ଓଡିଶା

odisha

ETV Bharat / briefs

ଏଣିକି ଯେକୌଣସି ସ୍ଥାନରୁ ଘରୋଇ ହିଂସା ମାମଲା ରୁଜୁ କରିପାରିବେ ମହିଳା - case

ବିବାହିତ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ କୋର୍ଟ । ଘରୋଇ ହିଂସାର ଶିକାର ହେଉଥିବା ମହିଳା ନିଜ ଶାଶୁ ଏବଂ ସ୍ବାମୀଙ୍କ ବିରୁଦ୍ଧରେ ଯେକୌଣସି ସ୍ଥାନରେ ଥାଇ ମଧ୍ୟ ମାମଲା ରୁଜୁ କରିପାରିବେ । ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ସମ୍ବେଦନଶୀଳ ମାମଲାର ଶୁଣାଣି କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିକାତ୍ମକ ଫଟୋ

By

Published : Apr 9, 2019, 2:51 PM IST


ନୂଆଦିଲ୍ଲୀ: ଦେଶରେ ବିବାହିତ ମହିଳାଙ୍କ ପ୍ରତି ଅନ୍ୟାୟ ଓ ଅତ୍ୟାଚାର ବୃଦ୍ଧି ପାଉଛି । ଅଧିକାଂଶ ସମୟରେ ଯୌତୁକ ପାଇଁ ଘରୋଇ ହିଂସାର ଶିକାର ହେଉଛନ୍ତି ମହିଳା । ଏଭଳି ସ୍ଥିତିରେ ବିବାହିତ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ କୋର୍ଟ ।

ଏଣିକି ଘରୋଇ ହିଂସାର ଶିକାର ହେଉଥିବା ମହିଳା ନିଜ ଶାଶୁ ଏବଂ ସ୍ବାମୀଙ୍କ ବିରୁଦ୍ଧରେ ଯେ କୌଣସି ସ୍ଥାନରେ ଥାଇ ମଧ୍ୟ ମାମଲା ରୁଜୁ କରିପାରିବେ । ଯେଉଁ ମହିଳାଙ୍କ ଉପରେ ନିର୍ଯାତନା ସହ ଶାଶୁଘର ଛାଡିବାକୁ ବାଧ୍ୟ କରାଯାଉଥିବ ସେମାନଙ୍କ ଉପରେ ଆଇପିସି ଧାରା 498(A) ଅନୁଯାୟୀ ଅପରାଧିକ ମାମଲା ରୁଜୁ କରିବାକୁ ଅନୁମତି ଦେଇଛନ୍ତି କୋର୍ଟ ।

ଅଧିକ ପଢନ୍ତୁ: ଇଭିଏମକୁ ମୂଷା ଡର!

ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ସମ୍ବେଦନଶୀଳ ମାମଲାର ଶୁଣାଣି କରି ଏହି ଗୁରୁତ୍ବପୁର୍ଣ ରାୟ ଦେଇଛନ୍ତି । ଧାରା 498(A) ଅନୁଯାୟୀ ପୂର୍ବରୁ କେବଳ ଅପରାଧିକ କାର୍ଯ୍ୟାନୁଷ୍ଠାନ/ମାମଲା ଦାୟର କରିବାକୁ ହେଲେ ଅପରାଧ କିମ୍ବା ନିର୍ଯାତନା ଘଟିଥିବା ସ୍ଥାନରୁ ହିଁ ମାମଲା ଦାୟର କରିବାକୁ ପଡୁଥିଲା ।

କିନ୍ତୁ ଆଜି ସର୍ବୋଚ୍ଚ ଅଦାଳତଙ୍କ ଏହି ରାୟ ପରେ ଦୀର୍ଘଦିନ ଧରି ଚାଲିଥିବା ଧାରା 498(A)କୁ ନେଇ ସମସ୍ୟାର ସମାଧାନ ହୋଇଛି । ଫଳରେ ଏବେ ମହିଳାମାନେ ଦେଶର ଯେକୌଣସି ସ୍ଥାନରେ ଥାଇବି ପୋଲିସ ନିକଟରେ ଅଭିଯୋଗ କରିପାରିବେ ।

For All Latest Updates

ABOUT THE AUTHOR

...view details