ପୁରୀ: 'ଫନି' ପ୍ରଭାବରେ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି କ୍ଷୟକ୍ଷତିର ଆକଳନ ପାଇଁ ବିଶ୍ବ ବ୍ୟାଙ୍କର ଏକ ପ୍ରତିନିଧିମଣ୍ଡଳ ଆଜି ପୁରୀ ଜିଲ୍ଲା ଗସ୍ତରେ ଆସିଥିଲେ । ଏନେଇ ପୁରୀ ସର୍କିଟ ହାଉସରେ ଏକ ବୈଠକର ଆୟୋଜିତ ହୋଇଥିଲା । ଏଥିରେ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସାମିଲ ହୋଇଥିଲେ ।
'ଫନି' କ୍ଷୟକ୍ଷତିର ଆକଳନ କଲେ ବିଶ୍ବ ବ୍ୟାଙ୍କ ଟିମ୍ - fani cyclone
ଫନି କ୍ଷୟକ୍ଷତି ଆକଳନ କରିବାକୁ ପୁରୀ ସହରରେ ପହଞ୍ଚିଲେ ବିଶ୍ବ ବ୍ୟାଙ୍କ୍ ଟିମ୍ । ପୁରୀ ସର୍କିଟ ହାଉସରେ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ କଲେ ଆଲୋଚନା ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
ବାତ୍ୟା ପ୍ରଭାବରେ ଜିଲ୍ଲାରେ କଣ ସବୁ କ୍ଷୟକ୍ଷତି ହୋଇଛି । କିଭଳି ଭାବେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି , ସେ ସଂକ୍ରାନ୍ତରେ ସମସ୍ତ ତଥ୍ୟ ବିଶ୍ୱ ବ୍ୟାଙ୍କ ପ୍ରତିନିଧିଙ୍କୁ ଜଣାଇଛନ୍ତି ପୁରୀ ଜିଲ୍ଲାପାଳ । ପରେ ଏହି ଟିମ ପୁରୀ ସମେତ ସତ୍ୟବାଦୀ, ବ୍ରହ୍ମଗିରି, ନିମାପଡା ଆଦି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ । ଉକ୍ତ ଟିମ କ୍ଷୟକ୍ଷତି ଆକଳନ କରି ଏକ ରିପୋର୍ଟ ପ୍ରସ୍ତୁତ କରିବା ପରେ ବିଶ୍ୱ ବ୍ୟାଙ୍କ ବିଭିନ୍ନ କ୍ଷେତ୍ରରେ ସହାୟତା ପ୍ରଦାନ କରିବ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ