ଓଡିଶା

odisha

ETV Bharat / briefs

ନନ୍ଦନକାନନକୁ ଆସିବେ ନୂଆ ଅତିଥି: ଜିରାଫ୍, ଆନାକୋଣ୍ଡା ଓ ଓରାଙ୍ଗଉଟାନ୍

ନନ୍ଦନକାନନରେ ବନ୍ୟପ୍ରାଣୀଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ପୁଣି ଥରେ ଏଠାକୁ ନୂଆ ଅତିଥିଙ୍କ ଆଗମନ ହେବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : May 30, 2019, 5:45 PM IST

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ନନ୍ଦନକାନନକୁ ଆସିବେ 2 ନୂଆ ଅତିଥି । ଦିନକୁ ଦିନକୁ ନନ୍ଦନକାନନରେ ବନ୍ୟପ୍ରାଣୀଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ପ୍ରାଣୀ ଉଦ୍ୟାନର ଏକମାତ୍ର ବିରଳ ପ୍ରଜାତି ଓରାଙ୍ଗଉଟାନ 'ଵିନି'ର ବୁଧବାର ମୃତ୍ୟୁ ଘଟିଛି । ଯାହା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତାକୁ ବଢାଇ ଦେଇଛି ।

ଏବେ ପୁଣି ଥରେ ନନ୍ଦନକାନନକୁ 2 ନୂଆ ଅତିଥି ଆସିବା ନେଇ ସୂଚନା ମିଳିଛି । ଓରାଙ୍ଗଉଟାନ୍ ଛଡା ଜିରାଫ ଓ ଆନାକୋଣ୍ଡା ଆସିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ପ୍ରଧାନ ବନ ସଂରକ୍ଷକ ଶଶୀ ପଲ୍ । ମହୀଶୂର ବନ୍ୟପ୍ରାଣୀ ଉଦ୍ୟାନରୁ ପୁରୁଷ ଜିରାଫ୍ ଆସିବା ନେଇ ଲକ୍ଷ୍ୟ ରଖାଯାଇଥିବାବେଳେ ପର୍ଯ୍ୟଟକ ଆକର୍ଷଣ ପାଇଁ ଆନାକୋଣ୍ଡା ଆଣିବାର ଯୋଜନା ମଧ୍ୟ ରହିଛି । ତେବେ ନନ୍ଦନକାନନରେ ଏକମାତ୍ର ଜିରାଫ ରହିଥିବାବେଳେ ଆଉ ଏକ ଜିରାଫକୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଆସନ୍ତା 3 ମାସ ମଧ୍ୟରେ ଜିରାଫକୁ ନନ୍ଦନକାନନକୁ ଆଣିବାର ଲକ୍ଷ୍ୟ ରହିଛି । ସେହିପରି ନନ୍ଦନକାନନକୁ ଆନାକୋଣ୍ଡା ଆଣିବାକୁ ନନ୍ଦନକାନନର କର୍ତ୍ତୃପକ୍ଷ ସେଣ୍ଟ୍ରାଲ ଜୁ ଅଥୋରିଟି ଗ୍ରୀନ୍ ସିଗନାଲ ଦେଇଛନ୍ତି । ଆନାକୋଣ୍ଡାର ଆଗମନକୁ ନେଇ ପର୍ଯ୍ୟଟକ ବେଶ ଉତ୍ସାହିତ ଥିବାବେଳେ ମାଡ୍ରାସର କ୍ରୋକୋଡାଇଲ ବ୍ୟାଙ୍କ ସହ ମଧ୍ୟ ଏସମ୍ପର୍କରେ ଆଲୋଚନା କରାଯାଇଛି ।

ଅସୁସ୍ଥତା କାରଣରୁ ବୁଧବାର ରାତିରେ ନନ୍ଦନକାନନରେ ମୃତ୍ୟୁବରଣ କରିଥିବା ଓରାଙ୍ଗଉଟାନ୍ କେବଳ ନନ୍ଦନକାନନ ନୁହେଁ ସାରା ଭାରତ ଦେଶରେ ବିରଳ ଥିଲା । ପୁଣେ ପ୍ରାଣୀ ଉଦ୍ୟାନରୁ ୨୦୦୩ ମସିହାରେ ଏହି ଓରାଙ୍ଗଓଟାନକୁ ନନ୍ଦନକାନନ ଅଣାଯାଇଥିଲା । ଏହି ପ୍ରଜାତିର ଆଉ ୨ଟି ଓରାଙ୍ଗଉଟାନ୍ ଆଣିବାକୁ ଆଲୋଚନା ହୋଇଛି । ସିଙ୍ଗାପୁରରୁ ଆସିବ ଆଉ 2ଟି ନୂଆ ଓରାଙ୍ଗଉଟାନ୍ । ମୁକ୍ତ ଆକାଶରେ ରହୁଥିବା ଓରାଙ୍ଗଉଟାନକୁ ଦେଖିବା ପାଇଁ ପୁଣି ଥରେ ନନ୍ଦନକାନନ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣସ୍ଥଳୀ ପାଲଟିବ ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details