ଖୋର୍ଦ୍ଧା: ସରିଛି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏବେ ସାରା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ରହିଛି ଅପେକ୍ଷା । ଭୋଟ ଦେଇ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବାକୁ ବେଶ ଉତ୍ସାହିତ ନୂଆ କରି ଭୋଟ ଦେବାକୁ ଯାଉଥିବା ଯୁବ ଭୋଟର । ଏନେଇ ଇଟିଭି ଭାରତର ପ୍ରତିନିଧି ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନ ମଣ୍ଡଳୀର କିଛି ନୂଆ ଭୋଟରଙ୍କୁ ଆମେ ଆଜି ଭେଟିଥିଲେ । ଆଉ ନିଜ ଅଞ୍ଚଳରେ କେମିତି ପ୍ରତିନିଧି ଚାହୁଁଛନ୍ତି ସେ ନେଇ ଭୋଟର ନିଜ ମତାମତ ରଖିଥିଲେ ।
ପରିବର୍ତ୍ତନ ମୁଁହା ଯୁବ ଭୋଟର - ଖୋର୍ଦ୍ଧା
ତୃତୀୟ ପର୍ଯ୍ୟାୟ ମତଦାନ ଦେବାକୁ ଉତ୍ସାହିତ ନୂତନ ଭୋଟର । ଜିଲ୍ଲାର ବେକାରୀଙ୍କୁ ନିଯୁକ୍ତି ଏବଂ ବିକାଶଶୀଳ ନିର୍ବାଚନମଣ୍ଡଳୀ ଚାହୁଛନ୍ତି ଭୋଟର ।
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ଯିଏ ଯୁବକଙ୍କୁ ନିଯୁକ୍ତି ଦେବ ନିଜ ନିର୍ବାଚନମଣ୍ଡଳୀରେ ପରିବର୍ତ୍ତନ ଆଣିବ ସେଭଳି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେମାନେ କହିଛନ୍ତି । ବେକାରୀ ଦୂର ହେଲେ ଦେଶ ବିକାଶ କରିବ ବୋଲି କିଛି ଭୋଟର ମତ ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ