଟ୍ରା ଚାର୍ଜ ଲଗାଯିବା ଘୋଷଣା କରାଯାଇଛି । ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI) ପକ୍ଷରୁ ଏହି ନିର୍ଣ୍ଣୟ ନିଆଯାଇଛି ।
UPI ପେମେଣ୍ଟରେ ହେବ ପରିବର୍ତ୍ତନ 8. ବଦଳିବ ଜିଏସଟି ରିଟର୍ଣ୍ଣ ନିୟମ
ଦେଶର କ୍ଷୁଦ୍ର କାରବାରୀଙ୍କୁ ସରଳ, ତ୍ରୟମାସିକ ଦ୍ରବ୍ୟ ଓ ସେବା କର (ଜିଏସଟି ) ରିଟର୍ଣ୍ଣ ଫାଇଲିଂ ସୁବିଧା ମିଳିବ । ନୂଆ ନିୟମ ଅନୁସାରେ ଯେଉଁ କାରବାରୀଙ୍କ ଟନଓଭର 5 କୋଟି ଟଙ୍କାରୁ କମ ରହିଛି, ସେମାନଙ୍କୁ ପ୍ରତି ମାସରେ ରିଟର୍ଣ୍ଣ ଦାଖଲ କରିବା ଜରୁରୀ ହେବ ନାହିଁ । ନୂଆ ନିୟମ ଲାଗୁ ହେବା ପରେ ଟ୍ୟାକ୍ସପେୟର୍ସଙ୍କୁ କେବଳ 8 ରିଟର୍ଣ୍ଣ ଭରିବାକୁ ପଡିବ । ଏଥିରେ 4 ଜିଏସଟିଆର 3 ବି ଓ 4 GSTR 1 ରିଟର୍ଣ୍ଣ ଭରିବାକୁ ପଡିବ ।
ବଦଳିବ ଜିଏସଟି ରିଟର୍ଣ୍ଣ ନିୟମ 9. ସରଳ ଜୀବନ ବୀମା ପଲିସିର ହେବ ଲଞ୍ଚ
ଜାନୁଆରୀ ପହିଲା ପରେ କମ ପ୍ରିମିୟମରେ ବୀମା କିଣିପାରିବେ । IRDAI ସମସ୍ତ କମ୍ପାନୀଙ୍କୁ ସରଳ ଜୀବନ ବୀମା ଲଞ୍ଚ କରିବାକୁ କହିଛି । ପ୍ରକାଶ ଯେ, ଆରୋଗ୍ୟ ସଞ୍ଜିବନୀ ନାମକ ଷ୍ଟାଣ୍ତାର୍ଡ ରେଗୁଲାର ହେଲଥ ଇନ୍ସୁରାନ୍ସ ପ୍ଲାନ ଆଣିବା ପରେ ଏକ ଷ୍ଟାଣ୍ତାର୍ଡ ଟର୍ମ ଲାଇଫ ଇନ୍ସୁରାନ୍ସ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସରଳ ଜୀବନ ବୀମା ପଲିସିର ହେବ ଲଞ୍ଚ 10. କିଛି ଫୋନରେ ହ୍ବାଟସଆପ କାମ କରିବା ବନ୍ଦ ହୋଇପାରେ
ଆଗାମୀ ବର୍ଷ ଆରମ୍ଭରୁ କିଛି ଆଣ୍ଡ୍ରଏଡ ଓ ଆଇଫୋନରେ ହ୍ବାଟସଆପ କାମ କରିବା ବନ୍ଦ ହୋଇପାରେ । କମ୍ପାନୀ କହିଛି କି ଯେଉଁ ସଫ୍ଟୱେର ପୁରୁଣା ହୋଇଯାଇଛି , ସେଥିରେ ହ୍ବାଟସଆପ କାମ କରିବା ବନ୍ଦ ହୋଇଯିବ ।
ହ୍ବାଟସଆପ କାମ କରିବା ବନ୍ଦ ହୋଇପାରେ