ଓଡିଶା

odisha

ETV Bharat / briefs

ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟ, ଜମିମାଲିକଙ୍କ ବିନା ଅନୁମତିରେ ଚାଲିଛି ରାସ୍ତାନିର୍ମାଣ - road

ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟ । ରାସ୍ତା ପ୍ରଶସ୍ତ କରିବା ପାଇଁ ଜମିମାଲିକଙ୍କୁ କୌଣସି ସୂଚନା ନଦେଇ ବେସରକାରୀ ଜମି ଉପରେ ଚଳାଇଛି ରାସ୍ତା ନିର୍ମାଣ କାମ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

By

Published : Apr 24, 2019, 1:49 PM IST

ଗଜପତି: ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟ । ରାସ୍ତା ପ୍ରଶସ୍ତ କରିବା ପାଇଁ ଜମିମାଲିକଙ୍କୁ କୌଣସି ସୂଚନା ନଦେଇ ବେସରକାରୀ ଜମି ଉପରେ ଚଳାଇଛି ରାସ୍ତା ନିର୍ମାଣ କାମ । ରାସ୍ତା ପାଇଁ ଜମି ହରାଉଥିବା ଜମିମାଲିକଙ୍କ ବିନା ଅନୁମତିରେ କାମ ଆରମ୍ଭ କରିବା ସହ କ୍ଷତିପୂରଣ ବାବଦରେ କୌଣସି ସହାୟତା ମଧ୍ୟ ପୂର୍ତ୍ତ ବିଭାଗ ଦେଉନଥିବା ଗୋଷାଣୀ ବ୍ଲକରେ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ପୂର୍ତ୍ତ ବିଭାଗ, ଗୋଷାଣୀ ବ୍ଲକର ଗାରାବନ୍ଧ ଠାରୁ କିଞ୍ଚିଲିଙ୍ଗି ରାସ୍ତା ପ୍ରଶସ୍ତ କରୁଛି । ତେବେ ପ୍ରଶସ୍ତ ସମୟରେ ରାସ୍ତାର ଦୁଇ ପାର୍ଶ୍ବରେ ଯାଉଥିବା ଜମିର ମାଲିକ ମାନଙ୍କୁ ଏ ବାବଦରେ ନ ଜଣାଇ ତାଙ୍କ ଜମି ଉପରେ ମାଟି ପକାଇବା ଦେଖିବାକୁ ମିଳିଛି । ଯାହାକୁ ନେଇ ଜମିମାଲିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବିନା କୌଣସି ମାପଚୁପରେ ପୂର୍ତ୍ତବିଭାଗର ଏପରି ମନମୁଖୀ କାର୍ଯ୍ୟକୁ ନାପସନ୍ଦ କରିବା ସହ ଏହାକୁ ନେଇ ଆଗକୁ ଆନ୍ଦୋଳନ କରିବାର ଚେତାବନୀ ଦେଇଛନ୍ତି ଜମି ହରାଇଥିବା ଲୋକେ । ତେବେ ଜମିମାଲିକ ମାନେ ଏନେଇ ବିଭାଗକୁ ନୋଟିସ ପଠାଇବା ପରେ ତହସିଲଦାରଙ୍କ ଉପସ୍ଥିତିରେ ମାପଚୁପ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି ।

ସୂଚନା ଅନୁଯାୟୀ, ଗାରାବନ୍ଧ ନିକଟରେ ପୂର୍ବତନ ବିଧାୟକ ସ୍ବର୍ଗତ ତ୍ରିନାଥ ସାହୁଙ୍କ ପ୍ରାୟ 18 ଏକର ଜମି ରହିଥିବାବେଳେ ବର୍ତ୍ତମାନ ପ୍ରାୟ 3 ଏକର ଜମି ଚାଲିଯାଉଛି ବୋଲି ତ୍ରିନାଥଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details