ଓଡିଶା

odisha

ETV Bharat / briefs

ଅନନ୍ତନାଗ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା CRPF

ଗତ ଫେବୃୟାରୀ ପୁଲୱାମା ଆକ୍ରମଣ ପରେ ଗତକାଲି ପୁଣି ଥରେ ଏକ ବଡଧରଣର ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଘଟଣାର ସବିଶେଷ ରିପୋର୍ଟ ମାଗିଛି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Jun 13, 2019, 11:22 AM IST

Updated : Jun 13, 2019, 11:27 AM IST

ଶ୍ରୀନଗର: ଗତକାଲି ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ 5ଜଣ ସିଆରପିଏଫ ଶହୀଦ ହୋଇଥିଲେ ।

ଆଜି ଜାମ୍ମୁ ପୋଲିସ ଓ ସିଆରପିଏଫ ପକ୍ଷରୁ ସହିଦ ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇ ସହିଦ ଯବାନଙ୍କ ମରଶରୀରକୁ ସେମାନଙ୍କ ପରିବାରକୁ ପଠାଯାଇଛି । ତେବେ ଗତ ଫେବୃୟାରୀ 14ରେ ହୋଇଥିବା ପୁଲୱାମା ଆକ୍ରମଣ ପରେ ଗତକାଲିର ଆକ୍ରମଣ ହେଉଛି ସବୁଠାରୁ ବଡ ଆତଙ୍କୀ ହମଲା ।

ସେପଟେ କେନ୍ଦ୍ର ସରକାର ଏହି ଘଟଣାକୁ ଗୁରୁତ୍ବର ସହ ନେଇ ସମୂର୍ଣ୍ଣ ଘଟଣାର ସବିଶେଷ ରିପୋର୍ଟ ମାଗିଛନ୍ତି ।

Last Updated : Jun 13, 2019, 11:27 AM IST

ABOUT THE AUTHOR

...view details