ଓଡିଶା

odisha

ETV Bharat / briefs

ଯୋଗୀଙ୍କ ଫୁଲବାଣୀ ଗସ୍ତ: ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି

ଓଡିଶାରେ ବିଜେପି ଷ୍ଟାର ପ୍ରଚାରକ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବେ । ଫୁଲବାଣୀ ଏକ ନକ୍ସଲ ପ୍ରବଣ ଜିଲ୍ଲା ହୋଇଥିବାରୁ ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କନ୍ଧମାଳ

By

Published : Apr 15, 2019, 2:52 PM IST


ଫୁଲବାଣୀ: ବିଜେପି ଫୋକସରେ ଓଡିଶା । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଗକୁ 3ଟି ପର୍ଯ୍ୟାୟ ମତଦାନ ବାକି ରହିଛି । ଏହି କ୍ରମରେ ଆଜି(ସୋମବାର) ନିର୍ବାଚନୀ ପ୍ରଚାର ପାଇଁ ଫୁଲବାଣୀ ଆସୁଛନ୍ତି ବିଜେପିର ଷ୍ଟାର ପ୍ରଚାରକ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅପରାହ୍ଣ 2ଟାରେ ସେ ଫୁଲବାଣୀ କରୋନେସନ ପଡିଆରେ ପହଞ୍ଚିବେ । ସେଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ କନ୍ଧମାଳ, ବୌଦ୍ଧ, ଗଞ୍ଜାମ ଜିଲ୍ଲାର କର୍ମକର୍ତ୍ତା ଓ ଭୋଟରଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଫୁଲବାଣୀରେ ରହିବେ ଯୋଗୀ ଆଦିତ୍ୟନାଥ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ ଏକ ନକ୍ସଲ ପ୍ରବଣ ଜିଲ୍ଲା ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ଜିଲ୍ଲା ପୋଲିସ । ସଭାସ୍ଥଳରେ ସିଆରପିଏଫର କୋବ୍ରା ବାହିନୀ, ସ୍ପେଶାଲ ଅପରେସନ୍ ଗ୍ରୁପ୍ ଏବଂ ଡିବିଏଫ ଯବାନ ସହ 10 ପ୍ଲାଟୁନରୁ ଅଧିକ ଫୋର୍ସଙ୍କୁ ମୁତୟନ କରାଯାଇଛି । ସହରର ଟ୍ରାଫିକକୁ ନିୟନ୍ତ୍ରଣ କରିବାକୁ ବିଭିନ୍ନ ରାସ୍ତାକୁ ସିଲ୍ କିମ୍ବା ଏକପାଖିଆ କରାଯାଇଛି ।

ତେବେ ପୋଲିସ ଅଫିସ ପଛ ପାର୍ଶ୍ବରେ ଥିବା ବି-ଟିମ୍ ପଡିଆରେ ହେଲିପ୍ୟାଡକୁ ନିଜ ନିୟନ୍ତ୍ରଣକୁ ନେଇଛି ଜିଲ୍ଲା ପୋଲିସ । ଯୋଗୀ ଆଦିତ୍ଯନାଥଙ୍କ ଗସ୍ତ ସମୟରେ କୋର୍ଟ ଛକ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ଦୋକାନ ବଜାରକୁ ଅସ୍ଥାୟୀ ଭାବେ ବନ୍ଦ କରାଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ଏସପି ପ୍ରତୀକ ସିଂ, 2 ଜଣ ଅତିରିକ୍ତ ଏସପି, ସଦର ଏସଡିପିଓଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଜିଲ୍ଲାର ସୁରକ୍ଷା ତଦାରଖ ଜାରି ରଖିଛନ୍ତି ।

ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବାକୁ ଆସୁଥିବା ଆଦିତ୍ଯନାଥଙ୍କ ଗସ୍ତକୁ ନେଇ କନ୍ଧମାଳ ଜିଲ୍ଲାର ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ସୂଚନାଯୋଗ୍ୟ, ଚଳିତ ମାସ 6 ତାରିଖରେ ପାଣିପାଗ ବିଗିଡିବା ଯୋଗୁଁ ତାଙ୍କ ଗସ୍ତ ବାତିଲ ହୋଇଥିଲା । ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଲୋକେ ସଭାସ୍ଥଳରେ ଅପେକ୍ଷା କରି ଫେରି ଯାଇଥିଲେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details