ନୂଆଦିଲ୍ଲୀ: ଦେଶର 16 କୋଟି ଲୋକ ମଦ ପିଅନ୍ତି । ତେବେ 5.7 କୋଟି ଲୋକ ନିୟମିତ ନିଶା ସେବନ କରନ୍ତି । 72 ଲକ୍ଷ ଲୋକ ଭାଙ୍ଗ ଉତ୍ପାଦ ଜିନିଷ ଏବଂ 77 ଲକ୍ଷ ଲୋକ ବିଭିନ୍ନ ପ୍ରକାର ଡ୍ରଗ୍ସ ସେବନ କରନ୍ତି ବୋଲି ରାଜ୍ୟସଭାରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥାଓ୍ବର ଚାନ୍ଦ ଗେହଲଟ କହିଛନ୍ତି । ସ୍କୁଲ ପିଲାମାନେ ଦିନକୁ ଦିନ ନିଶା ସେବନ ପ୍ରତି କାହିଁକି ଆଶକ୍ତ ହେଉଛନ୍ତି ବୋଲି ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ।
ତେବେ ନିଶା ସେବାନ କରୁଥିବା ଭାରତୀୟଙ୍କ ମଧ୍ୟରେ ମଦ୍ୟପାନ ସର୍ବାଧିକ ପସନ୍ଦ । ଏହା ପଛକୁ ରହିଛି ଭାଙ୍ଗ ଉତ୍ପାଦ ଜିନିଷ ଏବଂ ଡ୍ରଗ୍ସ ସେବନ । ବିଜେପି ସାଂସଦ ଆର କେ ସିହ୍ନାଙ୍କ ପ୍ରଶ୍ନର ଉତ୍ତରେ ଗେହଲଟ କହିଛନ୍ତି 16 କୋଟି ଭାରତୀୟ ମଦ ପିଉଛନ୍ତି । ଏହା ସହିତ ପାଖାପାଖି 3.1 କୋଟି ଭାଙ୍ଗ ଉତ୍ପାଦ ଜିନିଷ ସେବନ କରୁଥିବା ବେଳେ 77 ଲକ୍ଷ ଲୋକ ଡ୍ରଗ୍ସ ସେବନ କରନ୍ତି ।